Below header

ମଦ ନିଶାରେ ରାସ୍ତା କଡ଼ରୁ ଏକ କୁକୁର ଉଠାଇ ନେଇଥିଲେ ବ୍ୟକ୍ତି, ଏବେ ପାଲଟି ଯାଇଛନ୍ତି ଇଣ୍ଟରନେଟ ଷ୍ଟାର

ମଦ ପିଇବା ଶରୀର ପାଇଁ କ୍ଷତିକାରକ । ଏହା ଜାଣି ସୁଦ୍ଧା ଅନେକ ଲୋକ ନିୟମିତ ମଦ ପିଅନ୍ତି । ଏହି ମଦ ପିଇବାକୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ବ୍ୟକ୍ତିଙ୍କର ଅତ୍ୟଧିକ ମଦ୍ୟପାନ ଏକ କୁକୁର ପାଇଁ ବରଦାନ ପାଲଟି ଯାଇଛି | ଘଟଣାଟି ପ୍ରକୃତରେ ଥାଇଲ୍ୟାଣ୍ଡରେ ଘଟିଛି । ଥାଇଲ୍ୟାଣ୍ଡର ଜଣେ ବ୍ୟକ୍ତି ଏତେ ମାତ୍ରାରେ ମଦ ପିଇଥିଲେଯେ, ନିଜ ଚେତା ହରାଇ ବସିଥିଲେ । ଏହି ଚେତାହୀନ ଅବସ୍ଥାରେ ଏକ ବୁଲା କୁକୁରକୁ ଉଠାଇ ନିଜ ଘରକୁ ନେଇଯାଇଥିଲେ । କିନ୍ତୁ ପରଦିନ ସକାଳେ ହୋସ ଆସିବାରୁ ପୂର୍ବଦିନ ରାତିର ସମସ୍ତ ଘଟଣା ତାଙ୍କର ଧୀରେ ଧୀରେ ମନେ ପଡିଥିଲା । ଆଉ ସେହି ସମୟରେ ମନେ ମନେ ଠିକ କରିଥିଲେକି ଏହି କୁକୁରଟିର ସମସ୍ତ ଦାୟିତ୍ୱ ସେ ନିଜେ ତୁଲାଇବେ । ଆଉ ଏହା ପରେ କୁକୁରଟିକୁ ନିଜ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଥିଲେ । ନିଜ ସନ୍ତାନ ପରି ହିଁ ସେ ଏହି କୁକୁର ଟିର ଦେଖାଶୁଣା କରୁଛନ୍ତି ।

 

ଆଉ ଏହି ସମସ୍ତ ଦୃଶ୍ୟର ଭିଡିଓ ସୁଟ କରିଥିଲେ ସେମାନଙ୍କ ସାଙ୍ଗମାନେ । ଏହି ସବୁ ଘଟଣାକୁ ନିଜ ଇନଷ୍ଟାଗ୍ରାମ ଏଦୁହେଁ ଇଣ୍ଟରନେଟରେ ଖୁବ ଫେମସ ହେବା ସହ କହିବାକୁ ଗଲେ ଷ୍ଟାର ପାଲଟି ଯାଇଛନ୍ତି । ଏହି ବ୍ୟକ୍ତି ଜଣଙ୍କ ପ୍ରକୃତ ନାଁ “ୟୁ ଥାପୁମ କିଂକହେଁ” ଥିବାବେଳେ ଇଣ୍ଟରନେଟ ଦୁନିଆରେ ସେ ବୁମ ନାଁରେ ଅଧିକ ଖ୍ୟାତି ଲାଭ କରିଛନ୍ତି । ଆଉ ତାଙ୍କର 80 ହଜାରରୁ ଅଧିକ ଫଲୋଅର୍ଷ ଅଛନ୍ତି । ରିପୋର୍ଟ ଅନୁଯାୟୀ, ଦୁଇ ସପ୍ତାହ ତଳେ ନିଜ ସାଙ୍ଗ ମାନଙ୍କ ସହ ମିଶି ଏକ ରେଷ୍ଟ୍ରରାଣ୍ଟ ଖୋଲିଥିଲେ । ଏହି ରେସ୍ତୃରାନ୍ଟରେ ହିଁ ବ୍ୟକ୍ତି ଜଣଙ୍କ ଅତ୍ୟାଧିକ ପିଇ ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.