ସୁନୀଲ ସେଟ୍ଟୀଙ୍କୁ କଲେ ସାକ୍ଷାତ ଆଫଗାନିସ୍ତାନ ଖେଳାଳି ନବୀନ ଉଲ ହକ, ପୋଷ୍ଟ କଲେ ଫଟୋ

ଆଫଗାନିସ୍ତାନ-ଅଷ୍ଟ୍ରେଲିଆ ମ୍ୟାଚ ପୂର୍ବରୁ ନବୀନ ଉଲ ହକ୍‌ ଅଭିନେତା ସୁନୀଲ ସେଟ୍ଟୀଙ୍କ ସହିତ ସାକ୍ଷାତ କରିଛନ୍ତି । ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହାକୁ ନବୀନଙ୍କ ଫ୍ୟାନ୍ସ ବହୁତ ପସନ୍ଦ କରିଛନ୍ତି ।

ବିଶ୍ୱକପରେ ଆଜି ଆଫଗାନିସ୍ତାନ ଏବଂ ଅଷ୍ଟ୍ରେଲିଆ ପରସ୍ପରକୁ ମୁହାଁମୁହିଁ ହେବେ । ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲରେ ୩ ନଂ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ପାଖରେ ୧୦ ପଏଣ୍ଟ ରହିଛି । ସେହିପରି ଆଫଗାନିସ୍ତାନ ୬ ନଂ ସ୍ଥାନରେ ରହିଛି । ଆଫଗାନିସ୍ତାନ ଟିମ୍‌ ୭ଟି ମ୍ୟାଚରୁ ୪ ଟି ଜିତିଛି । ତେବେ ଆଫଗାନିସ୍ତାନ-ଅଷ୍ଟ୍ରେଲିଆ ମ୍ୟାଚ ପୂର୍ବରୁ ନବୀନ ଉଲ ହକ୍‌ ଅଭିନେତା ସୁନୀଲ ସେଟ୍ଟୀଙ୍କ ସହିତ ସାକ୍ଷାତ କରିଛନ୍ତି । ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହାକୁ ନବୀନଙ୍କ ଫ୍ୟାନ୍ସ ବହୁତ ପସନ୍ଦ କରିଛନ୍ତି ।

ଏବେ ଆଫଗାନିସ୍ତାନ ଟିମ୍‌ ମୁମ୍ବାଇରେ ରହିଛି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ପୂର୍ବରୁ ନବୀନ ଉଲ୍‌ ହକ୍‌ ସୁନୀଲ ସେଟ୍ଟୀଙ୍କୁ ସାକ୍ଷାତ କରିଛନ୍ତି । ଏହାର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ନବୀନ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ଅନ୍ନା(ସୁନୀଲ ସେଟ୍ଟୀ)ଙ୍କୁ ସାକ୍ଷାତ କରି ବହୁତ ଭଲ ଲାଗିଲା ।

 

View this post on Instagram

 

A post shared by Naveen ul haq Murid (@naveen_ul_haq)

ସୂଚନାଯୋଗ୍ୟ, ବିଶ୍ୱକପରେ ଆଫଗାନିସ୍ତାନ ଟିମ୍‌ ୭ଟି ମ୍ୟାଚ ଖେଳିଛି । ଏଥିରୁ ୪ଟି ଜିତିଥିବା ବେଳେ ୩ଟି ହାରିଛି । କେବଳ ସେତିକି ନୁହେଁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ଖେଳିବା ପୂର୍ବରୁ ଆଫଗାନିସ୍ତାନ ଟିମ୍‌ ସଚିନ ତେନ୍ଦୁଲକରଙ୍କୁ ସାକ୍ଷାତ କରିଛି । ଏହି ସମୟରେ ଖେଳାଳିଙ୍କ ମନୋବଳ ବଢାଇଛନ୍ତି ସଚିନ ତେନ୍ଦୁଲକର । ଏହାକୁ ନେଇ ରାସିଦ ଖାନ ସଚିନ ତେନ୍ଦୁଲକରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରସିଦ ଖାନ ସଚିନଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ‘ମୁଁ କେବଳ କହିବାକୁ ଚାହେଁ ଯେ, ଏଠାକୁ ଆସିଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ । ମୁଁ ଜାଣେ ଅନେକ ଲୋକ ଆପଣଙ୍କୁ ଦେଖିବା ପରେ କ୍ରିକେଟ୍ ଆରମ୍ଭ କରନ୍ତି । ଆପଣ ଆଫଗାନିସ୍ତାନର ସମସ୍ତଙ୍କ ପାଇଁ ଏକ ଆଦର୍ଶ, ତେଣୁ ସମଗ୍ର ଆଫଗାନିସ୍ତାନ ତରଫରୁ ଏଠାକୁ ଆସିବା ଏବଂ ଆମ ସହିତ ଏହି ଗୁରୁତ୍ୱପୂର୍ଣ୍ଣ ସମୟ ଅତିବାହିତ କରିଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.