Below header

ଗୋଟିଏ ଷଣ୍ଢ ପାଇଁ ସାରାଜୀବନ ଅବିବାହିତା ରହିଲେ ଏହି ମହିଳା, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସାଧାରଣତଃ ଦେଖାଯାଏ ଯେ ଯେଉଁମାନେ ବିବାହ କରନ୍ତି ନାହିଁ କିମ୍ବା କୁଆଁରୀ ରହିଯାଆନ୍ତି ସେମାନେ କିଛି ନା କିଛି କାରଣ ପାଇଁ ସାରା ଜୀବନ ଅବିବାହିତ ହୋଇ ରହିଯାନ୍ତି। କିଏ ନିଜ ପରିବାରର ଯତ୍ନ ନେବା ପାଇଁ ତ ଆଉ କିଏ ନିଜ ବ୍ୟକ୍ତିଗତ ସମସ୍ୟା ପାଇଁ। କିନ୍ତୁ ଆମେ ଆଜି ଯେଉଁ ଘଟଣା ବିଷୟରେ ଜଣାଇବାକୁ ଯାଉଛୁ ଯାହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ମହିଳା କେବଳ ଗୋଟେ ଷଣ୍ଢ ପାଇଁ ସାରା ଜୀବନ ବିବାହ ନକରି ରହିଛନ୍ତି।

ଆମେ ଆପଣଙ୍କୁ କହୁଛୁ ୫୨ ବର୍ଷୀୟା ରାମଦୁଇଙ୍କ ବିଷୟରେ। ଯିଏ ଭାରତର ତାମିଲନାଡୁ ରାଜ୍ୟର ଏକ ଗାଁର ବାସିନ୍ଦା। ରାମଦୁଇ ଏକ ଷଣ୍ଢ ପାଳିଥିଲେ। ରାମୁଦୁଇ ଚାହୁଁଥିଲେ ଯେ ସେ ପାଳିଥିବା ଷଣ୍ଢ ତାମିଲନାଡୁର ପାରମ୍ପରିକ ଖେଳ ଜଲ୍ଲୀକଟ୍ଟୁରେ ପଦକ ହାସଲ କରୁ।

sandhaରାମଦୁଇଙ୍କ ଦୁଇ ଭଉଣୀଙ୍କ ପାଖରେ ଷଣ୍ଢକୁ ଦେଖାଶୁଣା କରିବା ପାଇଁ ସମୟ ନଥିଲା। ଏହି କାରଣରୁ ସେ ଷଣ୍ଢର ଯତ୍ନ ନେବାପାଇଁ ନିଜର ପାରିବାରିକ ସୁଖକୁ ଛାଡିବା ପାଇଁ ନିଷ୍ପତ୍ତି ନେଲେ। ବାସ୍‌ ଏହି କାରଣ ପାଇଁ ରାମଦୁଇ ଏବେ ପର୍ଯ୍ୟନ୍ତ ବିବାହ କରିନାହାଁନ୍ତି।

ରାମଦୁଇ ଷଣ୍ଢର ଯତ୍ନ ନେବା ସହିତ ଖେତରେ ଦିନ ମଜୁରିଆ ଭାବେ କାମ କରନ୍ତି। ସାଧାରଣତଃ ମାନବିକତାକୁ ଲକ୍ଷ୍ୟ ଏହିପରି ଭାବେ ନିଜ ଖୁସିକୁ ତ୍ୟାଗ କରିନ୍ତି। କିନ୍ତୁ ଷଣ୍ଢ ଆଉ ରାମଦୁଇଙ୍କ ଏହି ନିବିଡ ସମ୍ପର୍କ ଆଜିକାଲି ଦୁନିଆରେ ଦେଖିବା ଖୁବ୍‌ ବିରଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.