Below header

ହାର୍ ମାନିନି ମନୋବଳ: ପିଲାବେଳୁ ଭିନ୍ନକ୍ଷମ ହେଲେ ଆଜି ସେ ସକ୍ଷମ, ନିଜେ ଚଳାଉଛନ୍ତି ନିଜ ପରିବାର

ପିଲା ବେଳୁ ଭିନ୍ନକ୍ଷମ । ତଥାପି ଆଜି ସେ ସକ୍ଷମ । ଅନ୍ୟମାନଙ୍କ ପାଇଁ ସେ ପାଲଟିଛନ୍ତି ଉଦାହରଣ । କେବଳ ନିଜେ ସକ୍ଷମ ହୋଇ ନାହାନ୍ତି ନିଜ ପରିବାର ଚଳାଇବାକୁ ସେ ଅଣ୍ଟା ଭିଡିଛନ୍ତି । ସେ ହେଉଛନ୍ତି ଯାଜପୁର ବିଂଝାରପୁର ବ୍ଲକ ପ୍ରୀତିପୁର ଗାଁର ସୁବାସ ଚନ୍ଦ୍ର ପାତ୍ର ।

ଯାଜପୁର ଟାଉନ (କେନ୍ୟୁଜ୍): ପିଲା ବେଳୁ ଭିନ୍ନକ୍ଷମ । ତଥାପି ଆଜି ସେ ସକ୍ଷମ । ଅନ୍ୟମାନଙ୍କ ପାଇଁ ସେ ପାଲଟିଛନ୍ତି ଉଦାହରଣ । କେବଳ ନିଜେ ସକ୍ଷମ ହୋଇ ନାହାନ୍ତି ନିଜ ପରିବାର ଚଳାଇବାକୁ ସେ ଅଣ୍ଟା ଭିଡିଛନ୍ତି । ସେ ହେଉଛନ୍ତି ଯାଜପୁର ବିଂଝାରପୁର ବ୍ଲକ ପ୍ରୀତିପୁର ଗାଁର ସୁବାସ ଚନ୍ଦ୍ର ପାତ୍ର। ଘର ପାଖରେ ଏକ ଫାଷ୍ଟ ଫୁଡ଼ ଦୋକାନ କରି ପରିବାର ଚଳାଉଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ କେବଳ ସୁବାସ ଙ୍କୁ ଭିନ୍ନକ୍ଷମ ଭତା ମିଳିଥିବା ବେଳେ ଅନ୍ୟ ସରକାରୀ ଯୋଜନା ରୁ ବଂଚିତ ହୋଇଛନ୍ତି।

ସୁବାସ ଜଣେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ହାର ମାନି ନାହାନ୍ତି କର୍ମକ୍ଷେତ୍ରରେ। ପରିବାର କହିଲେ ବାପା ଓ ମାଆ ,ପୁଅ ଓ ଝିଅ ସହିତ ଦିବ୍ୟାଙ୍ଗ ପତ୍ନୀ । ଆଜକୁ ୧୫ବର୍ଷ ପାଖାପାଖି ହେବ ପ୍ରିତିପୁର ମେଡିକାଲ ନିକଟ ରେ ବିନଦାସ ଫାଷ୍ଟଫୁଡ୍‌ ଆଣ୍ଡ ହୋଟେଲ ଦୋକାନ କରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି ।

ସୁବାସ ଭଳିକି ଭଳି ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତିକରି ସମସ୍ତଙ୍କ ପ୍ରିୟପାତ୍ର ପାଲଟିଛନ୍ତି । ସୁବାସ ଜନ୍ମ ହେବାର ମାତ୍ର ୨୨ଦିନରେ ମଶାରୀ ଭିତରେ ଶୋଇଥିବା ବେଳେ ଲ୍ୟାମ୍ପରୁ ନିଆଁ ଲାଗି ବାମହାତ ଓ ମୁଣ୍ଡ ପୋଡିଯାଇଥିଲା। ସେତେବେଳେ ଉନ୍ନତ ଚିକିତ୍ସା କରାଯାଇ ନ ପାରିବାରୁ ହାତଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା ବେଳେ ମୁଣ୍ଡରେ ଅଧା ଖପୁରୀ ନାହିଁ। ଗୋଟିଏ ହାତ ସାହାଯ୍ୟରେ ସମସ୍ତ ଦୈନଦିନ କାର୍ଯ୍ୟ କରିଆସିବା ସହ ସଫଳ ବ୍ୟବସାୟୀ ହୋଇପାରିଛନ୍ତି।

ଭିନ୍ନକ୍ଷମ ହୋଇ ମଧ୍ୟ ଅନ୍ୟ କାହା ପାଖରେ ହାତ ପତେଇ ନାହାନ୍ତି। ବରଂ ଜଣେ ସ୍ୱାଭିମାନି ଭାବେ ନିଜ ଗୋଡ଼ ରେ ଛିଡା ହୋଇ ପାରିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ସେ ସରକାରୀ ସୁବିଧା କହିଲେ ଭିନ୍ନକ୍ଷମ ଭତ୍ତା ଛାଡ଼ିଲେ ଆଉ କିଛି ସୁବିଧା ପାଇ ପାରି ନାହାଁନ୍ତି। ନିଜକୁ ଅକ୍ଷମ ମନେ ନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ସୁବାସ ।

subash

ସରକାରଙ୍କ ପକ୍ଷରୁ ଏପରି ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଆର୍ଥିକ ସହାୟତା ଓ ପ୍ରୋତ୍ସାହନ ଯଦି ଯୋଗାଇ ଦିଆଯାଆନ୍ତା ତାହାହେଲେ ସେମାନେ ଅଧିକ ରୁ ଅଧିକ ସ୍ୱାବଲମ୍ବୀ ହୋଇ ପାରନ୍ତେ। ସେପଟେ ସୁବାସଙ୍କ ହାତତିଆରି ସୁସ୍ୱାଦୁ ଖାଦ୍ୟ ଖାଇବାକୁ ଗ୍ରାହକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ। ସୁବାସଙ୍କ ଭଲ ବ୍ୟବସାୟକୁ ଦେଖି ପରିବାରର ଅନ୍ୟ ସଦସ୍ୟ ମାନେ ତାଙ୍କୁ ସହଯୋଗ ମଧ୍ୟ କରୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.