କାନାଡାରେ ବିମାନ ଦୁର୍ଘଟଣା, ୬ ମୃତ

କାନାଡାରେ ବିମାନ ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ଘଟିଛି । ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ସୂଚନା ମିଳିଛି । ଉତ୍ତର କାନାଡାରେ ଥିବା ଖଣିକୁ ନେଇ ଯାଉଥିବା ଏକ ଛୋଟ ଯାତ୍ରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।

କାନାଡାରେ ବିମାନ ଦୁର୍ଘଟଣା । ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ଘଟିଛି । ଉତ୍ତର ପଶ୍ଚିମାଞ୍ଚଳ ଫୋର୍ଟସ୍ମିଥ ନିକଟରେ ଏହି ଦୁର୍ଘଟଣା ଘଟିଛି । ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ସୂଚନା ମିଳିଛି । ଉତ୍ତର କାନାଡାରେ ଥିବା ଖଣିକୁ ନେଇ ଯାଉଥିବା ଏକ ଛୋଟ ଯାତ୍ରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଏହି ଦୁର୍ଘଟଣାକୁ ନେଇ ଉତ୍ତର-ପଶ୍ଚିମ ଅଞ୍ଚଳର ମୁଖ୍ୟ ପ୍ରିମିୟର ଆର.ଜେ. ସିମ୍ପସନ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶୋକ ପ୍ରକାଶ କରି ଏକ ବୟାନ ଜାରି କରିଛନ୍ତି ।

ବିମାନଟି ସକାଳ ୮.୫୦ ମିନିଟ ସମୟରେ ଉଡାଣ ଭରିବା ପରେ ପରେ ଦୁର୍ଘଟଣା ହୋଇଥିଲା । ରନେଓ୍ଵ ୧.୧ କିମି ଦୂର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାର ଯାଞ୍ଚ ପାଇଁ କାନାଡା ପରିବହନ ସୁରକ୍ଷା ବୋର୍ଡ ଏକ ଟିମ୍‌ ନିୟୋଜିତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.