ଦୀର୍ଘ ଦୁଇ କିଲୋମିଟର ପର୍ଯ୍ୟନ୍ତ ଟ୍ରାଫିକ ପୋଲିସଙ୍କୁ ବନେଟ ଉପରେ ବସାଇ କାର ଚଳାଇଲେ ବ୍ୟକ୍ତି, ଭିଡିଓ ଭାଇରଲ ପରେ ଚାଲିଛି ତଦନ୍ତ

ଚେକିଂ ସମୟରେ ଜଣେ ଟ୍ରାଫିକ କନେଷ୍ଟବଳଙ୍କୁ କାରର ବନେଟ ଉପରେ ବସାଇ ଗାଡି ଚଳାଇ ନେଉଥିବାର ଭିଡିଓ ନିକଟରେ ଭାଇରଲ ହେବାରେ ଲାଗିଛି । ପ୍ରାୟ ଦେଢ଼ କିଲୋମିଟର ପରେ ଚାଳକ ଜଣକ କାର ରୋକି କନେଷ୍ଟବଳଙ୍କୁ ଗାଡ଼ିରୁ ଓହ୍ଲାଇବା ପାଇଁ କହୁଛନ୍ତି ଆଉ ତାପରେ ପୁଣି କାର ନେଇ ପଳାଉଛନ୍ତି । ତେବେ ଏହି ଭିଡିଓ ଭାଇରଲ ହେବାପରେ ପୋଲିସ ଅଧିକାରୀ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଭିଡ଼ିଓଟି କାରରେ ବସିଥିବା ବ୍ୟକ୍ତି ଜଣକ ବନାଇଥିଲେ ବୋଲି ଜଣାପଡିଛି ।

Image result for Man Drags Traffic Cop On Car’s Bonnet For 2 Kilometre To Escape Paper Checking In Outer Delhi Area"

 

ସୂଚନା ଅନୁଯାୟୀ ରବିବାର ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହୋଇଥିଲା । ଯେଉଁଥିରେ ଜଣେ ଟ୍ରାଫିକ କନେଷ୍ଟବଳଙ୍କୁ କାରର ବନେଟରେ ଲଟକିଥିବାର ଦେଖିବାକୁ ମିଳିଥିଲା । ଯାଞ୍ଚ ପରେ ଜଣାପଡିଥିଲା ଯେ ଏହି ଭିଡିଓ ଗତବର୍ଷ ନଭେମ୍ବର ମାସର ଅଟେ । ଦିଲ୍ଲୀର ନାଗଲୋଇ ଛକରେ ଟ୍ରାଫିକ ପୋଲିସ ନିୟମ ଉଲ୍ଲଙ୍ଘନକାରୀଙ୍କର ଚାଲାଣ କାଟୁଥିବା ସମୟରେ ହଠାତ ଭୁଲ ରାସ୍ତାରେ ଏକ କାର ପଶି ଆସିଥିଲା । ତେବେ ସେହି ସମୟରେ ପୋଲିସକର୍ମୀ ମାନେ ତାକୁ ରୋକିବା ପାଇଁ ଚେଷ୍ଟା କରୁଥିବା ବେଳେ ଚାଳକ ଜଣକ ସେଠାରୁ ଖସିଯିବା ପାଇଁ ଚେଷ୍ଟା କରିଥିଲେ ।

ଏହି ସମୟରେ ସୁନୀଲ ନାମକ ଜଣେ କନେଷ୍ଟବଳ କାର ଆଗକୁ ଆସିଯାଇଥିଲେ । ଚାଳକ ତାଙ୍କୁ ହଟିବାକୁ କହିଲେ ମଧ୍ୟ ସେ ହଟିନଥିଲେ ତେଣୁ ଚାଳକ ଜଣକ କାରକୁ ଆଗକୁ ବଢାଇଥିଲେ । ତାପରେ ସୁନୀଲ କାରର ୱାଇପର ଧରି ବନେଟ ଉପରେ ଚଢି ନିଜକୁ ବଞ୍ଚାଇଥିଲେ କିନ୍ତୁ ଚାଳକ ଜଣକ କାରର ଗତି ବଢାଇବା ସହିତ ଏହାକୁ ତେରେଛା ଚଳାଇ ତାଙ୍କୁ ତଳକୁ ପକାଇଦେବାକୁ ଚେଷ୍ଟା କରିଥିଲେ ।

Watch: Man Drags Traffic Cop On Car’s Bonnet For 2 Kilometre To Escape Paper Checking In Outer Delhi Area

ଦେଢ଼ କିଲୋମିଟର ପରେ ଚାଳକ ଜଣକ କାରକୁ ରୋକିବା ସହିତ ସୁନୀଲଙ୍କୁ ଓହ୍ଲାଇଯିବାକୁ କହିଥିଲେ । ତେବେ ସୁନୀଲ କାରରୁ ଓହ୍ଲାଇବା ମାତ୍ରେ ଚାଳକ ଅତି ଦ୍ରୁତ ଗତିରେ କାରକୁ ନେଇଯାଇଥିଲେ । ତେବେ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ ମାମଲାର ତଦନ୍ତ କରାଯାଉଛି । ଅତିଶୀଘ୍ର ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.