କରେନା ପଜିଟିଭ୍‌ ହେଲେ ମିଳିବ ଟଙ୍କା ! ବହୁତ ଜଲଦି ଆସୁଛି ଆପଣଙ୍କ ପାଇଁ ଏହି ନୂଆ ସ୍କିମ

ଏବେ ପ୍ରତ୍ୟେକ ଲୋକ କରୋନା ଭାଇରସ୍‌ ଠାରୁ ରକ୍ଷା ପାଇବା ପାଇଁ ଉପାୟ ଖୋଜୁଛନ୍ତି। କଣ କରିହେବ କେମିତି ଏହି କିଲର ଭାଇରସ ଠାରୁ ରକ୍ଷା ପାଇହେବ ତାକୁ ନେଇ ସମସ୍ତଙ୍କ ଚିନ୍ତା। କିନ୍ତୁ ଏହାରି ଭିତରେ ଆପଣଙ୍କ ପାଇଁ ଖୁସି ଖବର। ଏକ ବହୁତ ଭଲ ସ୍କିମ ଆପଣଙ୍କ ପାଇଁ ଆମେ ନେଇଆସିଛୁ। ଏହି ସ୍କିମ ଅନୁଯାୟୀ ଯଦି ଆପଣ କରୋନା ଭାଇରସ ପଜିଟିଭ୍‌ ତେବେ ବୀମା କମ୍ପାନୀ ଆପଣଙ୍କୁ ଟଙ୍କା ଦେବ। ବହୁତ ଜଲଦି ଏଭଳି ଏକ ନୂଆ ବୀମା ସ୍କିମ ଆପଣଙ୍କ ପାଇଁ ଉପଲବ୍ଧ ହୋଇପାରେ।

ଏବେ ବଜାରକୁ ଆସିବ କୋଭିଡ୍‌ ଇନସୁରାନ୍ସ

ଇନସୁରାନ୍ସ ରେଗୁଲେଟର IRDAI ସମସ୍ତ ବୀମା କମ୍ପାନୀଙ୍କୁ କରୋନା ସହ ଜଡିତ ଫିକ୍ସଡ୍‌ ବେନିଫିଟ୍‌ କୋଭିଡ୍‌ ଇନସୁରାନ୍ସକୁ ମଧ୍ୟ ଲଞ୍ଚ କରିବ ବୋଲି କହିଛି। ସମସ୍ତ କମ୍ପାନୀକୁ ୩୦ ଜୁନ୍‌ ପର୍ଯ୍ୟନ୍ତ ଏହି ବୀମା ସ୍କିମକୁ ଆରମ୍ଭ କରିବାକୁ କହିଛନ୍ତି। ଏହି ପ୍ରଡକ୍ଟ ଅନୁଯାୟୀ ଯଦି କିଏ କରୋନା ପଜିଟିଭ ମିଳିଲେ ତେବେ ଏକ ନିର୍ଦ୍ଧିଷ୍ଟ ରାଶି ଇନସୁରାନ୍ସ କମ୍ପାନୀଙ୍କ ଦ୍ୱାରା ଦିଆଯିବ।

ଜାଣନ୍ତୁ ବୀମାର ପ୍ରିମିୟମ ରାଶି

corona-12ମାମଲା ସହିତ ଜଡିତ ସୂଚନା ଅନୁଯାୟୀ IRDAI କରୋନା ସଂକ୍ରମଣ ପାଇଁ ବୀମା ସ୍କିମ ବଜାରରେ ଲଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି। କିନ୍ତୁ ଏହି ବୀମା ପାଇଁ ପ୍ରିମିୟମ ଚୟନ କରିବାର ନିଷ୍ପତ୍ତି କମ୍ପାନୀ ଉପରେ ଛାଡି ଦିଆଯାଇଛି। ସୂଚନା ମୁତାବକ ଗ୍ରାହକଙ୍କୁ ୫୦ ହଜାରରୁ ନେଇ ୫ ଲକ୍ଷ ପଯ୍ୟର୍ନ୍ତ ସମ-ଆସ୍ୟର୍ୁୟର୍ଡର ପ୍ରଡକ୍ଟ ମିଳିପାରେ। କରୋନା ସଂକ୍ରମଣକୁ ଦେଖି ୧୫ ଦିନର ୱେଟିଙ୍ଗ ପିରିୟଡର ନିୟମ ଲାଗୁ ହୋଇପାରେ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କରୋନା ଭାଇରସ ମହାମାରୀ ଭିତରେ ଇନସୁରାନ୍ସ କମ୍ପାନୀ ବର୍ତ୍ତମାନର ହେଲ୍ଥ ବୀମା ଉପରେ ପୂର୍ବରୁ ହିଁ ୨୦ ପ୍ରତିଶତ ପ୍ରିମିୟମ ରାଶି ବଢ଼ାଇ ଦିଆଯାଇଛି। ଟର୍ମ ଇନସୁରାନ୍ସ ମାମଲାରେ ମଧ୍ୟ କମ୍ପାନୀ ପ୍ରିମିୟମ ରାଶିରେ ବୃଦ୍ଧି କରାଯାଇଛି। ଇନସୁରାନ୍ସ କମ୍ପାନୀ ଏହି ଧାରଣା ରଖି ବର୍ଷକୁ ୧୦,୦୦୦ ବୀମା କରୁଥିବା ଲୋକଙ୍କ ମଧ୍ୟରେ ମାତ୍ର ୩ ଲୋକଙ୍କର କୌଣସି କାରଣରୁ ମୃତ୍ୟୁ ହେଉଛି। କିନ୍ତୁ ଗତ କିଛି ମାସରେ ଏଥିରେ ପରିବର୍ତ୍ତନ ହୋଇଛି। ଏମିତିରେ ମୃତ୍ୟୁହାର ବଢ଼ିବା କାରଣରୁ ବୀମା କମ୍ପାନୀ ଉପରେ ଜବରଦସ୍ତ ବୋଝ ବଢ଼ିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.