Below header

ତେଲ ଲଗାଇ ନିଜ ମାଲିକକୁ ପାଦରୁ ପିଠି ଯାଏଁ ମାଲିସ କରୁଛି ହାତୀ, ଦେଖନ୍ତୁ ଭିଡିଓ

ହାତୀର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଏକ ହାତୀ ଜଣେ ବ୍ୟକ୍ତିଙ୍କ ପିଠିରେ ତେଲ ମାରି ମସାଜ କରୁଥିବା ଦେଖିବାକୁ ମିଳିଛି। ହାତୀଟି ଶୁଣ୍ଢରେ ବ୍ୟକ୍ତିଙ୍କ ପିଠିରେ ତେଲ ଲଗାଇ ଆରାମରେ ମାଲିସ କରୁଛି।

Gay Elephant' Is Just the Tip of the Iceberg | Popular Science

 

ଭିଡିଓଟିକୁ ରାଜୀବ ଅଗ୍ରଓ୍ଵାଲ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଭିଡିଓରେ ଦେଖାଯାଇଛି ଯେ ହାତୀ ଭୂମିରେ ଚଟେଇ ବିଛାଇ ନିଜ ମାଲିକକୁ ପେଟେଇ କରି ଶୁଆଇ ଦେଉଛି ଓ ଶୁଣ୍ଢରେ ମସାଜ୍‌ ତେଲ ଆଣି ମାଲିସ କରୁଛି। ହାତୀଟି ଆରାମରେ ମଜା ନେଇ ନେଇ ଶୁଣ୍ଢରେ ମାଲିକକୁ ମସାଜ୍‌ କରୁଛି। ଭିଡିଓ ସେୟାର କରି ରାଜୀବ ଅଗ୍ରଓ୍ଵାଲ କ୍ୟାପସନ୍‌ରେ ଲେଖିଛନ୍ତି ‘ହାତୀ ମେରା ସାଥୀ’।

ଦେଖନ୍ତୁ ଭିଡିଓ:

୪୫ ସେକେଣ୍ଡର ଏହି ଭିଡିଓଟି ଜୁଲାଇ ୨୪ରେ ସେୟାର କରାଯାଇଥିବା ବେଳେ ଏବେ ଯାଏଁ ଏହାକୁ ୧୧ ହଜାରରୁ ଅଧିକ ଥର ଦେଖା ସରିଲାଣି। ଭିଡିଓରେ ୩୦୬ ଜଣ ଲାଇକ୍‌ କରିଥିବା ବେଳେ ୬୪ଟି କମେଣ୍ଟ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.