୧୫ ମଇରୁ ଚମିକିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ବୃଷ ରାଶିରେ ସୂର୍ଯ୍ୟଙ୍କ ଗୋଚର ଦେବ ସୁନ୍ଦର ସଫଳତା

ସୂର୍ଯ୍ୟଙ୍କୁ ନବ ଗ୍ରହଙ୍କ ମଧ୍ୟରେ ରାଜା କୁହାଯାଏ । ଯଦି କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ ନଥାଏ ତେବେ ବ୍ୟକ୍ତି ଜୀବନରେ ସଫଳତା ଓ ପ୍ରସିଦ୍ଧି ଲାଭ କରିପାରେ ନାହିଁ । ତେଣୁ ସୂର୍ଯ୍ୟଙ୍କ ମଜବୁତ ସ୍ଥିତି ବ୍ୟକ୍ତିର କାରିଅରରେ ସଫଳତା ଦେବା ସହ ବ୍ୟକ୍ତିକୁ ଉଚ୍ଚ ପଦରେ ପହଞ୍ଚାଇଥାଏ ।

ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଯିବା ପାଇଁ ୧ ମାସ ଲାଗିଥାଏ । ୧୫ ମଇରେ ସୂର୍ଯ୍ୟଦେବ ବୃଷ ରାଶିରେ ପ୍ରବେଶ କରିବେ । ଏଠାରେ ସେ ୧ ମାସ ଯାଏ ରହିବେ । ଏହି ଗୋଚର ପ୍ରଭାବ ସ୍ୱରୁପ କେତେକ ଜାତକଙ୍କୁ ଭଲ ଧନ ଲାଭ ମିଳିବ । ଆସନ୍ତୁ ଜାଣିବା ସେହି ରାଶିମାନଙ୍କ ବିଷୟରେ ।

କର୍କଟ ରାଶି ବ୍ୟକ୍ତିଙ୍କୁ ମିଳିବ ଆର୍ଥିକ ଲାଭ :

ଏହି ରାଶିର ଲୋକେ ଧନ ସଂଚୟ କରିବାରେ ସଫଳ ହେବେ । ଅଚାନକ କେଉଁଠୁ ଧନ ପ୍ରାପ୍ତି ହେବ । ଏହି ସମୟରେ କରାଯାଉଥିବା ନିବେଶ ଭବିଷ୍ୟତରେ ଭଲ ଲାଭ ଦେବ । ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ । ଏହି ରାଶିର ଜାତକଙ୍କୁ ସରକାରୀ ଚାକିରି ଲାଭ ଯୋଗ ରହିଛି । ଇଚ୍ଛା ପୂରଣ ହେବ ।

ଧନୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ହେବ ବୃଦ୍ଧି :

ଏହି ରାଶିର ଲୋକଙ୍କ ପାଇଁ ସମୟ ବହ ୁତ ଉପଯୋଗୀ ହେବ । ଭଲ ଧନ ଲାଭ କରିବେ । ଯେଉଁମାନେ ଚାକିରି ଖୋଜୁଛନ୍ତି, ସେମାନେ ଚାକିରି ପାଇବେ । ସବୁ କାମରେ ଭାଗ୍ୟ ସାଥ ଦେବ । ବିଦେଶ ଯିବାର ଶୁଭ ସୁଯୋଗ ମିଳିପାରେ । ପିତାଙ୍କ ସହ ସମ୍ପର୍କ ଭଲ ରହିବ ।

ମୀନ ରାଶିଙ୍କୁ ଚାକିରିରେ ସଫଳତା ଯୋଗ ରହିଛି :

ଏହି ରାଶିର ଜାତକଙ୍କ ପେଶାଗତ ଜୀବନରେ ସଫଳତା ପ୍ରାପ୍ତ ହେବ । ବିଦେଶ ଯାତ୍ରା ଓ ଧନ ଲାଭର ଶୁଭ ଯୋଗ ରହିଛି । ପରିଶ୍ରମର ଉଚିତ ଫଳ ମିଳିବ । ଭାଗ୍ୟ ବୃଦ୍ଧି ହେବ ଓ ପରିବାର ଲୋକଙ୍କ ଭରପୁର ସହଯୋଗ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.