ଫେବୃଆରୀରେ ଅଧିକ ବଢ଼ିପାରେ ତାପମାତ୍ରା, ବୈଜ୍ଞାନିକଙ୍କୁ ଘାରିଲା ଚିନ୍ତା

ପୃଥିବୀରେ ଏଭଳି ପରିବର୍ତ୍ତନକୁ ନେଇ ଅଧିକ ଅନୁସନ୍ଧାନ କରାଯାଉଛି । ଅନୁସନ୍ଧାନକାରୀ କହିଛନ୍ତି ପୃଥିବୀ ଗରମ ହେବାର ସବୁଠାରୁ ବଡ଼ କାରଣ ହେଉଛି କାର୍ବନ ଡାଇଅକ୍ସାଇଡ ମାତ୍ରାର ଅତ୍ୟଧିକ ବୃଦ୍ଧି । ଏହାରି ମଧ୍ୟରେ ଏରୋସୋଲ୍‌ ହ୍ରାସ ପାଉଥିବା ଯୋଗୁଁ ମଧ୍ୟ ଗରମ ପ୍ରଭାବ ବଢ଼ିଚାଲିଛି ।

ନିକଟରେ ପୃଥିବୀର ଗ୍ଲୋବାଲ ୱାର୍ମିଂକୁ ନେଇ ଫ୍ରାନ୍ସରେ ଏକ ଅଧ୍ୟୟନ କରାଯାଇଛି। ପଲ୍ ସବେଟିୟର୍ ବିଶ୍ୱବିଦ୍ୟାଳୟର ପରିବେଶ ବୈଜ୍ଞାନିକ ଆଡ୍ରେ ମିନିୟରଙ୍କ ନେତୃତ୍ୱରେ ହୋଇଥିବା ଏକ ଷ୍ଟଡି ଅନୁଯାୟୀ ପୃଥିବୀର ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ସେ ଏହାକୁ ନେଇ ପ୍ରମାଣ ମଧ୍ୟ ଦେଖାଇଛନ୍ତି । ଏହାର ବିଶେଷ ପ୍ରଭାବ ସମୁଦ୍ରର ତାପମାତ୍ରା ଉପରେ ପଡ଼ୁଛି । ବୈଜ୍ଞାନିକମାନଙ୍କ ମଧ୍ୟରେ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ନେଇ ଆଲୋଚନା ଜୋର ଧରିଛି । ଜଳବାୟୁ ବୈଜ୍ଞାନିକ ଜେ.କେ ସ୍ୱାମୀ ଦି ଆସୋସିଏଟେଡ୍ ପ୍ରେସ ସହ କଥାବାର୍ତ୍ତା କରି କହିଛନ୍ତି ଯେ ୨୦୧୦ ମସିହାରୁ ଗ୍ଲୋବାଲ୍‌ ଓ୍ଵାର୍ମିଂ ହାର ୫୦ ପ୍ରତିଶତ ବୃଦ୍ଧି ପାଇଛି ।

ବର୍ତ୍ତମାନ ମିଳିଥିବା ଡାଟା ଅନୁସାରେ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସକୁ ସୀମିତ କରିବାକୁ ବିଶ୍ୱସ୍ତରୀୟ ପ୍ରତିଶ୍ରୁତି ଭଙ୍ଗ କରାଯାଉଛି ଏବଂ ଏଥିପାଇଁ ଗରମ ବୃଦ୍ଧି ପାଉଛି । ବନ୍ୟା, ଅଗ୍ନିକାଣ୍ଡ ଏବଂ ଝଡ ଭଳି ଭୟଙ୍କର ଦୁର୍ବିପାକ ଘଟଣାର ବୃଦ୍ଧି ଯୋଗୁଁ ପୃଥିବୀର ଉଷ୍ନତା ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

ବତ୍ତର୍ମାନର ଅଧ୍ୟୟନ କଣ କହୁଛି ?
ପୃଥିବୀରେ ଏଭଳି ପରିବର୍ତ୍ତନକୁ ନେଇ ଅଧିକ ଅନୁସନ୍ଧାନ କରାଯାଉଛି । ଅନୁସନ୍ଧାନକାରୀ କହିଛନ୍ତି ପୃଥିବୀ ଗରମ ହେବାର ସବୁଠାରୁ ବଡ଼ କାରଣ ହେଉଛି କାର୍ବନ ଡାଇଅକ୍ସାଇଡ ମାତ୍ରାର ଅତ୍ୟଧିକ ବୃଦ୍ଧି । ଏହାରି ମଧ୍ୟରେ ଏରୋସୋଲ୍‌ ହ୍ରାସ ପାଉଥିବା ଯୋଗୁଁ ମଧ୍ୟ ଗରମ ପ୍ରଭାବ ବଢ଼ିଚାଲିଛି । ଆସନ୍ତା ଫେବୃଆରୀ ମାସ ମଧ୍ୟରେ ତାପମାତ୍ରା ଅଧିକ ବଢ଼ିବ ବୋଲି ଅଧ୍ୟୟନରେ ପ୍ରକାଶ କରାଯାଇଛି । ତାପମାତ୍ରା ବୃଦ୍ଧିକୁ ନେଇ ସାଧାରଣ ଲୋକେ ଚିନ୍ତାରେ ଅଛନ୍ତି ।

ତେବେ ସୂଚନା ଥାଉ କି ଏଭଳି ତାପମାତ୍ରା ବୃଦ୍ଧିର ପ୍ରମୁଖ କାରଣ ହେଉଛି ମଣିଷ । ଦିନକୁ ଦିନ ଗାଡ଼ି ମଟରର ବ୍ୟବହାର ବଢ଼ୁଥିବାରୁ ତାପମାତ୍ରା ମଧ୍ୟ ବୃଦ୍ଧି ପାଉଛି । ଗତ ବର୍ଷ ଅର୍ଥାତ ୨୦୨୩ ସବୁଠାରୁ ଉତ୍ତପ୍ତ ବର୍ଷ ଥିଲା ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ତେବେ ୧୦୦ ବର୍ଷ ମଧ୍ୟରେ ଏହା ବିଶ୍ୱର ସବୁଠାରୁ ଉତ୍ତପ୍ତ ବର୍ଷ ଥିଲା ବୋଲି ୟୁରୋପୀୟ ସଂଘର କୋପରନିକସ୍‌ ଜଳବାୟୁ ପରିବର୍ତ୍ତନ ସେବା ତଥ୍ୟ ଦେଇଛି ।

ପାଣିପାଗରେ ଯେଉଁ ପରିବର୍ତ୍ତନ ହେଉଛି ସେଥିପାଇଁ କେବଳ ମଣିଷ ଦାୟୀ । କୋଇଲା, ତେଲ ଏବଂ ପ୍ରାକୃତିକ ଗ୍ୟାସ ଭଳି ଜୀବାଷ୍ମ ଇନ୍ଧନକୁ ବ୍ୟବହାର କରି ବିଦ୍ୟୁତ୍‌ ଉତ୍ପାଦନ କରାଯାଉଛି । ବିଭିନ୍ନ କାରଖାନାରୁ ନିର୍ଗତ ଗ୍ୟାସ ମଧ୍ୟ ପରିବେଶକୁ ଦୂଷିତ କରୁଛି । ଅନ୍ୟପଟେ ଜଙ୍ଗଲକୁ କାଟି ସଫା କରାଯାଉଛି । କାର୍ବନ ଡାଇଅକ୍ସାଇଡକୁ କେବଳ ଗଛ ହିଁ ଅବଶୋଷଣ କରିଥାଏ କିନ୍ତୁ ଗଛ କାଟିବା ଫଳରେ କାର୍ବନ ଡାଇଅକ୍ସାଇଡର ମାତ୍ରା ବଢ଼ିବାରେ ଲାଗିଛି । ଏନେଇ ପ୍ରକୃତି ନଷ୍ଟ ହେଉଛି ।

ଜଳବାୟୁରେ ହେଉଥିବା ଏଭଳି ପରିବର୍ତ୍ତନ ସମସ୍ତଙ୍କ ଚିନ୍ତା ବଢ଼ାଇଛି । ଏଥିପାଇଁ ଲୋକମାନଙ୍କୁ ସତର୍କ କରାଯାଉଛି । ଯଦି ମଶିଷ ନିଜେ ସତର୍କ ନହେବ ତେବେ ମଣିଷ ହିଁ ସମସ୍ତ ସମସ୍ୟାର ସମ୍ମୁଖୀନ ହେବ । ତେବେ ପ୍ରକୃତିକୁ ବଞ୍ଚାଇବା ହେଉଛି ଆମ କାମ । ଯଦି ଆମେ ସତର୍କ ରହିବା ତେବେ ଜଳବାୟୁ ମଧ୍ୟ ଠିକ୍‌ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.