ଲଦାଖରେ ରହିଛି ସଂଜୀବନୀ ଔଷଧୀୟ ବୃକ୍ଷ ‘ସୋଲୋ’, ଏହା ବିଷୟରେ ଆପଣ ଜାଣିଛନ୍ତି କି ?
ରାମାୟଣରେ ମଧ୍ୟ ଆୟୁର୍ବେଦିକ ଔଷଧକୁ ସଞ୍ଜୀବନୀ ଭାବରେ ବର୍ଣ୍ଣନା କରାଯାଇଛି। ମହାକାବ୍ୟ ରାମାୟଣରେ ଭାଇ ଲକ୍ଷ୍ମଣଙ୍କୁ ଜୀବନଦାନ ଦେବା ପାଇଁ ରାମ ସଞ୍ଜୀବନୀର ସନ୍ଧାନ ଲଦାଖରୁ ହିଁ କରିଥିଲେ ବୋଲି ବିଶ୍ୱାସ ରହିଛି। ଏହି ସଞ୍ଜୀବନୀକୁ ସ୍ଥାନୀୟ ଲୋକେ ‘ସୋଲୋ’ ବୋଲି କହିଥାନ୍ତି। ସୋଲୋରେ ରହିଛି ବିଶେଷ ଔଷଧୀୟ ଗୁଣ। ହିମାଳୟର ଉଚ୍ଚ ସ୍ଥାନରେ ଏହି ଔଷଧୀୟ ବୃକ୍ଷ ମିଳିଥାଏ। ବୈଜ୍ଞାନିକ କୁହନ୍ତି ଯେ, ଏହା ଏକ ଚମତ୍କାର ଔଷଧ, ଯାହା ମଣିଷ ଶରୀରରେ ଇମ୍ୟୁନୋ ସିଷ୍ଟମରୁ ଠିକ୍ ରଖିଥାଏ। ଏହାର ସବୁଠାରୁ ଭଲ ଗୁଣ ହେଉଛି, ଏହା ରେଡିଓ ଆକ୍ଟିଭିଟିରୁ ଶରୀରକୁ ରକ୍ଷା କରିଥାଏ। ବୈଜ୍ଞାନିକମାନେ ସେଥିପାଇଁ ଏହାର ନାମ ‘ରୋଡିଓଲା ରୋସିଆ’ ବୋଲି ରଖିଛନ୍ତି ବୋଲି ରଖିଛନ୍ତି । ‘ରୋଡିଓଲା’ ଥଣ୍ଡା ଓ ଉଚ୍ଚା ସ୍ଥାନରୁ ମିଳିଥାଏ। ଲଦାଖର ସ୍ଥାନୀୟ ଲୋକେ ଏହାର ପତ୍ରକୁ ବିଭିନ୍ନ ବ୍ୟଞ୍ଜନରେ ବ୍ୟବହାର କରିଥାନ୍ତି।
ଲେହ ସ୍ଥିତ ‘ଡିଫେନ୍ସ ଇନଷ୍ଟିଟ୍ୟୁଟ୍ ଅଫ୍ ହାଇ ଅଲ୍ଟିଟ୍ୟୁଡ୍ ରିସର୍ଚ୍ଚ’ର ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଅନେକ ରୋଗକୁ ଭଲ କରିବା ପାଇଁ ‘ରୋଡିଓଲା’ର ବ୍ୟବହାର କରାଯାଇଥାଏ। ‘ରୋଡିଓଲା’ ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ଏଥିରେ ସେକେଣ୍ଡାରୀ ମେଟାବୋଲାଇଟସ୍ ଓ ଫାଇବୋଆକ୍ଟିଭ୍ ତତ୍ତ୍ୱ ରହିଛି। ବମ୍ କିମ୍ୱା ବାୟୋକେମିକାଲ୍ ଲଢ଼େଇରୁ ସୃଷ୍ଟି ହୋଇଥିବା ଗାମା ରାଡିଏସନର ପ୍ରଭାବକୁ ‘ସୋଲୋ’ ବା ‘ରେଡିଓଲା’ କମ୍ କରିଥାଏ।