ଲେଦର ବଲ୍‌ ଭଳି ଶକ୍ତ ହୋଇଯାଉଛି କରୋନା ଆକ୍ରାନ୍ତଙ୍କ ଫୁସଫୁସ୍‌, ଭାରତରେ ପ୍ରଥମଥର ପାଇଁ ଦେଖିବାକୁ ମିଳିଲା ଏଭଳି କେସ୍‌

କରୋନା ଭାଇରସ୍ ମଣିଷର ରେସ୍ପ୍ରିରେଟୋରି ସିଷ୍ଟମ ବା ଶ୍ବାସକ୍ରିୟାରେ ପ୍ରବେଶ କରି ଫୁସଫୁସକୁ ନଷ୍ଟ କରିଦେଇଥାଏ। କରୋନା ଆମର ଫୁସଫୁସର କିଭଳି ସ୍ଥିତି କରିଥାଏ, ଏହାର ଏକ ଭୟଙ୍କର ଉଦାହରଣ କର୍ଣ୍ଣାଟକରେ ଦେଖିବାକୁ ମିଳିଛି। ସେଠାରେ ଜଣେ ୬୨ ବର୍ଷୀୟ ରୋଗୀ କରୋନା ସଂକ୍ରମିତ ହେବାପରେ ତାଙ୍କ ଫୁସଫୁସ ଲେଦର ବଲ୍ ଠାରୁ ମଧ୍ୟ ଶକ୍ତ ହୋଇଯାଇଥିଲା।

ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ, ଫୁସଫୁସର ସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ, ରୋଗୀ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ରୋଗୀ ଜଣଙ୍କର ମୃତ୍ୟୁର ୧୮ ଘଣ୍ଟା ପରେ ବି ତାଙ୍କର ନାକ ଓ ଗଳାରେ ଭାଇରସ୍ ସକ୍ରିୟ ଥିଲା। ଅର୍ଥାତ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ପରେ ବି ତାଙ୍କର ମୃତଦେହକୁ ଯଦି ଆଉ କେହି ଛୁଇଁଥାନ୍ତେ ସେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥାନ୍ତେ।

coronavirus

ଅକ୍ସଫୋର୍ଡ ମେଡିକାଲ କଲେଜର ଡାକ୍ତର ଦିନେଶ ରାଓ କହିଛନ୍ତି, ଏହି ରୋଗୀଙ୍କ ଫୁସଫୁସ କରୋନା କାରଣରୁ ଲେଦର ବଲ୍ ଭଳି ଟାଣ ହୋଇଯାଇଥିଲା। ଫୁସଫୁସରେ ପବନ ଭର୍ତ୍ତି ହେଉଥିବା ଅଂଶ ଖୁବ୍ ଖରାପ ହୋଇଯାଇଥିଲା ଓ କୋଷିକାରେ ରକ୍ତର ଜମାଟ ବାନ୍ଧି ଦେଇଥିଲା। ରିପୋର୍ଟ ଅନୁସାରେ, ଡାକ୍ତର ରାଓ ମୃତଦେହର ନାକ, ମୁହଁ-ଗଳା, ଫୁସଫୁସର ସରଫେସ୍, ରେସ୍ପ୍ରିରେଟୋରି ପ୍ୟାସେଜ୍ ଓ ମୁହଁ ଏବଂ ଗଳାର ସ୍କିନରୁ ୫ ପ୍ରକାର ସ୍ବାବ ସାମ୍ପଲ ନେଇଥିଲେ। RTPCR ରୁ ଜଣାପଡିଥିଲା ଯେ, ଗଳା ଓ ନାକରେ ଥିବା ସାମ୍ପଲ କରୋନା ପଜିଟିଭ ଥିଲା। ତେବେ ସ୍କିନର ସାମ୍ପଲ ନେଗେଟିଭ ଆସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.