Below header

୨୦୨୩ ରେ ଆପଣାନ୍ତୁ ଲାଲ୍‌ କିତାବର ଏହି ୪ ଉପାୟ, ସାରା ବର୍ଷ ଚମକିବ ଆପଣଙ୍କ ଭାଗ୍ୟ

ବର୍ଷ ୨୦୨୨ ଶେଷ ହେବାକୁ ଆଉ ଅଳ୍ପ ଦିନ ବାକି ଅଛି । ଲୋକେ ନୂଆ ବର୍ଷକୁ ନେଇ ଚନ୍ତା ପ୍ରକାଶ କରୁଛନ୍ତି । କେମିତି କଟିବ ଆଗାମୀ ବର୍ଷ । ଅଧିକାଂଶ ଲୋକେ ୨୦୨୩ କିପରି କଟିବ, ଏହାକୁ ନେଇ ଉତ୍ସୁକ ଥିବା ବେଳେ କେହି କେହି ନୂଆବର୍ଷକୁ ସୁଖ ସମୃଦ୍ଧି କରିବା ପାଇଁ ଜ୍ୟୋତିଷ ଉପାୟ ଖୋଜୁଛନ୍ତି । ଆପଣ ଯଦି ଚାହାଁନ୍ତି ଯେ ଆପଣଙ୍କ ପାଇଁ ନୂଆ ବର୍ଷ ୨୦୨୩ ସବୁ ପ୍ରକାର ସୁଖ ସୁବିଧା ନେଇକରି ଆସୁ । ତେବେ ଏଥିପାଇଁ ଆପଣଙ୍କୁ କିଛି ଉପାୟ କରିବାକୁ ହେବ । ଆସନ୍ତୁ ଜାଣିବା ଲାଲ୍‌ କିତାବରେ ଦିଆଯାଇଥିବା କ’ଣ ସେହି ଉପାୟ ।

୧.ରାହୁ ଓ କେତୁଙ୍କୁ ବନାନ୍ତୁ ଶୁଭ (ଲାଲ୍‌ କିତାବ ତୁଟୁକା) :

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସବୁ ନବଗ୍ରହଙ୍କ ମଧ୍ୟରେ ରାହୁ କେତୁ ଅଧିକ ପ୍ରଭାବଶାଳୀ । ଏହି ଦୁଇ ଗ୍ରହ ଯେଉଁ ଗ୍ରହ ସହ ଯୁକ୍ତ ହୋଇଥାନ୍ତି, ତାଙ୍କୁ ନେଗେଟିଭ କରି ନିଜର ପ୍ରଭାବ ଦେଖାଇଥାନ୍ତି । ଏହି କାରଣରୁ ଅଧିକାଂଶ ଲୋକଙ୍କ କୁଣ୍ଡଳୀରେ ରାହୁ ଓ କେତୁ ଦୋଷ ଯୋଗୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏଥିପାଇଁ ଆପଣ ଯଦି ଏକ ଦୁଇ ରଂଗର କମ୍ବଳ (କଳା ଓ ଧଳା ରଂଗ) କିଣି ଏହାକୁ ଶନିବାର ଦିନ ଗରୀବ ବ୍ୟକ୍ତିଙ୍କୁ ଦାନ କରନ୍ତି କିମ୍ବା କମ୍ବଳ ବଦଳରେ ଦୁଇ ରଂଗୀ ଚାଦର ଦାନ କରନ୍ତି,ତେବେ ରାହୁ ଓ କେତୁ ଦ୍ୱାରା ହେଉଥିବା ସବୁ ଦୋଷ ସମାପ୍ତ ହୋଇଯାଏ । ଫଳରେ ଅନ୍ୟ ଗ୍ରହ ନିଜର ଶୁଭ ଫଳ ଦେବାକୁ ଲାଗନ୍ତି ।

୨. ସବୁ ଗ୍ରହଙ୍କୁ କରନ୍ତୁ ଅନୁକୂଳ

ଆପଣ ପୁରା ବର୍ଷରେ ଥରେ ଦୁଇଟି ଗଛ ନିଶ୍ଚୟ ଲଗାନ୍ତୁ । ଏହି ବୃକ୍ଷ ଓସ୍ତ, ବର, ନୀମ, ବେଲ କିମ୍ବା ଆମ୍ବ ହେବା ଉଚିତ୍‌ । ଏହାକୁ ଆପଣ ଘରେ ଲଗାଇବେ ନାହିଁ । ଏହାକୁ କୌଣସି ସାର୍ବଜନିକ ପାର୍କ, ମନ୍ଦିର ଅବା ଏମିତି ସ୍ଥାନ ଯେଉଁଠି ସବୁ ଲୋକ ଏହାର ଲାଭ ଉଠାଇ ପାରିବେ । ଯଦି ଏହା ପ୍ରତିବର୍ଷ କରନ୍ତି ଓ ଏହାର ରକ୍ଷଣା ବେକ୍ଷଣା କରନ୍ତି, ତାଙ୍କ ଜୀବନରେ କେବେ ଦରିଦ୍ରତା କିମ୍ବା ଦୁର୍ଭାଗ୍ୟ ଆସିବ ନାହିଁ । ଏହି ଉପାୟ ସବୁ ଗ୍ରହଙ୍କ ଅଶୁଭ ପ୍ରଭାବ ସମାପ୍ତ କରିଦେଇଥାଏ ।

୩. ସୁଖ,ଶାନ୍ତି ଓ ସମୃଦ୍ଧି ପାଇଁ

ଏହି ଉପାୟ ଆପଣଙ୍କୁ ପ୍ରତି ମାସରେ ଥରେ କରିବାକୁ ହେବ । ଘରର ଛୋଟ ବଡ ସବୁ ସଦସ୍ୟଙ୍କ ଠାରୁ ପଇସା ସଂଗ୍ରହ କରି ଉକ୍ତ ପଇସାରେ କେହି ଦିବ୍ୟାଙ୍ଗ ଭିକାରୀକୁ ଭୋଜନ ଦିଅନ୍ତୁ କିମ୍ବା ପକ୍ଷୀଙ୍କୁ ଶସ୍ୟ ଆଣି ଅଳ୍ପ ଅଳ୍ପ ଦିଅନ୍ତୁ । ଶସ୍ୟ ସରିବା ଯାଏ । ଏହା ଦ୍ୱାରା ଘରେ ସବୁ କ୍ଲେଶ ନଷ୍ଟ ହୋଇଥାଏ ।

୪. ସ୍ୱାସ୍ଥ୍ୟ ଠିକ ରହବା ପାଇଁ

ଲାଲ କିତାବ ଉପାୟ କହେ ମାସରେ ଥରେ ମଙ୍ଗଳବାର କିମ୍ବା ଶନିବାର ହନୁମାନଜୀଙ୍କୁ ପୂଜା କରନ୍ତୁ । ଚାମେଲି ତେଲରେ ସିନ୍ଦୁର ମିଶାଇ ଚଢ଼ାନ୍ତୁ । ଏହାଦ୍ୱାରା ମଙ୍ଗଳ ଦୋଷ ଦୂର ହୋଇ ରୋଗରୁ ମୁକ୍ତି ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.