ଗଚ୍ଛିତ ପିଆଜ ବିକ୍ରି କରିବେ କେନ୍ଦ୍ର ସରକାର: ପୂଜା ସମୟରେ ମୁମ୍ବାଇ ଓ ପୁଣେରେ ଦର ଛୁଇଁବ ୧୦୦

ନୂଆଦିଲ୍ଲୀ : ପିଆଜର ଅହେତୁକ ଦର ବୃଦ୍ଧି ଯୋଗୁ ଗଚ୍ଛିତ ପିଆଜ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏହା ସହ ବିଦେଶରୁ ଶୀଘ୍ର ଆମଦାନୀ କରିବାକୁ ଅନୁମତି ଦେଇଛନ୍ତି । କେନ୍ଦ୍ର ସରକାର ପ୍ଲାଣ୍ଟ କ୍ୱାରେଣ୍ଟାଇନ୍‌ ଅର୍ଡର ୨୦୦୩କୁ ବାଦ୍‌ ଦେଇଛନ୍ତି ।

ଏହା ଦ୍ୱାରା ବ୍ୟବସାୟୀ ଫାଇଟୋସାନିଟାରୀ ସାର୍ଟିଫିକେଟ୍‌ ବିନା ଆମଦାନୀ କରିବାକୁ ଅନୁମତି ଦେଇଛନ୍ତି । ଖାଉଟୀ କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ପୂଜା ସମୟରେ ମୁମ୍ବାଇ ପୁଣେରେ ପିଆଜ ଦର ଶହେ ଟଙ୍କା ଛୁଇଁବ । ଗତକାଲି ଦିଲ୍ଲୀରେ ଖୁଚୁରା ଦର କିଲୋ ପ୍ରତି ୫୫ ଟଙ୍କା ଓ ନାସିକ୍‌ରେ ଏହି ଦର ୬୬ ଟଙ୍କା ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.