ବଲିଉଡ଼ରେ ପାଦ ଥାପିଲେ ସାଉଥ୍ ଷ୍ଟାର ବିଜୟ ସେଥୁପତି, ପ୍ରଥମ ଫିଲ୍ମ ସିଧା ଗଲା OTT ପ୍ଲାଟ୍ଫର୍ମ

ବର୍ତ୍ତମାନ ବଲିଉଡ଼ରେ ସାଉଥ୍ ଷ୍ଟାର ନିଜର କ୍ୟାରିୟର ଆରମ୍ଭ କଲେଣି। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଭଲ ପରିଚୟ ତିଆରି କରିଥିବା ଅଭିନେତା ବିଜୟ ସେଥୁପତି ମଧ୍ୟ ନିଜର ବଲିଉଡ ଡେବ୍ୟୁଟ କରିଛନ୍ତି। କିନ୍ତୁ ତାଙ୍କର ପ୍ରଥମ ଫିଲ୍ମ ‘ମୁମ୍ବାଇକର’ ଆଉ ସିନେମାଘରେ ମୁକ୍ତିଲାଭ କରିବ ନାହିଁ। ଏହି ଫିଲ୍ମ୍ ଏବେ ଓଟିଟି ପ୍ଲାଟଫର୍ମକୁ ଚାଲିଯାଇଛି।

ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଦୁନିଆରେ ହିଟ୍ ଫିଲ୍ମ ଦେଇ ଆସୁଥିବା ସିନେମାଟୋଗ୍ରାଫର-ନିର୍ଦ୍ଦେଶକ ସନ୍ତୋଷ ସିଭାନଙ୍କ ଏହି ଫିଲ୍ମ ବର୍ତ୍ତମାନ ସିଧାସଳଖ OTT ରେ ମୁକ୍ତିଲାଭ କରିବ।
ତାଙ୍କ ଫିଲ୍ମ ‘ସ୍ଲୁମଡଗ୍ ମିଲିଅନେୟାର’ ଏବଂ ‘ଗଲି ବଏ’ ପରେ ‘ମୁମ୍ବାଇକର’ ଏମିତି ଏକ ଫିଲ୍ମ ହେବ ଯେଉଁଥିରେ ମୁମ୍ବାଇ ବିଷୟରେ ଅଧିକ କିଛି ଜାଣିବାକୁ ମିଳିବ । ତେବେ ମୁମ୍ବାଇକର ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବିକାଶ ମାସେ, ବିଜୟ ସେଥୁପତି, ତାନିଆ ମାଣିକତାଲା, ସଞ୍ଜୟ ମିଶ୍ର, ରଣଭୀର ଶୋରେ ଏବଂ ସଚିନ ଖେଡେକର।

Mumbaikar

Picture Credit – Pink villaବିଜୟ ସେଥୁପତି ହିନ୍ଦୀ ଚଳଚ୍ଚିତ୍ର ‘ମୁମ୍ବାଇକର’ ଚଳଚ୍ଚିତ୍ରରୁ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ଆମୀର ଖାନ ତାଙ୍କୁ ‘ଲାଲ ସିଂ ଚଢାରେ’ରେ କାମ କରିବାକୁ କହିଥିଲେ କିନ୍ତୁ ସେ ବ୍ୟସ୍ତ ଥିବାରୁ ଫିଲ୍ମରେ ସାମିଲ ହୋଇପାରିନଥିଲେ । ତେବେ ମୁମ୍ବାଇକର ଫିଲ୍ମ୍ ମଧ୍ୟ ଖୁବ୍ ଭଲ ଭାବେ ତିଆରି କରାଯାଇଛି ବୋଲି ଫିଲ୍ମ ନିର୍ମାତାମାନେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.