ରୁମାଟଏଡ୍ ଆର୍ଥ୍ରାଇଟିସ୍ କଣ ,ଜାଣନ୍ତୁ ଏହାର ଲକ୍ଷଣ ଓ ଉପଚାର ବିଷୟରେ

ରୁମାଟଏଡ୍ ଆର୍ଥ୍ରାଇଟିସ୍, ଅର୍ଥାତ୍ ଏହି ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କର ଆଂଠୁ, ଗୋଡ, ପିଠି, ହାତଗୋଡ କିମ୍ବା ବେକ ଗଣ୍ଠିରେ ଯନ୍ତ୍ରଣା ହୋଇଥାଏ । ଏହି ରୋଗ ସାଧାରଣତଃ ୪୦ ବର୍ଷ ପରର ମହିଳାଙ୍କଠାରେ ଦେଖାଯାଏ । କିନ୍ତୁ ଖରାପ ଜୀବନ ଶୈଳୀ ହେତୁ ଯୁବଗୋଷ୍ଠୀ ମାନେ ବି ଏହାର ଶିକାର ହେଉଛନ୍ତି । ରୁମାଟଏଡ୍ ଆର୍ଥ୍ରାଇଟିସ୍ କେବଳ ଗଣ୍ଠିଯନ୍ତ୍ରଣା ମଧ୍ୟରେ ସୀମିତ ନୁହେଁ । ଯଦି ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ଏହା କେବଳ ଗଣ୍ଠି ଏବଂ ହାଡକୁ କ୍ଷତି ପହଞ୍ଚାଏ ନାହିଁ, ବରଂ ଆଖି, ଚର୍ମ ଏବଂ ଫୁସଫୁସ ଭଳି ଅନେକ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହା ଏକ ଅଟୋୟୁମିନୋ ରୋଗ ।

arthaities
image credit: narayan care

ତେବେ ଆସନ୍ତୁ ଜାଣିବା ଏହି ରୁମାଟଏଡ୍ ଆର୍ଥ୍ରାଇଟିସର ଲକ୍ଷଣ କଣ ଓ ଏହାର ଉପଚାର କିପରି କରାଯାଇ ପାରିବ:

ଏହା ଗୋଟିଏ ପଟେ ଶରୀରକୁ ବ୍ୟାକ୍ଟେରିଆ ଓ ଭାଇରସ ଠାରୁ ରକ୍ଷା କରିଥିବା ବେଳେ ଶରୀର ମଧ୍ୟରେ ଥିବା ସୁସ୍ଥ କୋଷିକା ଗୁଡିକୁ କ୍ଷତି ପହଞ୍ଚାଇ ଥାଏ । ଏହା ଦ୍ୱାରା ଶରୀରରେ ଥିବା ବିଭିନ୍ନ ଅଙ୍ଗ ଗୁଡିକରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଯଦି ଏହି ଯନ୍ତ୍ରଣା ଦୀର୍ଘ ଦିନ ଯାଏ ରହିଥାଏ ତେବେ ଏହା ପିଠି, ହାତଗୋଡ କିମ୍ବା ଗଣ୍ଠି ଉପରେ ପ୍ରଭାବ ପକାଇଥାଏ ।

ଯଦି ସକାଳେ କୌଣସି ଅଙ୍ଗରେ ଯନ୍ତ୍ରଣା କି କଷ୍ଟ ଅନୁଭବ ହୁଏ ତେବେ ଏହା ରୁମାଟଏଡ୍ ଆର୍ଥ୍ରାଇଟିସର କାରଣ ବୋଲି ଜଣାପଡ଼ିଥାଏ । ଏହି ଯନ୍ତ୍ରଣା ଏକରୁ ଦୁଇ ଘଣ୍ଟା ଯାଏ ହୋଇଥାଏ । ଏବଂ କିଛି ସମୟ ଚଳପ୍ରଚଳ କରିବା ପରେ ଏହି କଷ୍ଟରୁ ଉପଶମ ମିଳିଥାଏ । ଏହି ରୋଗର ଅନ୍ୟ ଲକ୍ଷଣ ଗୁଡିକ ହେଉଛି ଦୁର୍ବଳ ଲାଗିବା, ଜ୍ୱର ହେବା, ଭୋକ ନ ହେବା ଓ ମୁଁହ ଆଖି ଶୁଖିଯିବା ଆଦି । ପୁରୁଷଙ୍କ ଅପେକ୍ଷା ମହିଳା ମାନଙ୍କୁ ଅଧିକ ହେବାର ଆଶଙ୍କା ରହିଥାଏ । ଏକ ରିପୋର୍ଟରୁ ଜଣାଯାଇଛିକି ୭୫% ୩୦ ରୁ ୫୦ ବର୍ଷୀୟ ମହିଳା ମାନେ ଅଧିକ ମାତ୍ରାରେ ରୁମାଟଏଡ୍ ଆର୍ଥ୍ରାଇଟିସର ଶିକାର ହୋଇଥାନ୍ତି ।

Voltaren approved for arthritis pain over-the-counter in the US

image credit: Eropean pharmaceutical review

ଅଧିକାଂଶ ଲୋକଙ୍କର ବିଶ୍ୱାସ ରହିଛିଯେ ଏହା କେବଳ ବୃଦ୍ଧାବସ୍ଥାରେ ଦେଖାଦେଇଥାଏ | ଏହି ରୋଗ ଯେ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ପ୍ରଭାବିତ କରିଥାଏ । ଆମେ ଡାକ୍ତରୀ ପରୀକ୍ଷା କରି ଜାଣିପାରିବା । ଯେପରିକି ରକ୍ତ ପରୀକ୍ଷା , ଏକ୍ସରେ ଆଦିରୁ ମଧ୍ୟ ଠଉରାଇ ପରିବା । ଏହାର ଉଦେଶ୍ୟ ହେଉଛି ଯନ୍ତ୍ରଣା କିମ୍ବା ପ୍ରଦାହ ଭଳି ଲକ୍ଷଣକୁ ହ୍ରାସ କରିବା । ସମସ୍ତ ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ଉପଚାର ଠିକ ଭାବେ କାମ କରିନଥାଏ । ଏପରିକି ଜଣେ ବ୍ୟକ୍ତି ତା ଜୀବନ କାଳ ମଧ୍ୟର ଏହାର ଉପଚାରକୁ ମଧ୍ୟ ବଦଳାଇ ପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.