ଜୀବନ ଦାନ ପାଇଲା ତାଳଚେର ସାର କାରଖାନା

ଅନୁଗୁଳ/ତାଳଚେର (କେନ୍ୟୁଜ) : ଜୀବନ ଦାନ ପାଇଲା ତାଳଚେର ସାର କାରଖାନା । ବନ୍ଦ ପଡ଼ିଥିବା ଶିଳ୍ପଟି ପୁଣି ଚାଲୁ ହେବ । ହଜାର ହଜାର ଲୋକଙ୍କୁ ନିଯୁକ୍ତି ମିଳିବ । ଏହି ସ୍ବପ୍ନ ପୂରଣ ହେବାକୁ ଯାଉଛି । କାରଖାନାର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଇଲାରୁ ଗ୍ୟାସ ଅଧାରିତ ସାର କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଠାରେ ବର୍ଷକୁ ୧.୨୭ ଲକ୍ଷ ମେଟ୍ରିକ ଟନ ୟୁରିଆ ସାର ଉତ୍ପାଦନ ହେବ । ଖର୍ଚ୍ଚ ହେବ ୧୩ ହଜାର କୋଟି ଟଙ୍କା । ୨୦୨୨ ସୁଦ୍ଧା ଏହି କାରଖାନା କାର୍ଯ୍ୟକ୍ଷମ କରିବକୁ ଲକ୍ଷ୍ୟ ରଖା ଯାଇଛି ।

MODI CM 1

୨୦୦୨ରୁ ଏପର୍ଯ୍ୟନ୍ତ ବନ୍ଦ ହୋଇ ପଡ଼ିରହିଥିଲା ତାଳଚେର ସାର କାରଖାନା । କାରଖାନା ପରିସର ପାଲଟି ଯାଇଥିଲା ଭୂତକୋଠି । ୨୦୦୭ ଏପ୍ରିଲରେ ତତ୍କାଳୀନ ୟୁପିଏ ସରକାର ଏହାକୁ କାର୍ଯ୍ୟକ୍ଷମ କରିବାକୁ ଅନୁମତି ଦେଇଥିଲେ । ୨୦୧୩ ସେପ୍ଟେମ୍ବର ୫ରେ ତତ୍‌କାଳୀନ କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପେଟ୍ରୋଲିୟମ ମନ୍ତ୍ରୀ ଓ କୋଇଲା ମନ୍ତ୍ରୀଙ୍କ ଉପସ୍ଥିତିରେ କୋଲ ଇଣ୍ଡିଆ, ଗେଲ ଓ ଆରସିଏଫ ମଧ୍ୟରେ ସାରକାରଖାନା ପୁନରୁଦ୍ଧାର ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା । ତେବେ ତିନି ବର୍ଷ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହୋଇପାରିନଥିଲା । ପରେ ୨୦୧୪ ଡିସେମ୍ବର ୨୪ରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଇଲା ମନ୍ତ୍ରୀ ଏବଂ ସାର ଓ ରାସାୟନ ମନ୍ତ୍ରୀଙ୍କ ଉପସ୍ଥିତିରେ ତାଳଚେର ସାର କାରଖାନା ପୁନରୁଦ୍ଧାର ପାଇଁ ପୁଣି ସ୍ୱାକ୍ଷରିତ ହେଲା ବୁଝାମଣା ପତ୍ର । ସାର କାରଖାନା ବନ୍ଦ ହେବା ଦ୍ୱାରା ୧୫ହଜାର ଶ୍ରମିକ ରୋଜଗାର ହରାଇଥିଲେ । ଏବେ ସେମାନଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର ହୋଇଛି । ସେପଟେ ଓଡ଼ିଶାର ଅର୍ଥନୀତି ଓ ଶିଳ୍ପର ବିକାଶରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ ।

OLD TALCER FCI

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.