ଟି୨୦ ବିଶ୍ୱ କପ୍ : ପାକିସ୍ତାନ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ଭାରତ

ମେଲବର୍ଣ୍ଣ : ମେଲବଣର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଏବେ କ୍ରିକେଟ୍ ଯୁଦ୍ଧ ହେବ ଭାରତ ଓ ପାକିସ୍ତାନ ମଧ୍ୟରେ । ଯାହାକୁ ଚାହିଁ ବସିଛନ୍ତି ସମସ୍ତେ । ଆଜିର ମ୍ୟାଚ୍ ଭାରତ ସପକ୍ଷରେ ଅବା ପାକିସ୍ତାନ ସପକ୍ଷରେ ଯିବ, ଏହାକୁ ଅପେକ୍ଷା କରିଛନ୍ତି ଉଭୟ ଦେଶର କୋଟି କୋଟି କ୍ରିକେଟ୍ ପ୍ରେମୀ । ଭାରତୀୟ ସମୟ ଦିନ ଗୋଟିଏ ବେଳେ ଭାରତ ଟସ୍ ଜତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ପିଚ୍ରେ ଟିକେ ଘାସ ଥିବାରୁ ପ୍ରଥମେ ବୋଲିଂକୁ ସୁହାଇବ ବୋଲି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା କହିଛନ୍ତି ।
ଆସନ୍ତୁ ନଜର ପକାଇବା ଉଭୟ ଦଳର ଖେଳାଳିଙ୍କ ଉପରେ ।
ଭାରତ : ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ (ଓ୍ଵିକେଟ୍ କିପର), ଅକ୍ଷର ପଟେଲ, ରବିଚନ୍ଦ୍ର ଅଶ୍ୱିନ୍, ଭୁବନେଶ୍ୱର କୁମାର, ମହମ୍ଦ ସାମି, ଅର୍ଶଦୀପ ସିଂହ ।
ପାକିସ୍ତାନ : ବାବର ଆଜମ (ଅଧିନାୟକ), ମହମ୍ମଦ ରିଜଓ୍ଵାନ, ସାନ ମାସୁଦ, ହାଇଦର ଅଲୀ, ମହମ୍ମଦ ନଓ୍ଵାଜ, ଶାହାବାଦ ଖାନ୍, ଇଫତିକାର ଅହମଦ, ଆସିଫ ଅଲୀ, ସାହିନ ଆଫ୍ରିଦି, ହାରିସ୍ ରଉଫ, ନସିମ ସିଂହ ।