୭୩ ବର୍ଷୀୟ ଲକ୍ଷପତି ଭିକାରୀ, ଯେଉଁ ମନ୍ଦିର ସାମ୍ନାରେ ଭିକ ମାଗୁଥିଲେ ସେହି ମନ୍ଦିରକୁ ଦାନ କଲେ ୮ ଲକ୍ଷ

ଆନ୍ଧ୍ରର ବିଜୟଓ୍ଵାଡାରେ ଜଣେ ୭୩ ବର୍ଷୀୟ ଭିକାରୀ ୟାଦି ରେଡ୍ଡିକୁ ନେଇ ଏକ ଚାରିଆଡେ ଚର୍ଚ୍ଚା। ଏବେ ତାଙ୍କୁ ନେଇ ଏକ ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି। ରେଡ୍ଡି ବିଜୟଓ୍ଵାଡା ମନ୍ଦିରରେ ଭିକ ମାଗୁଥିଲେ। ଏହି ଭିକାରୀ ଜଣଙ୍କ ଏମିତି କାମ କରି ଦେଖାଇଛନ୍ତି ଯାହାକୁ ଜାଣିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବା ସହିତ ହୁଏତ ବିଶ୍ୱାସ କରି ନପାରନ୍ତି। କିନ୍ତୁ ଏହି ଘଟଣା ପୂରାପୂରି ଭାବେ ସତ।

ୟାଦିରେଡ୍ଡି ବିଜୟଓ୍ଵାଡାରେ ଥିବା ସାଇ ମନ୍ଦିରକୁ ୮ ଲକ୍ଷ ଟଙ୍କା ଦାନ କରିଛନ୍ତି। ରେଡ୍ଡି ଏହି ଟଙ୍କା ୭ ବର୍ଷ ଧରି ମନ୍ଦିର ବାହାରେ ଭିକ ମାଗି ସଞ୍ଚୟ କରିଥିଲେ। ସେ ପ୍ରାୟ ୪୦ ବର୍ଷ ପର୍ଯ୍ୟନ୍ତ ରିକ୍ସା ଚଳାଇ ନିଜ ଗୁଜୁରାଣ ମେଣ୍ଟାଉଥିଲେ। କିନ୍ତୁ ସାତ ବର୍ଷ ପୂର୍ବରୁ ଯେତେବେଳେ ତାଙ୍କ ଜଙ୍ଘରେ ଯନ୍ତ୍ରଣା ହେଲା ସେ ରିକ୍ସା ଚଲାଇବା ବନ୍ଦ କରିଦେଲେ ଆଉ ଭିକ ମାଗିବାକୁ ବାଧ୍ୟ ହେଲେ।

beggarରେଡ୍ଡି ଜଣାଇଛନ୍ତି ଯେ, ‘ମୁଁ ବର୍ଷ ବର୍ଷ ଧରି ରିକ୍ସା ଚଳାଇଛି। ପ୍ରଥମେ ମୁଁ ସାଇ ମନ୍ଦରର ଅଧିକାରୀଙ୍କୁ ୧ ଲକ୍ଷ ଟଙ୍କା ଦେଲି। ଯେତେବେଳେ ମୋ ଦେହ ଖରାପ ହେବାକୁ ଲାଗିଲା ସେତେବେଳେ ମୋତେ ଟଙ୍କାର ଆବଶ୍ୟକତା ହେବ ବୋଲି ଲାଗିଲା ନାହିଁ। ଏହାପରେ ମୁଁ ମନ୍ଦିର ପାଇଁ ଆହୁରି ଅଧିକ ଟଙ୍କା ଦେବାକୁ ଚିନ୍ତା କଲି।

ସେ ଆହୁରି ମଧ୍ୟ ଜଣାଇଛନ୍ତି, ‘ମନ୍ଦିରରେ ଦାନ ଦେବା ପରେ ଲୋକେ ମୋତେ ଚିହ୍ନିବାକୁ ଲାଗିଲେ। ଏହାପରେ ମୋ ରୋଜଗାର ଆହୁରି ଅଧିକ ବଢ଼ିଗଲା। ଏବେ ପର୍ଯ୍ୟନ୍ତ ମନ୍ଦିରକୁ ମୁଁ ୮ ଲକ୍ଷ ଟଙ୍କା ଦେଇ ସାରିଲିଣି। ଆଉ ମୁଁ ଭଗବାନଙ୍କ ନାମ ନେଇ ପ୍ରତିଜ୍ଞା କରୁଛି ମୋର ସମସ୍ତ ରୋଜଗାରକୁ ମୁଁ ଦାନ କରିଦେବି।

beggerମନ୍ଦିର ଅଧିକାରୀଙ୍କ କହିବାନୁଯାୟୀ ରେଡ୍ଡିଙ୍କ ସହଯୋଗ ଯୋଗୁଁ ମନ୍ଦିରର ବିକାଶ କରିବାରେ ଆମକୁ ସାହାଯ୍ୟ ମିଳିଲା। ରେଡ୍ଡି ଦାନ କରିଥିବା ଅର୍ଥରେ ମନ୍ଦରରେ ଏକ ଗୋଶାଳା ମଧ୍ୟ ନିର୍ମାଣ କରାଗଲା। ଅଧିକାରୀଙ୍କ କହିବା କଥା ଯେ ମନ୍ଦିର ପାଇଁ କେବେ କାହାକୁ ଦାନ ମଗାଯାଏନାହିଁ। କିନ୍ତୁ ଭକ୍ତମାନେ ନିଜ ଇଚ୍ଛାରେ ମନ୍ଦିରକୁ ଦାନ କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.