Video: ନାଗପୁରରେ ଷ୍ଟାଇଲିଶ୍‌ ଡଲି ଭାଇଙ୍କ ଚା’ ସୋସିଆଲ ମିଡିଆରେ ଭାଇରାଲ, ଜବରଦସ୍ତ ଅନ୍ଦାଜରେ ଲୋକଙ୍କୁ ପିଆଉଛନ୍ତି ଚା’

ନାଗପୁରରେ ଜଣେ ଚା’ ଦୋକାନୀ ନିଜର ଚା’ ପରଷିବା କଳା ଦ୍ୱାରା ଗ୍ରାହକଙ୍କୁ ଆକୃଷ୍ଟ କରୁଛନ୍ତି। ଏହି କାରଣରୁ ସେ ଏବେ ଇଣ୍ଟରନେଟ୍‌ରେ ହଇଚଇ ସୃଷ୍ଟି କରିଛନ୍ତି। ସେ ଦାବି କରିଛନ୍ତି କି, ତାଙ୍କର ଏହି ଷ୍ଟାଇଲ୍‌ ସୁପରଷ୍ଟାର୍‌ ରଜନୀକାନ୍ତଙ୍କଠାରୁ ପ୍ରେରିତ। ‘ଡଲି କି ଟପରୀ’ରେ ନା କେବଳ ଆପଣଙ୍କୁ ଟେଷ୍ଟି ଚା’ ମିଳିଥାଏ, ବରଂ ନିଆରା ଅନ୍ଦାଜରେ ସ୍ୱାଗତ ମଧ୍ୟ କରାଯାଇଥାଏ।

ଟି ଷ୍ଟଲ୍‌ର ମାଲିକ ହେଉଛନ୍ତି ‘ଡଲି’। ସେ ନିଜର ଚା’ ବନାଇବାର ଖାସ୍‌ କଳା ଯୋଗୁ ଏବେ ଲୋକପ୍ରିୟ ହୋଇଯାଇଛନ୍ତି। ରଙ୍ଗିନ୍‌ ଲମ୍ବା କେଶ ରଖିଥିବା ଡଲି ବାସନରେ କ୍ଷୀର ଢାଳୁଥିବାର ତରିକା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ ଖୁବ୍‌ ଉଚ୍ଚରୁ କ୍ଷୀର ଢାଳୁଥିବା ଦେଖିବାକୁ ମିଳୁଛି। ପ୍ରସ୍ତୁତି ସାରିବା ପରେ ଡଲି ଦୂରରୁ ଗ୍ଲାସ୍‌ରେ ଚା’ ଭରୁଛନ୍ତି। କିନ୍ତୁ ଗୋଟିଏ ବି ବୁନ୍ଦା ଚା’ ତଳେ ପଡ଼ୁନାହିଁ। ଏହି ଚା’ ଦୋକାନୀଙ୍କର ଖୁଚୁରା ଦେବା ଷ୍ଟାଇଲ୍‌ ମଧ୍ୟ ଖୁବ୍‌ ନିଆରା।

ଯୁବକମାନଙ୍କ ମଧ୍ୟରେ ଲୋକପ୍ରିୟ ଡଲି ପାଖାପାଖି ୨୦ ବର୍ଷ ହେବ ଚା’ ବିକି ଆସୁଛନ୍ତି। ଏହି ଷ୍ଟାଇଲିଶ୍‌ ଚା’ ବିକାଳୀ ସକାଳ ୬ଟାରେ ଦୋକାନ ଖୋଲିଥାଆନ୍ତି ଏବଂ ରାତି ୯ଟାରେ ବନ୍ଦ କରିଥାଆନ୍ତି। ମାତ୍ର ୭ ଟଙ୍କାରେ ସେ ଗ୍ରାହକମାନଙ୍କୁ ଚା’ ଗ୍ଲାସ୍‌ ବଢ଼ାଇ ଦିଅନ୍ତି। ପ୍ରଥମ ଥର ଆସୁଥିବା ଗ୍ରାହକଙ୍କୁ ସେ ମାଗଣାରେ ଚା’ ଦେଇଥାଆନ୍ତି। ଡଲି ନିଜକୁ ସୁପରଷ୍ଟାର୍‌ ରଜନୀକାନ୍ତଙ୍କ ଫ୍ୟାନ୍‌ ବୋଲି କୁହନ୍ତି। ତେବେ ତାଙ୍କ ଭିଡିଓ ବନାଇ ଏକ ଫେସ୍‌ବୁକ ଗ୍ରୁପ୍‌ ‘ଷ୍ଟ୍ରିଟ୍‌ ଫୁଡ୍‌ ରେସିପି’ ନିଜ ପେଜ୍‌ରେ ଶେୟାର କରିଛି, ଯାହାକୁ ଏ ପର୍ଯ୍ୟନ୍ତ ଲକ୍ଷାଧିକ ଭ୍ୟୁ ମିଳିସାରିଲାଣି।

video courtesy: Street Food Recipes

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.