ଏଠି ମନ୍ଦିର ହେଉଛି ନର୍କ ଦ୍ଵାର, ଥରେ ଯିଏ ଭିତରକୁ ଯାଏ ସେ ଆଉ ଫେରେନି

ବିଶ୍ବରେ ଅନେକ ରହସ୍ୟମୟ ସ୍ଥାନ ରହିଛି। ଏମିତିକି ଯାହା ବିଷୟରେ ଶୁଣିଲେ ଆପଣ ଆଜି ବି ଆଶ୍ଚର୍ଯ୍ୟ ହୋଇଯିବେ। ପୁଣି ଏହି ସବୁ ସ୍ଥାନମାନଙ୍କରେ ଏଭଳି ଅଜବ ଘଟଣା ଘରେ ନିଜ ଆଖିରେ ନ ଦେଖିଲେ କେହି ଏହାକୁ ବିଶ୍ୱାସ କରିବେ ନାହିଁ। ଜଣେ ମନ୍ଦିର କଣ ପାଇଁ ଯାଏ, ଆପଣ ଜାଣିଥିବେ । ଭଗବାନଙ୍କ ପାଖରେ ନିଜ ମନସ୍କାମନା ପୁରା କରିବା ଓ ସୁଖ ଶାନ୍ତିରେ ରହିବା ପାଇଁ ଅନେକ ଲୋକ ମନ୍ଦିର ଯାଆନ୍ତି । କିନ୍ତୁ ଆପଣ କଣ କେବେ ଶୁଣିଛନ୍ତି କି ମନ୍ଦିର ଯାଇ କାହାର ମୃତ୍ୟୁ ହୋଇଥିବାର। କିନ୍ତୁ ହୁଏତ ଆପଣ ସେହି ସ୍ଥାନକୁ ନିଜେ ନ ଯିବା ପର୍ଯ୍ୟନ୍ତ ବିଶ୍ୱାସ କରିବେ ନାହିଁ।

HELL TENPLE
Picture Credit – metro

ଆମ ବିଶ୍ବରେ ଏମିତି ଏକ ମନ୍ଦିର ରହିଛି, ଯେଉଁଠିକୁ ଗଲେ ମୃତ୍ୟୁ ନିଶ୍ଚିତ। ଏହି ମନ୍ଦିର ତୁର୍କୀର ପ୍ରାଚୀନ ସହର ହିରାପୋଲିସରେ ରହିଛି, ଯେଉଁଠାରେ ଜଣେ ବ୍ୟକ୍ତି ଯିବା ମାତ୍ରେ ମରିଯାଏ ।ଯଦି କୌଣସି ବ୍ୟକ୍ତି ଏହି ମନ୍ଦିର ଭିତରକୁ ଯାଆନ୍ତି ତେବେ ସେ ଆଉ ଜିଅନ୍ତା ଫେରିବେନି, ମିଳିବତ ତାଙ୍କ ମୃତଦେହ । ସେଥିପାଇଁ ତାଙ୍କ ଏହି ମନ୍ଦିରକୁ “ଗେଟୱେ ଟୁ ହେଲ୍” ବା ନର୍କର ଦ୍ଵାର ବୋଲି କୁହାଯାଏ।

ଏହି ମନ୍ଦିରକୁ କୌଣସି ଲୋକ ଯିବାକୁ ସାହାସ କରନ୍ତି ନାହିଁ, ବହୁତ କମ୍ ଲୋକ ଏହି ମନ୍ଦିର ଭିତରକୁ ଯିବାକୁ ସାହସ କରନ୍ତି କିନ୍ତୁ ସେମାନେ ଆଉ ଫେରନ୍ତି ନାହିଁ। ତେବେ ଏଭଳି ପରିସ୍ଥିତିରେ ଜାଣିବା କଥା ହେଉଛି ଏହି ମନ୍ଦିରରେ ଏମିତି କଣ ଅଛି ଏହା ଭିତରକୁ ଯାଉ ଯାଉ ମୃତ୍ୟୁ ହେଇଯାଉଛି।

ଆସନ୍ତୁ ଜାଣିବା ଏହି ରହସ୍ୟମୟ ମନ୍ଦିର ବିଷୟରେ। ଏକ ରିପୋର୍ଟ ଅନୁଯାୟୀ, ଗତ କିଛି ବର୍ଷ ହେବ ଏଠାରେ ରହସ୍ୟମୟ ଭାବେ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିଲା, ଯେଉଁ କାରଣରୁ ଏହି ସ୍ଥାନକୁ “ନର୍କର ଦ୍ଵାର” ବୋଲି କୁହାଗଲା।

HELL TEMPLE
Picture Credit – news track

ତେଣୁ ଗ୍ରୀକୋ-ରୋମାନ୍ ସମୟରେ ମନ୍ଦିର ପରିଦର୍ଶନ କରୁଥିବା ବ୍ୟକ୍ତିଙ୍କ ମୁଣ୍ଡ କାଟି ଦିଆଯାଇଥିଲା ବୋଲି ସ୍ଥାନୀୟ ଲୋକ କୁହନ୍ତି। ମନ୍ଦିରରେ ମୁଣ୍ଡ କାଟିବାର କାରଣ କ’ଣ ଥିଲା ତାହା ଆଜି ପର୍ଯ୍ୟନ୍ତ ଜଣା ପଡିନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗ୍ରୀକ୍ ଇଶ୍ୱରଙ୍କ ବିଷାକ୍ତ ନିଶ୍ୱାସ ଯୋଗୁଁ ଏହି ସ୍ଥାନ ସଂସ୍ପର୍ଶରେ ଯିଏ ବି ମଣିଷ କିମ୍ବା ପଶୁ ଆସନ୍ତି, ସେମାନେ ମରିଯାଆନ୍ତି।

କିନ୍ତୁ ବର୍ତ୍ତମାନ ବୈଜ୍ଞାନିକଙ୍କ ଅନୁଯାୟୀ ବିଷାକ୍ତ କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ କ୍ରମାଗତ ଭାବରେ ମନ୍ଦିରରୁ ବାହାରିଥାଏ। ଯାହା ପାଇଁ ମଣିଷ,ପଶୁ ଏବଂ ପକ୍ଷୀମାନେ ଯିଏ ବି ମନ୍ଦିର ଭିତରକୁ ପ୍ରବେଶ କରନ୍ତି ସେମାନେ ମରିଯାଆନ୍ତି।

ମନ୍ଦିର ତଳେ ଥିବା ଗୁମ୍ଫାରେ ପ୍ରଚୁର ପରିମାଣରେ କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ ରହିଛି । କାର୍ବନ ଡାଇଅକ୍ସାଇଡର ୧୦ ପ୍ରତିଶତ ଏକ୍ସପୋଜରରୁ ଜଣେ ବ୍ୟକ୍ତି ୩୦ ମିନିଟ ମଧ୍ୟରେ ମରିପାରେ । ପୁଣି ଏହି ମନ୍ଦିରର ଗୁମ୍ଫା ଭିତରେ କାର୍ବନ ଡାଇଅକ୍ସାଇଡର ପରିମାଣ ୯୧ ପ୍ରତିଶତ ରହିଛି। ଏହି କାରଣରୁ ଏଠାକୁ ଆସୁଥିବା ପ୍ରତ୍ୟେକ ଜୀବ ମରିଯାଆନ୍ତି ଏବଂ ସେଥିପାଇଁ ଏହାକୁ “ନର୍କର ଦ୍ୱାର” ବୋଲି କୁହାଯାଏ । ହେଲେ ଏଠାରେ ରହୁଥିବା ଲୋକ ଏହି ମନ୍ଦିରକୁ ନେଇ ଅନେକ ଭିନ୍ନ ଭିନ୍ନ କଥା କୁହନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.