ଗରିବଙ୍କ ବିଷୟରେ ଏମିତି କିଛି ତଥ୍ୟ, ଯାହା ଆପଣଙ୍କ ଆଖି କରିଦେବ ଓଦା

ଜଣେ ଲେଖକଙ୍କ ଅନୁଯାୟୀ ଗରିବ ହେବା ଏକ ଏମିତି ଦୋଷର ଦଣ୍ଡ ଯାହାକୁ କେହି କରିନଥାନ୍ତି । ଆଜି ଆମେ ଆପଣଙ୍କୁ ଗରିବୀକୁ ନେଇ ଏମିତି କିଛି ତଥ୍ୟ ଦେବୁ ଯାହାକୁ ପଡି ଓଦା ହୋଇଯିବ ଆପଣଙ୍କ ଆଖି ।

– ପ୍ରତି ରାତିରେ ପ୍ରାୟ ୧ ମିଲିୟନ୍ ଲୋକ ଭୋକିଲା ପେଟରେ ଶୋଇଥାନ୍ତି ।

– ଚାଇନାରେ ପ୍ରତିଦିନ ୧୦୦ ମିଲିୟନରୁ ଅଧିକ ଲୋକ ୧ ଡଲାରରୁ କମରେ ନିଜ ଦିନ କାଟିଥାନ୍ତି ।

– ବିଶ୍ବରେ ପ୍ରତିଦିନ ୨୦ହଜାରରୁ ଅଧିକ ପିଲା କେବଳ ଦାରିଦ୍ର‌୍ୟ ପାଇଁ ଜୀବନ ହାରୁଛନ୍ତି ।

– ୧ ବିଲିୟନ୍ ଲୋକ ନିଜ ଘରେ ଶୌଚାଳୟ ନଥିବା ଯୋଗୁଁ ବାହାରକୁ ଶୌଚ ପାଇଁ ଯାଉଛନ୍ତି ।

– ଚାଇନାରେ ପ୍ରାୟ ୩୫ ମିଲିୟନ୍ ଲୋକ ଆଜି ବି ଗୁମ୍ଫାରେ ରହୁଛନ୍ତି ।

poverty– ବିଶ୍ବର ସବୁଠାରୁ ଅଧିକ ଧନୀ ୧% ବ୍ୟକ୍ତିଙ୍କ ନିକଟରେ ପୁରା ଦୁନିଆର ୪୬ % ଧନ ଅଛି ।

– ବିଶ୍ବର ଥିବା ଗରିବଙ୍କ ମଧ୍ୟରୁ କେବଳ ଭାରତରେ ଅଛନ୍ତି ୩୩ % ।

– ପୁରା ବିଶ୍ବର ୬୪ % ଗରିବ ରହୁଛନ୍ତି ଭାରତ, ଚାଇନା, ନାଇଜେରିଆ, ବାଂଲାଦେଶ ଏବଂ କଙ୍ଗୋରେ ।

– ଗତ ୩୦ ବର୍ଷ ମଧ୍ୟରେ ଭାରତରେ ଦ୍ରୁତ ଗତିରେ ବଢି ଚାଲିଛି ଦାରିଦ୍ର‌୍ୟ ।

– ଜାଣି ଆଶ୍ଚର‌୍ୟ୍ୟ ହେବେ ୨୦୧୨ରେ ବିଶ୍ବର ୧୦୦ ସବୁଠାରୁ ଅଧିକ ଧନୀ ଲୋକ ଏତେ ଆୟ କରିଥିଲେ ଯେ ତାଙ୍କ ଦ୍ବାରା ୪ ଥର ଦୁନିଆକୁ ଦାରିଦ୍ର‌୍ୟ ମୁକ୍ତ କରାଯାଇପାରିଥାନ୍ତା ।

– ପୁରା ବିଶ୍ବର ୮୫ ଜଣ ସବୁଠାରୁ ଅଧିକ ଧନୀ ଲୋକଙ୍କ ପାଖରେ ଏତେ ସମ୍ପତ୍ତି ଅଛି ଯେତିକି ପୁରା ବିଶ୍ବର ଅଧା ଗରିବଙ୍କ ନିକଟରେ ଅଛି ।

Poverty.– ସେହିପରି ବିଶ୍ବର ୧.୨ ବିଲିୟନ୍ ଲୋକ ବିନା ବିଜୁଳିରେ ନିଜର ଜୀବନ କାଟୁଛନ୍ତି ।

– ବିଶ୍ବରେ ଯେତିକି ଖାଦ୍ୟ ଉତ୍ପାଦନ ହେଉଛି ସେଥିରେ ସମସ୍ତେ ପେଟ ଭରି ଖାଇପାରିବେ । କିନ୍ତୁ ବିଡମ୍ବନାର କଥା ପ୍ରତି ୭ ଜଣରେ ଜଣେ ବ୍ୟକ୍ତି ଭୋକିଲା ରହିଯାଉଛି ।

– ପ୍ରତିବର୍ଷ ଭାରତରେ ୯୮ ହଜାରରୁ ଅଧିକ ଲୋକ ଡାଇରିୟା ଯୋଗୁ ପ୍ରାଣ ହରାଉଛନ୍ତି ।

– କେବଳ ଗରିବୀ ପାଇଁ ଭାରତରେ ପ୍ରତି ୩ ଜଣରେ ଜଣେ ଝିଅର ବିବାହ ବୟସ ପୂର୍ବରୁ କରିଦିଆଯାଉଛି ।

– ପୁରା ବିଶ୍ବର ତିନି ଭାଗରୁ ଏକ ଭାଗ ଗରିବ ଭାରତରେ ।

– ଭାରତରେ ଗରିବ ଅନାଥଙ୍କ ସଂଖ୍ୟା ୨୦ ମିଲିୟନ୍ ଯିଏ ସଡକରେ କାଟୁଛନ୍ତି ଜୀବନ ।

– ଦାରିଦ୍ର‌୍ୟ ଯୋଗୁଁ ଅଧିକାଂଶ ପିଲା ସ୍କୁଲ୍ ଯାଇପାରୁନାହାଁନ୍ତି । ତେଣୁ ଭାରତରେ ଶିକ୍ଷିତ ପିଲାଙ୍କ ସଂଖ୍ୟା କେବଳ ୬୫ % ।

Poverty Numbers– ଶିଶୁ ଶ୍ରମିକ ପଛର ବଡ଼ କାରଣ ହେଉଛି ଦାରିଦ୍ର‌୍ୟ । ଏହା ସହ କେବଳ ଗରିବୀ ପାଇଁ ବିଭିନ୍ନ ପ୍ରକାର ଅନୈତିକ କାମରେ ଲିପ୍ତ ରହୁଛନ୍ତି ।

– ସେହିପରି ଭାରତରେ ଗରିବୀ ଯୋଗୁଁ ଗତ ୩ ଦଶନ୍ଧି ମଧ୍ୟରେ ୧୨ ମିଲିୟନ୍ ପିଲାଙ୍କୁ ଗର୍ଭରେ ହିଁ ନଷ୍ଟ କରିଦିଆଯାଇଛି ।

– ବିଶ୍ବରେ ପ୍ରାୟ ୬୬୩ ମିଲିୟନ ଲୋକଙ୍କ ଭାଗ୍ୟରେ ନାହିଁ ପରିଷ୍କାର ପାଣି ।

– ଦାରିଦ୍ର‌୍ୟ ଯୋଗୁଁ ୬୦ % ମହିଳା ରହୁଛନ୍ତି ଭୋକିଲା ।

– ପ୍ରତି ୧୦ ସେକେଣ୍ଡରେ ଗୋଟିଏ ପିଲା ଭୋକ ଯୋଗୁଁ ଜନ୍ମ ହେଉଥିବା ରୋଗରେ ପ୍ରାଣ ହରାଇଥାଏ ।

– ପ୍ରତି ୯ ରେ ଜଣେ ବ୍ୟକ୍ତିଙ୍କ ଭାଗ୍ୟରେ ନଥାଏ ପେଟ ପୁରା ଖାଦ୍ଯ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.