Below header

ଚାଣକ୍ୟ ନୀତି : ସମୟ ପୂର୍ବରୁ ଅସ୍ତ ହୋଇଥାଏ ଏପରି ଲୋକଙ୍କ ଆୟୁ, ଜାଣନ୍ତୁ କଣ କହେ ଚାଣକ୍ୟ ନୀତି

ଚାଣକ୍ୟ ନିଜ ନୀତିରେ ମନୁଷ୍ୟକୁ ବହୁତ ଜରୁରୀ କଥା ସମ୍ପର୍କରେ ସୂଚନା ଦେଇଛନ୍ତି | ଚାଣକ୍ୟ ତାଙ୍କ ନୀତିରେ ମନୁଷ୍ୟକୁ ସବୁ ପ୍ରକାର ଅସୁବିଧାରୁ ମୁକୁଳିବାରୁ ବାଟ ବତାଇଛନ୍ତି | ଚାଣକ୍ୟ ତାଙ୍କ ନୀତିରେ ପାପ,ପୂଣ୍ୟ, ଧର୍ମ, ଅଧର୍ମ ଓ କର୍ତ୍ତବ୍ୟ ସମ୍ପର୍କରେ ମାନବ ସମାଜକୁ ଜ୍ଞାନ ଦେଇଛନ୍ତି | ଚାଣକ୍ୟଙ୍କ ନୀତି ପାଳନ କଲେ ଆପଣ କୌଣସି ବିପଦରେ ପଡ଼ିବେନି |

ଚାଣକ୍ୟ ତାଙ୍କ ଏହି ନୀତିରେ ଲୋକେ କିପରି ଶୀଘ୍ର ବୁଢା ହୋଇଯାନ୍ତି କହିଛନ୍ତି | କିପରି ଏଥିରୁ ରକ୍ଷା ପାଇବେ ସେ ସମ୍ପର୍କରେ ଚାଣକ୍ୟ ତାଙ୍କ ନୀତି ଚତୁର୍ଥ ଅଧ୍ୟାୟର ୧୭ ଶ୍ଳୋକରେ କହିଛନ୍ତି |

ଶ୍ଳୋକ :

ଅଘବା ଜରା ମନୁଷ୍ୟଣାଂ ବାଜିନାଂ ବନ୍ଧନ ଜରା।

ଅମୈଥୁନଂ ଜରା ସ୍ତ୍ରୀଣାଂ ବସ୍ତ୍ରଣାମାତପୋ ଜରା ।।

ଅର୍ଥାତ – ଯେଉଁ ବ୍ୟକ୍ତି ସର୍ବଦା ଯାତ୍ରା କରୁଥାନ୍ତି, ସେମାନେ ନିୟମିତ ନ ହେବା କାରଣରୁ ଶୀଘ୍ର ବୁଢା ହୋଇ ଯାଇଥାନ୍ତି | ଯାତ୍ରା ର କ୍ଲାନ୍ତ ଓ ଠିକ ଭାବରେ ଖାଦ୍ୟ ପାନୀୟ ଅଭାବରୁ ଏହା ଶରୀର ଉପରେ ବିପରୀତ ପ୍ରଭାବ ପକାଇଥାଏ | ଫଳରେ ବ୍ୟକ୍ତି ଶୀଘ୍ର ବୁଢା ହୋଇ ଯାଇଥାଏ |

ସେହିପରି ଘୋଡା ମୁକ୍ତ ଭାବରେ ବୁଲିବା ପ୍ରାଣୀ | ହେଲେ ମନୁଷ୍ୟ ଯଦି ଘୋଡ଼ାକୁ ବାନ୍ଧି ରଖିଥାଏ ବା ପୋଷା ମନାଇଦିଏ, ତାହେଲେ ସେ ଶୀଘ୍ର ବୁଢା ହୋଇଯାଏ | କାରଣ ଏହା ତାର ଶାରୀରିକ ପ୍ରକୃତିର ପ୍ରତିକୁଳ ପ୍ରଭାବ ଯୋଗୁ ଏପରି ହୋଇଥାଏ |

ସ୍ତ୍ରୀ ସମ୍ପର୍କରେ ଚାଣକ୍ୟ କହିଛନ୍ତି ଯେ ଯଦି ପତି ନିଜର ପତ୍ନୀଙ୍କୁ ଶାରୀରିକ ସୁଖ ଦେଇ ନ ପରେ ବା ସେ ସନ୍ତୁଷ୍ଟ ହୋଇନଥାଏ | ଫଳରେ ଏହା ତାଙ୍କ ଶରୀର ଉପରେ ପ୍ରତିକୂଳ ପ୍ରଭା ପକାଇଥାଏ ଓ ସ୍ତ୍ରୀ ଶୀଘ୍ର ବୁଢ଼ୀ ହୋଇଯାଇଥାଏ | ଯେପରି ମନୁଷ୍ୟର ପୋଷାକ ଖରାରେ ପଡି ଶୀଘ୍ର ବୁଢା ବା ନଷ୍ଟ ହୋଇଯାଇଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.