Below header

Titanic ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ ଏହି ନର୍ସ, ଏମିତି ୩ଥର ମୃତ୍ୟୁକୁ ଦେଇଥିଲେ ମାତ୍‌, ଜାଣନ୍ତୁ ତାଙ୍କ ରୋମାଞ୍ଚର କାହାଣୀ

କାହାଣୀ ଯାହା ବି ହେଉ, ସବୁଥିରୁ ଆମକୁ କିଛି ନା କିଛି ଶିକ୍ଷା ମିଳିଥାଏ। ଯେତେବେଳେ ମଣିଷ ଭାଙ୍ଗିପଡ଼ିଥାଏ, ସେତେବେଳେ ତାକୁ ଦରକାର ପଡ଼େ ପ୍ରେରଣା ଆଉ ସାହସ। ଆଜି ଆମେ ଆପଣଙ୍କୁ ଏମିତି ଜଣେ ମହିଳାଙ୍କ କାହାଣୀ ଶୁଣାଇବୁ, ଯିଏ ସମସ୍ତଙ୍କ ପାଇଁ ଏକ ବଡ଼ ଉଦାହରଣ କହିଲେ ଭୁଲ୍‌ ହେବନାହିଁ। ତାଙ୍କ ନାଁ ବାୟଲେଟ୍‌ ଜେସପ୍‌। ସେ ତିନି ୩ଥର ମୃତ୍ୟୁକୁ ମାତ୍‌ ଦେଇଛନ୍ତି। ଏବେ ବାୟଲେଟ୍‌ ଦୁନିଆରେ ନାହାନ୍ତି ସତ, କିନ୍ତୁ ତାଙ୍କ କାହାଣୀ ଆମ ସାମ୍ନାରେ ମିସାଲ୍‌ ହୋଇ ରହିଛି। ଆସନ୍ତୁ ଜାଣିବା ତାଙ୍କ ବିଷୟରେ।

ti1

୩ ଜାହାଜରେ କରିଥିଲେ କାମ, ହୋଇଥିଲା ବଡ଼ ଦୁର୍ଘଟଣା

ବାୟଲେଟ୍‌ ତାଙ୍କ ଜୀବନ କାଳରେ ୩ଟି ଜାହାଜରେ ନର୍ସ ଚାକିରି କରିଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା, ୩ଟି ଯାକ ଜାହଜ ବଡ଼ ଦୁର୍ଘଟଣାର ଶିକାର ହୋଇଥିଲା। ସେଥିମଧ୍ୟରୁ ଗୋଟିଏ ଥିଲା ଟାଇଟାନିକ୍‌। ତେବେ ତାଙ୍କ ଭାଗ୍ୟ ସବୁଥର ତାଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବାରେ ସାଥ୍‌ ଦେଇଥିଲା।

Undated artist impression showing the 14

ପିଲାବେଳୁ ହିଁ ହୋଇଥିଲା ଟିବି

୧୮୮୭, ଅକ୍ଟୋବର ୨ରେ ଜନ୍ମଗ୍ରହଣ କରିଥିବା ବାୟଲେଟ୍‌ ପିଲାବେଳୁ ହିଁ ଟିବିରେ ଆକ୍ରାନ୍ତ ଥିଲେ। ତାଙ୍କର ବଞ୍ଚିବାର ଆଶା ବିଲ୍‌କୁଲ୍‌ ବି ନ ଥିଲା। କଥାରେ ଅଛି, ଭାଗ୍ୟଠୁ ବଡ଼ ଆଉ କିଛି ନୁହେଁ। ଆଉ ତାହା ବି ହୋଇଥିଲା, ବାୟଲେଟ୍‌ ଠିକ୍‌ ହୋଇଯାଇଥିଲେ।

ବାପା ଚାଲିଯିବା ପରେ ମା’ଙ୍କ ସହିତ ସେ ବ୍ରିଟେନ୍‌ ଚାଲିଯାଇଥିଲେ। ସେଠାରେ ସେ ସିପ୍ଟ ହୋଇଗଲେ। ଦେହ ଖରାପ ସତ୍ତ୍ୱେ ତାଙ୍କ ମା’ ଘର ଚଳାଇବା ପାଇଁ ଜାହଜରେ କାମ କରୁଥିଲେ। ଏଥିରେ ବାୟଲେଟ୍‌ ବି ମା’ଙ୍କୁ ସାହାଯ୍ୟ କରିଥିଲେ। ସେ ଜାହାଜରେ ନର୍ସ ଚାକିରି କରିବା ଆରମ୍ଭ କରିଥିଲେ। ସେତେବେଳେ ତାଙ୍କ ବୟସ ଥିଲା ୨୧ ବର୍ଷ। ୨୯୧୦ରେ ବାୟଲେଟ୍‌ ‘Olympic’ ନାମକ ଜାହାଜରେ ଚାକିରି ଜୀବନ ଆରମ୍ଭ କରିଥିଲେ।

t7

ଦୁର୍ଘଟଣାର ଶିକାର ହେଲା ଜାହାଜ

୧୯୧୧ ମସିହା ସେପ୍ଟେମ୍ବର ମାସ। ଜାହାଜ ସମୁଦ୍ରରେ ଏଚ୍‌ଏମ୍‌ଏସ୍‌ ହକ୍‌ ଜାହାଜ ସହିତ ଧକ୍କା ହୋଇଥିଲା। ଏଥିରେ ବହୁତ କ୍ଷତି ଘଟିଥିଲା। କିଛି ଲୋକଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା। କିନ୍ତୁ ଆଶ୍ଚଯ୍ୟର୍ର କଥା, ବାୟଲେଟ୍‌ଙ୍କ ଶରୀରରେ ଗୋଟିଏ ସ୍କ୍ରାଚ୍‌ ବି ହୋଇ ନ ଥିଲା।

Titanic 1997

ପୁଣି ଟାଇଟେନିକ୍‌ରେ ଆରମ୍ଭ କଲେ ଚାକିରି

୧୯୧୨ରେ ବାୟଲେଟ୍‌ ଟାଇଟାନିକ୍‌ରେ ଚାକିରି ଆରମ୍ଭ କରିଥିଲେ। ଆଉ ଏହା ବି ଏକ ବରଫ ଖଣ୍ଡରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣା ଦୁନିଆକୁ ପୂରା ଦେହାଲାଇ ଦେଇଥିଲା। ଜାହାଜରେ ଥିବା ପାଖାପାଖି ୧୫୦୦ରୁ ଅଧିକ ଲୋକ ମାରିଯାଇଥିଲେ। ହେଲେ ବାୟଲେଟ୍‌ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ। ଭାଗ୍ୟ ତାଙ୍କୁ ସାଥ୍‌ ଦେଇଥିଲା।

ttt

୧୯୧୬ରେ ବ୍ରିଟେନିକ୍‌ ଜାହାଜରେ କାମ କରିଥିଲେ

ଟାଇଟାନିକ୍‌ ଦୁର୍ଘଟଣା ପରେ ବାୟଲେଟ୍‌ ୧୯୧୬ରେ ବ୍ରିଟେନିକ୍‌ ଜାହଜରେ କାମ ଆରମ୍ଭ କରିଥିଲେ। ଏହି ଜାହାଜର ଇଞ୍ଜିନ୍‌ ସମୁଦ୍ରରେ ଥିବା ଏକ ଖାଦାନରେ ଫସିଯାଇଥିଲା। ୩୦ଜଣ ଲୋକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। କିନ୍ତୁ ବାୟଲେଟ୍‌ ବଞ୍ଚିଯାଇଥିଲେ।

t2

‘Miss Unsinkable’ ନାଁରେ ଜାଣିବାକୁ ଲାଗିଲେ ଲୋକେ

ଏହି ୩ଟି ବଡ଼ ଜାହାଜ ଦୁର୍ଘଟଣାରୁ ବର୍ତ୍ତିବା ପରେ ବାୟଲେଟ୍‌ଙ୍କୁ ପୂରା ଦୁନିଆ ‘Miss Unsinkable’ ନାଁରେ ଜାଣିବାକୁ ଲାଗିଲା। ୧୯୭୧, ମେ’ ୫ରେ ବାୟଲେଟ୍‌ଙ୍କ ମୃତ୍ୟୁ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.