ମରୁଭୂମିରେ ମିଳିଲା ସବୁଠାରୁ ବଡ କଇଁଛ ଜୀବାଶ୍ମ, ଯାହାକୁ ଦେଖି ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ଆପଣ ଡାଇନୋସୋର ବିଷୟରେ ନିଶ୍ଚିତ ଶୁଣିଥିବେ। କିଛି ବର୍ଷ ପୂର୍ବେ ଏହା ଏକ ବିଶାଳକାୟ ଜୀବ ରହିଥିଲା ଯାହାର ଜୀବାଶ୍ମ ଅନେକ ଜାଗାରେ ଦେଖିବାକୁ ମିଳିଛି। କିନ୍ତୁ ଦକ୍ଷିଣ ଆମେରିକାରେ ଏକ କଇଁଛର ଜୀବାଶ୍ମ ମିଳିଛି। ଯାହାର ଆକାର ଏକ ବଡ଼ କାର ସଦୃଶ। କଲମ୍ବିଆର ତାତାକୋଆ ମରୁଭୂମିରୁ ଏହି ଜୀବାଶ୍ମ ମିଳିଛି। ଏଭଳି ପ୍ରଜାତିର କଇଁଛ କୋଟିଏ ୩୦ ଲକ୍ଷ ବର୍ଷ ତଳେ ପୃଥିବୀ ପୃଷ୍ଠରେ ବାସ କରୁଥିବା ଗବେଷକ କହିଛନ୍ତି। ଏହି ଜୀବାଶ୍ମର ଲମ୍ବ ୪.୬ ମିଟର ରହିଛି। ଜୀବିତ ସମୟରେ ଏହାର ଓଜନ ପ୍ରାୟ ୨.୫ ଟନ୍‌ ହୋଇଥିବ ବୋଲି ଗବେଷକ କହିଛନ୍ତି।

turtle s

ଉତ୍ତର ଏବଂ ଦକ୍ଷିଣ ଆମେରିକାରେ ଏଭଳି ପ୍ରଜାତି ବାସ କରୁଥିଲେ। ତେବେ କାଳକ୍ରମେ ଜୟବାୟୁ ପରିବର୍ତ୍ତନର ପ୍ରଭାବରେ ସେମାନେ ଲୋପ ପାଇଯାଇଥିବା କୁହାଯାଉଛି। ଗବେଷକ ଏଭଳି କଇଁଛ ପ୍ରଜାତିକୁ ଷ୍ଟୁପେଣ୍ଡେମି ଭାବେ ନାମିତ କରିଛନ୍ତି। ସାଧାରଣତଃ କଇଁଛର ଶିଙ୍ଗ ନଥାଏ। କିନ୍ତୁ ଏହି କଇଁଛ କବଚର ଦୁଇପାର୍ଶ୍ୱରେ ସାମ୍ନାରେ ଶିଙ୍ଗ ରହିଥିଲା। ଯାହାର ବ୍ୟବହାର ହୁଏତ ଅନ୍ୟ ଜନ୍ତୁ ଆକ୍ରମଣ ବେଳେ ନିଜକୁ ସୁରକ୍ଷା କରିବା ପାଇଁ ରହିଥିଲା। ଏହି ପ୍ରଜାତିର ପ୍ରଥମ ଜୀବାଶ୍ମ ୧୯୭୦ରେ ମିଳିଥିଲା। ସେବେଠାରୁ ଏହା ଉପରେ ଅଧିକ ଗବେଷଣା ଜାରି ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.