୨୦୨୨ ସୂର୍ଯ୍ୟୋପରାଗ ସମୟରେ ଗର୍ଭବତୀ ମହିଳାମାନେ ଏହି ସବୁ ଦିଗ ପ୍ରତି ଧ୍ୟାନ ରଖନ୍ତୁ

ଏଥର ସୂର୍ଯ୍ୟୋପରାଗ ଦୀପାବଳି ପରଦିନ ଅର୍ଥାତ୍ ୨୫ ଅକ୍ଟୋବରରେ ହେବାକୁ ଯାଉଛି। ଏହା ହେଉଛି ଏକ ଆଂଶିକ ସୂର୍ଯ୍ୟୋପରାଗ ଯାହା ଭାରତର କେତେକ ସହରରୁ ଦୃଶ୍ୟମାନ ହେବ।ଭାରତରେ ଏହା ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ବା ଗ୍ରହଣ ହେବ ଏହା ଆଂଶିକ ଭାରତରେ ଦେଖିବାକୁ ମିଳିବ। ଏହି ଗ୍ରହଣର ଅବଧି ୪ ଘଣ୍ଟା, ୩ ମିନିଟ୍ ହେବ। ଏହି ସୂର୍ଯ୍ୟୋପରାଗ ଆରମ୍ଭ ହେବ ଅପରାହ୍ନ ୨:୨୯ ରେ ଏବଂ ୪:୨୨ ରେ ଆରମ୍ଭ ହେବା ଦେଖାଯିବ।

ତେବେ ସୂର୍ଯ୍ୟାସ୍ତ ସହିତ ଶେଷ ହେବ ସନ୍ଧ୍ୟା ୬.୩୨ ସମୟରେ। ଗର୍ଭବତୀ ମ ହିଳାମାନେ ସୂର୍ଯ୍ୟ ଗ୍ରହଣ ସମୟରେ ଛୁରୀ, କଇଁଚି ଇତ୍ୟାଦି ବ୍ୟବହାର କରିବା ଉଚିତ୍ ନୁହେଁ। ଏପରିକି ସିଲେଇ ମଧ୍ୟ କରିବା ମନା। ସୂର୍ଯ୍ୟୋପରାଗ ସମୟରେ ସେମାନେ ଘରୁ ବାହାରକୁ ଆସିବା ଉଚିତ୍ ନୁହେଁ। ଆପଣଙ୍କ ପେଟରେ ଓଚର ବା ନାଲି ମାଟି ଲଗାନ୍ତୁ। ବିଶ୍ୱାସ କରାଯାଏ ଯେ ଏପରି ନକରିବା ଦ୍ୱାରା ଜନ୍ମ ନେବାକୁ ଥିବା ଶିଶୁର କ୍ଷତି ହୋଇପାରେ।

ଗର୍ଭବତୀ ମହିଳାମାନେ ସୂର୍ଯ୍ୟ ଗ୍ରହଣ ସମୟରେ ପନିପରିବା କାଟିବା କିମ୍ବା ଅନ୍ୟ କୌଣସି ଉପକରଣ ବ୍ୟବହାର କରିବା ଉଚିତ୍ ନୁହେଁ, କାରଣ ବିଶ୍ୱାସ କରାଯାଏ ଯେ ଏହା କରିବା ଦ୍ୱାରା ଶିଶୁର ଶାରୀରିକ ବିକଳାଙ୍ଗ ହୋଇଥାଏ। ତେବେ ଏହି ସବୁ କଥା ଗର୍ଭବତୀ ମହିଳାଙ୍କୁ ନଜରରେ ରଖିବା ଉଚିତ୍ କିନ୍ତୁ ସେମାନେ ଖାଦ୍ୟ ଖାଇ ପାରିବେ। ତେବେ ଏହି ସୂର୍ଯ୍ୟ ପରାଗର ଅବଧି ବା ସମୟ ଅକ୍ଟୋବର ୨୪ ତାରିଖ ରାତି ୪ ବା ସୂର୍ଯ୍ୟ ଉଦୟ ପୂର୍ବରୁ ଆରମ୍ଭ ହୋଇଯିବ। ତେଣୁ ୨୪ ତାରିଖ ରାତ୍ର ସମୟରେ ହାଣ୍ଡି ଛାଡ କରିବା ଉଚିତ। ଗ୍ରହଣ ସମୟରେ କୌଣସି ଖାଦ୍ୟ କାଇବା ଉଚିତ ନୁହେଁ କିମ୍ବା କୌଣସି ଗୁରୁତ୍ୱପୂର୍ଣ କାମ ନଥିଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.