ବିବାହରେ କନ୍ୟା ପିନ୍ଧିଲା Embroidery ୱାର୍କ ଥିବା ସ୍ପେଶାଲ ମାସ୍କ, ୨୦ ଘଣ୍ଟାରେ ୧୩ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି Video

କରୋନା ଭାଇରସ ଯୋଗୁ ବିବାହ କାର୍ଯ୍ୟ ଅନେକ ମାତ୍ରାରେ ପ୍ରଭାବିତ ହୋଇଥିଲା। ଏବେ ସୋସିଆଲ ମିଡିଆରେ ଆସାମରେ ହୋଇଥିବା ଏକ ବାହାଘରର ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି। ଏଠାରେ କନ୍ୟା କରୋନାରୁ ରକ୍ଷା ପାଇବା ପାଇଁ ଏକ କଳାତ୍ମକ ଉପାୟ ଆପଣାଇଛନ୍ତି, ଯାହାକି ଲୋକଙ୍କୁ ଖୁବ ପସନ୍ଦ ଆସିଛି।

iii

କଥାଟି ହେଲା, ଏହି ବାହାଘରରେ ବର, କନ୍ୟା ପିନ୍ଧିଥିବା ମାସ୍କ ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଥିଲା। ବରର ମାସ୍କ ଦେଖିବାକୁ ସାଧାରଣ ଥିଲା ବେଳେ କନ୍ୟାର ମାସ୍କରେ ସୁନ୍ଦର ଏମ୍ବ୍ରଡରୀ କାମ ହୋଇଥିଲା।

jiui

ଏହାକୁ ବନାଇଥିବା ଡିଜାଇନର ନନ୍ଦିନୀ ବୋରକାକାଟିଙ୍କ କହିବା ହେଲା, ଏହାଦ୍ୱାରା ଆମେ ଲୋକଙ୍କୁ ବାର୍ତ୍ତା ଦେବାକୁ ଚାହୁଁଥିଲୁ ଯେ ସର୍ଜିକାଲ ମାସ୍କ ମେଡିକାଲ ଷ୍ଟାଫମାନଙ୍କ ପାଇଁ ଏବଂ ସାଧାରଣ ଲୋକଙ୍କୁ କପଡ଼ାରେ ତିଆରି ମାସ୍କ ପିନ୍ଧିବା ଉଚିତ। କନ୍ୟା ଏହି ମାସ୍କ ପିନ୍ଧିଥିବାର ଟିକଟକ ଭିଡ଼ିଓ ଗୌହାଟୀର ମେକଅପ ଆର୍ଟିଷ୍ଟ ହିମାଦ୍ରୀ ଗୋଗେଇ ପୋଷ୍ଟ କରିବାର ୨୦ ଘଣ୍ଟାରେ ହିଁ ୧୩ ଲକ୍ଷରୁ ଅଧିକ ଭିୟୁଜ ମିଳିସାରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.