ପୁଲଓ୍ଵାମା ଘଟଣାକୁ ପୂରିଲା ବର୍ଷେ: ନେତା ଅଫିସର ମାନେ ଭୁଲି ଯିବା ପରେ ନିଜ ଖର୍ଚ୍ଚରେ ସ୍ମାରକୀ ନିର୍ମାଣ କଲେ ପରିବାର ଲୋକେ

ଜାମ୍ମୁ କାଶ୍ମୀରର ପୁଲଓ୍ଵାମା ଠାରେ ହୋଇଥିବା ଲୋମହର୍ଷଣକାରୀ ଆତଙ୍କୀ ହମଲାକୁ ଆଜି ଠିକ ବର୍ଷେ ପୁରିଛି । ଘଟଣାକୁ ୩୬୫ ରାତି କଟି ଯାଇଥିଲେ ବି ସେ ଘଟଣା କଥା ମନେ ପଡିଲେ ଆଜି ବି ଯେମିତି ଶିହରି ଉଠେ ଲୋମ । ଜୈସ-ଏ-ମହମ୍ମଦର କୂଟ ଚକ୍ରାନ୍ତରେ ବଳି ପଡିଯାଇଥିଲେ ଆମ ଦେଶର ୪୦ ଜଣ ବୀର ସିଆରଏଫ ଯବାନ । ଗୋଟେ ପଟେ ବିଶ୍ୱବାସୀ ରକ୍ତ ବର୍ଣ୍ଣର ଗୋଲାପରେ ଖୁସି ବନାଉଥିବା ବେଳେ ଅନ୍ୟ ପଟେ ଯବାନଙ୍କ ଘରେ ପଡିଥିଲା ରକ୍ତର ଛିଟା । ସେହି ୪୦ ଜଣ ସହିଦଙ୍କ ଭିତରୁ ଜଣେ ଥିଲେ ଉତ୍ତର ପ୍ରଦେଶ ଦେବରୀୟା ଜିଲ୍ଲାର ବିଜୟ କୁମାର ମୌର୍ଯ୍ୟ । ଆଜକୁ ଠିକ ଏକ ବର୍ଷ ତଳେ ରାତି ଠିକ ୮ ଟା ସମୟରେ ବିଜୟଙ୍କ ପିତାଙ୍କ ମୋବାଇଲ ହଠାତ ବାଜି ଉଠିଥିଲା । ଫୋନ ସେପଟୁ ଶବ୍ଦ ଶୁଣି ପରିବାର ଲୋକଙ୍କ ପାଦ ତଳୁ ଖସି ଯାଇଥିଲା ମାଟି ।

pulwama

କିଛି ଦିନ ପୂର୍ବରୁ ରୋଗ କାରଣରୁ ଘରର ବଡ ପୁଅର ଅକାଳ ମୃତ୍ୟୁ ହୋଇଥିବା ବେଳେ ଦେଶ ସେବାରେ ସହିଦ ହେଲେ ଘରର ସାନ ପୁଅ । ଘଟଣାର ୪ ଦିନ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ସହିଦଙ୍କ ଘରେ ପହଞ୍ଚି ଅନ୍ୟାନ ପ୍ରତିଶୃତି ସମେତ ସହିଦ ବିଜୟଙ୍କ ପତ୍ନୀ ଓ ଭାଉଜଙ୍କୁ ଚାକିରୀ ଯୋଗାଇବାର କଥା ଦେଇଥିଲେ । ଖାଲି ଏତିକି ନୁହେଁ ଗ୍ରାମର ବିଦ୍ୟାଳୟ ଓ ସଡ଼କକୁ ସହିଦ ବିଜୟଙ୍କ ନାଁରେ କରିବାକୁ ବି କହିଥିଲେ । ଛ ମାସ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ବି କୌଣସି ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନଉଠାଯାଇଥିବାରୁ ସହିଦଙ୍କ ପିତା ଓ ପତ୍ନୀ ନିଜ ଖର୍ଚ୍ଚରେ ପୈତୃକ ଗାଁ ଭଟନି ଠାରେ ମାଟିରେ ସହିଦଙ୍କ ସ୍ମୃତିରେ ପାର୍କ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଖୁବ ସୁନ୍ଦର ଭାବେ ପାର୍କ ନିର୍ମାଣ ଆରମ୍ଭ କରାଯାଇଥିଲା ।

pulwama attack

ସୁରୁଖୁରୁରେ କାମ ଶେଷ ହୋଇଥିବା ବେଳେ ଚଳିତ ମାସ ୮ ତାରିଖରେ ହିଁ ରାଜସ୍ଥାନରୁ ୬ ଫୁଟ ଉଚ୍ଚତାର ଏକ ପ୍ରତିମା ମଗାଯାଇ ସେହି ପାର୍କରେ ସ୍ଥାପନ କରାଯାଇଛି । ସହିଦଙ୍କ ପ୍ରଥମ ପୁର୍ଣ୍ୟତିଥୀରେ ହିଁ ସେହି ପ୍ରତିମାକୁ ଅନାବରଣ ମଧ୍ୟ କରାଯାଇଛି । ସହିଦ ବିଜୟଙ୍କ ପିତା ଥିଲେ ଜଣେ କୃଷକ । ତାଙ୍କ ତିନି ସନ୍ତାନଙ୍କ ମଧ୍ୟରେ ସବୁଠାରୁ ସାନ ଥିଲେ ବିଜୟ । ସେସମୟରେ ସ୍ଥାନୀୟ ନେତା, ଅଫିସର ମାନେ ସ୍ମାରକ ନିର୍ମାଣ ନେଇ ପ୍ରତିଶୃତି ଦେଇଥିଲେ ବି ସେମାନଙ୍କ ପ୍ରତିଶୃତି କିନ୍ତୁ ରଖିପାରି ନାହାନ୍ତି । କିନ୍ତୁ ପରେ ତାଙ୍କ ପରିବାର ସଦସ୍ୟ ମାନେ ନିଜ ଖର୍ଚ୍ଚରେ ଗ୍ରାମରେ ତାଙ୍କ ସ୍ମାରକର ନିର୍ମାଣ କରିଛନ୍ତି । ଏବାବଦରେ ସହିଦଙ୍କ ପିତାଙ୍କ ପିତାଙ୍କୁ ପଚରା ଯିବାରୁ ରାମାୟଣ ସିଂ ମୌର୍ଯ୍ୟ ନିଜ ଲୁହ ଭରା କଣ୍ଠରେ କହିଛନ୍ତିକି ରାଜ୍ୟ ସରକାର ଅଧିକାଂଶ ପ୍ରତିଶୃତି ପୂରଣ କରିଥିଲେ ମଧ୍ୟ ସ୍ମାରକ ଓ ବିଧବା ବୋହୂକୁ ଚାକିରୀ ଦେବା ପ୍ରତିଶୃତି ରଖିନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.