ଗୀତିନାଟ୍ୟରେ ପ୍ରଦର୍ଶିତ ହେଲା ଢେଙ୍କାନାଳ ରାଜାଙ୍କ ବିରତ୍ୱର କାହାଣୀ, ଜୀବନ୍ତ ଅଭିନୟରେ ବାନ୍ଧିହେଲ ଦର୍ଶକ

କବି ବ୍ରଜନାଥ ବଡ଼ଜେନାଙ୍କ ଜୟନ୍ତୀ ଅବସରରେ ଢେଙ୍କାନାଳ ମିନି ଷ୍ଟାଡିୟମରେ ପରିବେଶିତ ହୋଇଥିଲା ଗୀତିନାଟ୍ୟ ସମର ତରଙ୍ଗ । ଢେଙ୍କାନାଳ ନାଟ୍ୟ ଅନୁଷ୍ଠାନ କଳା ପରିଷଦ ପକ୍ଷରୁ ଏହି ଗୀତୀନାଟ୍ୟର ପରିବେଷଣ କରାଯାଇଥିଲା । ଏହାସହ ନାକଟ ଅଭିନୟ ବେଳେ ଖୁବ୍‌ ସୁନ୍ଦର ଭାବେ ଗୀତ ଗାଇଥିଲେ କଳାକାର । ଦର୍ଶକରେ ଭରିଥିଲା ପୁରା ଷ୍ଟାଡିୟମ ।

କେନ୍ୟୁଜ୍‌(ବ୍ୟୁରୋ): ତ୍ରିଲୋଚନ ଦେବ ଦେବେନାହିଁ ରାଜସ୍ୱ ଆମ୍ଭର । ଭାଙ୍ଗିବି ଗର୍ବ ଓ ଅହଙ୍କାର ତୋର । ସେନାପତି । ଆଜ୍ଞା ଦିଅନ୍ତୁ ହଜୁର । ଛାରଖାର କରିଦେବି ଢେଙ୍କାନାଳ ଗଡ଼ । ତ୍ରାହି ତ୍ରାହି ଡାକଦେବେ ପ୍ରଜାକୂଳ । ହାହାକାର ପଡ଼ିଯିବ ସର୍ବତ୍ର । ଆର୍ତ୍ତ ଚିତ୍କାରରେ ପୁରି ଉଠିବ ଏହି ଢେଙ୍କାନାଳ ଗଡ଼ । ଏପରି ସଂଳାପରେ ଗୁଞ୍ଜରିତ ହେଉଥିଲା ଢେଙ୍କାନାଳ ମିନି ଷ୍ଟାଡିୟମ । କବି ବ୍ରଜନାଥ ବଡ଼ଜେନାଙ୍କ ଜୟନ୍ତୀ ଅବସରରେ ଢେଙ୍କାନାଳ ମିନି ଷ୍ଟାଡିୟମରେ ପରିବେଶିତ ହୋଇଥିଲା ଗୀତିନାଟ୍ୟ ସମର ତରଙ୍ଗ । ଢେଙ୍କାନାଳ ନାଟ୍ୟ ଅନୁଷ୍ଠାନ କଳା ପରିଷଦ ପକ୍ଷରୁ ଏହି ଗୀତୀନାଟ୍ୟର ପରିବେଷଣ କରାଯାଇଥିଲା । ପରିଷଦର କଳାକାର ମାନଙ୍କ ସୁନ୍ଦର ଅଭିନୟରେ ଦୁଲୁକି ଉଠିଥିଲା ମଞ୍ଚ । ଏହାସହ ନାକଟ ଅଭିନୟ ବେଳେ ଖୁବ୍‌ ସୁନ୍ଦର ଭାବେ ଗୀତ ଗାଇଥିଲେ କଳାକାର । କଳାକାରଙ୍କ ସୁନ୍ଦର ଅଭିନୟ ଦର୍ଶକଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲା । ଦର୍ଶକରେ ଭରିଥିଲା ପୁରା ଷ୍ଟାଡିୟମ ।

ସମର ତରଙ୍ଗ ଗୀତିନାଟ୍ୟରେ ପ୍ରଦର୍ଶିତ ହୋଇଛି ଢେଙ୍କାନାଳର ବୀର ଇତିହାସ । ମରହଟ୍ଟା ମାନଙ୍କ ବିରୁଦ୍ଧରେ ଢେଙ୍କାନାଳ ରାଜାଙ୍କ ବିଜୟ ଅଭିଯାନ ଏଥିରେ ପ୍ରରିବେଷିତ ହୋଇଥିଲା । ନାଟକରେ ଢେଙ୍କାନାଳ ରାଜାଙ୍କ ଚତୁରତାକୁ ପ୍ରଦର୍ଶିତ କରିଥିଲା ଅନୁଷ୍ଠାନ । ଏହାସହ ଚତୁର ବୁଦ୍ଧି ବଳରେ କିପରି ଯୁଦ୍ଧରେ ବିଜୟ ପାଇଥିଲେ ଏହି ନାଟକରେ ପ୍ରଦର୍ଶିତ ହୋଇଛି । ସେହିପରି ରାଜା ଓ ସେନାଙ୍କ ଭକ୍ତିକୁ ବଖାଣିଥିଲା ଗୀତିନାଟ୍ୟ ସମର ତରଙ୍ଗ । ଏକ ସମୃଦ୍ଧ ଇତିହାସ ତଥା ବୀର ରାଜାଙ୍କ କାହାଣୀ ବଖାଣିଥିଲା ନାଟକ ସମର ତରଙ୍ଗ । କବି ବ୍ରଜନାଥ ବଡ଼ଜେନାଙ୍କ କୃତି ବାନ୍ଧି ରଖିଥିଲା । ଏହି ନାଟକକୁ ନିର୍ଦ୍ଦେଶନା ଦେଇଥିଲେ ଶତୃଘ୍ନ ମାଟି । କଳାକାରଙ୍କ ଜୀବନ୍ତ ଅଭିନୟ ଓ ପ୍ରଚ୍ଛଦପଟ୍ଟ କଳାକାରଙ୍କ ଗୀତି ବାନ୍ଧି ରଖିଥିଲା ଦର୍ଶକଙ୍କୁ । ଏହି ନାଟକକୁ ଦିଲ୍ଲୀ ଦରବାରରେ ପରିବେଷଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ ବାଢିଥିଲା ଅନୁଷ୍ଠାନ ।

ସମର ତରଙ୍ଗକୁ ପ୍ରଥମ ଥର ପାଇଁ ଗୀତିନାଟ୍ୟ ମାଧ୍ୟମରେ ପରିବେଷଣ କରାଯାଇଛି । ଏହି ନାଟକ ଯୁବପିଢିଙ୍କୁ ପ୍ରେରଣା ଯୋଗାଇବ ବୋଲି ଅତିଥି ମତ ଦେଇଥିଲେ । ଏହି ଅବସରରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହାସହ ଢେଙ୍କାନାଳର ରାଜା କାମାକ୍ଷା ପ୍ରସାଦ ସିଂହଦେଓ ଯୋଗ ଦେଇଥିଲେ । ରାଜା ଏହି ନାଟକକୁ ଉଚ୍ଚ ପ୍ରଶଂସା କରିଥିଲେ । ସମ୍ମାନୀତ ଅତିଥି ଭାବେ ପୌରାଧ୍ୟକ୍ଷ ଜୟନ୍ତୀ ପାତ୍ର, ଏସପି ଜ୍ଞାନ ରଞ୍ଜନ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ନାଟକର ପ୍ରସଂଶା କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ସଭାପତିତ୍ୱ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.