Below header

ନିର୍ଭୟା ଗଣଦୁଷ୍କର୍ମ: ଫାଶୀରୁ ମୁକ୍ତି ପାଇଁ ବିଭିନ୍ନ ପନ୍ଥା ଆପଣାଇବା ପରେ ବି ମରିବା ସୁନିଶ୍ଚିତ ଜାଣିବା ପରେ ଏବେ ଖାଇବା ପିଇବା ଛାଡ଼ି ଦେଇଛନ୍ତି ୪ ଅଭିଯୁକ୍ତ

ବାରମ୍ବାର ବାରମ୍ବାର ଫାଶୀ ତାରିଖ ଘୁଞ୍ଚିବା ପରେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀମାନେ ଆଶ୍ୱସ୍ତ ହେଉଛନ୍ତି ସତ କିନ୍ତୁ ମୃତ୍ୟୁର ଭୟ ସେମାନଙ୍କ ପାଇଁ ବଢ଼ିଚାଲିଛି। ନିଜକୁ ଏକାଧିକ ଥର ମୃତ୍ୟୁ ପାଇଁ ମାନସିକ ଭାବେ ପ୍ରସ୍ତୁତ କରିସାରିବା ପରେ ସମୟ ଗଡ଼ିଚାଲିବାରୁ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି ଚାରି ଦୋଷୀ। ତିହାର ଜେଲରେ ସେଲ ନମ୍ବର ୩ରେ ହାଇ ସିକ୍ୟୁରିଟିରେ ଥିଲେ ମଧ୍ୟ ସେମାନଙ୍କ ନିଦ ଉଡ଼ିଯାଇଛି। ଜେଲ କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ ଦୋଷୀମାନେ ଜାଣିସାରିଲେଣି ଯେ ଯେତେ ଫାଶୀକୁ ଘୁଞ୍ଚାଇଲେ ମଧ୍ୟ ସେମାନଙ୍କ ଆୟୁଷ ଆଉ ମାତ୍ର ଦିନ କେଇଟା। ଏଣୁ ସେମାନେ ଭଲ ଭାବେ ଖାଉନାହାନ୍ତି କି ଶୋଉନାହାନ୍ତି ବୋଲି ଜଣାଯାଇଛି।

nirbhaya case

ଫାଶୀ ତାରିଖ ବାରମ୍ବାର ଘୁଞ୍ଚୁଥିବାରୁ ପ୍ରତି ମୁହୂର୍ତ୍ତରେ ଚାରି ଜଣଯାକ ଦୋଷୀ ମରି ମରି ବଞ୍ଚୁଛନ୍ତି। ଏକ ଅଜଣା ଆତଙ୍କରେ ସେମାନେ ଆତଙ୍କିତ ହୋଇପଡ଼ିଛନ୍ତି। ବାରମ୍ବାର ମୃତ୍ୟୁକୁ ସାମ୍ନାରେ ଦେଖି ସେମାନେ ଭୟଭୀତ ହୋଇପଡ଼ିଛନ୍ତି। ଏଣୁ ସେମାନେ ଏହି ଚିନ୍ତାରେ ଆଉ ଖୁବ୍‌ କମ୍‌ ଦିନ ବଞ୍ଚିବେ ବୋଲି ଆଶଙ୍କା ଦେଖାଦେଇଛି।

nirbhaya case

ଦୋଷୀଙ୍କ କହିବାନୁସାରେ ସେମାନେ ନିଜ କଲା କର୍ମ ପାଇଁ ପଶ୍ଚାତାପ କରୁଛନ୍ତି। ଏଣୁ ତାଙ୍କୁ ଜୀବନରୁ ନ ମାରି ଅର୍ଥାତ୍‌ ଫାଶୀ ନ ଦେଇ ବରଂ ଆଜୀବନ କାରାଦଣ୍ଡାଦେଶ ଦିଆଯାଉ। ନିଜକୁ ବଞ୍ଚାଇବା ପାଇଁ ବାରମ୍ବାର ସେମାନେ ଚେଷ୍ଟା କରୁଛନ୍ତି ଓ ଗୋଟିଏ ପରେ ଗୋଟିଏ ପିଟିସନ୍‌ ଦାୟର କରୁଛନ୍ତି। କିନ୍ତୁ ଭାଗ୍ୟ ସେମାନଙ୍କ ସାଥ୍‌ ଦେଉନି ଶେଷରେ ସବୁ ନିବେଦନ ଖାରଜ ହୋଇଯାଉଛି ଓ ତାଙ୍କର ଆଶା ଧୂଳିସାତ୍‌ ହୋଇଯାଉଛି। ଏଣୁ କେଉଁ ମୁହୂର୍ତ୍ତରେ ୪ ଜଣଯାକ ରାକ୍ଷସ ଫାଶୀ ଖୁଣ୍ଟରେ ଝୁଲିବେ ତାହା କହି ହେଉନାହିଁ। ତେବେ ଖୁବ୍‌ଶୀଘ୍ର ସମସ୍ତ ଦୋଷୀଙ୍କ ଦଣ୍ଡ ମିଳିବ ବୋଲି ଜେଲ କର୍ତ୍ତୃପକ୍ଷ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.