ସ୍ବିଜରଲାଣ୍ଡରେ ରହିଛି ଏଭଳି ଏକ ଘଣ୍ଟା ଯେଉଁଥିରେ କେବେ ବି ବାଜେନି ୧୨ଟା, ଏହା ପଛରେ ରହିଛି ଖୁବ୍ ରୋଚକ କାହାଣୀ

ସ୍ବିଜରଲାଣ୍ଡର ସୋଲୋଥର୍ନ ସହରରେ ରହିଛି ଏକ ଅଦ୍ଭୁତ ଘଣ୍ଟା। ଏହି ସହରର ଟାଉନ୍ ସ୍କୋୟାରରେ ଏକ ଘଣ୍ଟା ଲାଗିଛି। ସେଥିରେ କେବେ ୧୨ ଟା ବାଜେନି। କାରଣ ଏହି ଘଣ୍ଟାରେ ୧୨ ସଂଖ୍ୟା ନାହିଁ। ସେଠାର ଲୋକ ୧୧ ନମ୍ବରକୁ ଖୁବ୍ ପସନ୍ଦ କରିଥାନ୍ତି। ଏହାଛଡା ମ୍ୟୁଜିୟମ,ଐତିହାସିକ ସ୍ଥାନ କିମ୍ବା ଟାଓ୍ବାର ସବୁଠି ୧୧ ନମ୍ବର ରହିଛି।

ସେଠାର ସେଣ୍ଟ ଉର୍ସୁସ୍‌ର ମୁଖ୍ୟ ଚର୍ଚରେ ୧୧ ନମ୍ବର ମହତ୍ବ ଆପଣ ସ୍ପଷ୍ଟ ଦେଖିପାରିବେ। ଏହି ଚର୍ଚ ମଧ୍ୟ ୧୧ ବର୍ଷରେ ତିଆରି ହୋଇଛି। ସେଠାରେ ତିନୋଟି ସିଢିର ସେଟ୍ ରହିଛି ଓ ପ୍ରତି ସେଟ୍‌ରେ ୧୧ ଟି ପାହାଚ ରହିଛି। ଏହାଛଡା ସେଠାରେ ୧୧ଟି କବାଟ ଓ ୧୧ଟି ଘଣ୍ଟି ରହିଛି। ଏପରିକି ସହରର ଅନେକ ଲୋକ ନିଜର ୧୧ ତମ ଜନ୍ମଦିନକୁ ଖୁବ୍ ଖାସ୍ ଭାବରେ ପାଳନ କରିତାନ୍ତି। ଏହି ଅବସରରେ ଦିଆଯାଉଥିବା ଉପହାରର କନେକ୍ସନ୧୧ ନମ୍ବର ସହିତ ଥାଏ।

solothurn

୧୧ ନମ୍ବରକୁ ଲୋକ କାହିଁକି ଏତେ ପସନ୍ଦ କରନ୍ତି? ତାହା ମଧ୍ୟରେ ବହୁ ପୁରାତନ ମାନ୍ୟତା ରହିଛି। କୁହାଯାଏ ଯେ, ଏକ ସମୟରେ ସୋଲୋଥର୍ନର ଲୋକ ଖୁବ୍ ପରିଶ୍ରମ କରୁଥିଲେ, କିନ୍ତୁ ତାଙ୍କ ଜୀବନରେ ଖୁସି ନଥିଲା। କିଛି ସମୟ ପରେ ସେଠାର ପାହାଡରୁ ଏଲଫ୍ ଆସିବାରେ ଲାଗିଥିଲା ଓ ଲୋକଙ୍କର ମନୋବଳ ବଢିଥିଲା। ଏଲଫ୍ ଆସିପା ପରେ ସେଠାର ଲୋକଙ୍କ ଜୀବନରେ ଖୁସି ଆସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.