ଏହି ହ୍ରଦରେ ଗୋଟିଏ ରାତିରେ ମରିଥିଲେ ହଜାର ହଜାର ଲୋକ, ଜାଣନ୍ତୁ କଣ ରହିଛି ଏହି ହ୍ରଦର ରହସ୍ୟ

ଦେଶ ହେଉ ବା ବିଦେଶ । ପ୍ରଳୟର ଅନେକ ଖବର ପଢିଥିବେ । ଯେଉଁଠି ପ୍ରକୃତି ରଚିଥାଏ ମୃତ୍ୟୁର ତାଣ୍ଡବ । ସେହିପରି ଏକ ସ୍ଥାନ ର ନାମ ମୃତ୍ୟୁର ହ୍ରଦ। ୧୯୮୬ରେ ଯେତେବେଳେ ହ୍ରଦଟି ୧୭୪୬ ଲୋକଙ୍କୁ ନିଜ ଶିକାର ବନାଇଥିଲା ତା ପରଠୁ ଏହି ହ୍ରଦକୁ ନେଇ ଏକ ଡର ସ୍ଥାନୀୟ ଲୋକଙ୍କ ମନରେ ବସିଯାଇଛି ।

ଆପଣ ଜାଣିଛନ୍ତି ଏହି ପୃଥିବୀରେ ଅନେକ ସ୍ଥାନରେ ବଡ଼ ଅଜବ ଅଜବ ଜିନିଷ ଲୁଚି ରହିଛି। ନଦୀ, ପାହାଡ଼ ଓ ଅତି ସୁନ୍ଦର ହ୍ରଦ। ଯାହାକି ପ୍ରକୃତିର ଅତି ସୁନ୍ଦର ଅବଦାନ। ବିବିଧତାପୂର୍ଣ୍ଣ ଭାରତରେ ବିଭିନ୍ନ ଧର୍ମ, ସଂସ୍କୃତି, ପରମ୍ପରା ଓ ଭାଷାର ମିଳନ ଦେଖିବାକୁ ମିଳେ। ଏହି ନିଆରାପଣ ଭାରତକୁ ଅନ୍ୟ ଦେଶଠାରୁ ସ୍ୱତନ୍ତ୍ର କରିଥାଏ। ଦେଶର ବିଭିନ୍ନ କୋଣ ଅନୁକୋଣରେ ଆଜି ବି କେତେକ ଚମତ୍କାରିତା ଦେଖିବାକୁ ମିଳେ ଯାହା ଭଗବାନଙ୍କ ଉପସ୍ଥିତିକୁ ବିଶ୍ୱାସ କରିବାକୁ ବାଧ୍ୟ କରେ। ଭାରତରେ ଏମିତି ଅନେକ ସ୍ଥାନ ରହିଛି ଯାହାର ମୂଳ ରହସ୍ୟ ପର୍ଯ୍ୟନ୍ତ ପହଞ୍ଚିବାରେ ବୈଜ୍ଞାନିକମାନେ ମଧ୍ୟ ଅସଫଳ ହୋଇଛନ୍ତି। ଭାରତରେ ଅନେକ ଚମତ୍କାରୀ ହ୍ରଦ ବା ଜଳାଶୟ ରହିଛି ଯେଉଁଠାରେ ସ୍ନାନ କଲେ ଦୂରାରୋଗ୍ୟ ରୋଗରୁ ମୁକ୍ତି ମିଳିଥାଏ। ଆସନ୍ତୁ ଜାଣିବା ସେ ସମ୍ପର୍କରେ..

ଆପଣ ଜାଣିଛନ୍ତି ଏହି ପୃଥିବୀରେ ଅନେକ ସ୍ଥାନରେ ବଡ଼ ଅଜବ ଅଜବ ଜିନିଷ ଲୁଚି ରହିଛି। ନଦୀ, ପାହାଡ଼ ଓ ଅତି ସୁନ୍ଦର ହ୍ରଦ। ଯାହାକି ପ୍ରକୃତିର ଅତି ସୁନ୍ଦର ଅବଦାନ। ହେଲେ ବେଳେ ବେଳେ ଏହା ଏମିତି ପରିସ୍ଥିତି ତିଆରି କରେ ଯେ ମଣିଷ ସମାଜକୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡେ। ଏହି ସୁନ୍ଦର ଦେଖାଯାଉଥିବା ପ୍ରକୃତି ମଣିଷ ପାଇଁ କାଳ ସାଜେ।

ଦେଶ ହେଉ ବା ବିଦେଶ । ପ୍ରଳୟର ଅନେକ ଖବର ପଢିଥିବେ । ଯେଉଁଠି ପ୍ରକୃତି ରଚିଥାଏ ମୃତ୍ୟୁର ତାଣ୍ଡବ । ଆଉ ଚାଲିଯାଇଥାଏ ହଜାର ହଜାର ନୀରିହ ଜୀବନ । ସେହିପରି ଏକ ଘଟଣା ଘଟିଥିଲା ୨୧ ଅଗଷ୍ଟ ୧୯୮୬ରେ ଆଫ୍ରିକାର କେମରୁନ୍ ନଦୀରେ । ଯେଉଁଠି ରାତାରାତି ଚାଲିଯାଇଥିଲା ହଜାରରୁ ଅଧିକ ଲୋକଙ୍କ ଜୀବନ । ଆଉ ଏହି ନୀରିହଙ୍କ ମୃତ୍ୟୁ ପାଇଁ ଦୋଷୀ ଥିଲା ନ୍ୟୋସ ହ୍ରଦ । ଏହି ଘଟଣା ପରେ ହ୍ରଦଟି ଦ ବ୍ୟାଡ୍ ଲେକ୍ ନା ରେ ଜଣାଗଲା ।

କୁହାଯାଏ ଏହି ହ୍ରଦରେ ଖରାପ ଆତ୍ମା ବାସ କରନ୍ତି । ଯିଏ ସର୍ବଦା କାହାକୁ ନା କାହାକୁ ନିଜ ଶିକାର କରିବା ତଲାସରେ ଥାଏ । ଏହି କଥା କେତେ ସତ କେତେ ମିଛ ତାହା ଜଣା ନାହିଁ । କିନ୍ତୁ ୧୯୮୬ରେ ଯେତେବେଳେ ହ୍ରଦଟି ୧୭୪୬ ଲୋକଙ୍କୁ ନିଜ ଶିକାର ବନାଇଥିଲା ତା ପରଠୁ ଏହି ହ୍ରଦକୁ ନେଇ ଏକ ଡର ସ୍ଥାନୀୟ ଲୋକଙ୍କ ମନରେ ବସିଯାଇଛି ।

ତେବେ ବୈଜ୍ଞାନିକଙ୍କ ମତରେ ଏହା ପଛରେ ରହିଛି ଆଉ ଏକ କାରଣ । ସେମାନଙ୍କ କହିବା ଅନୁଯାୟୀ, ଏହି ହ୍ରଦଟି ଏକ ଜ୍ବାଳାମୂଖୀ ଉପରେ ତିଆରି ହୋଇଛି । ଯେଉଁ କାରଣରୁ ଏଥିରେ କାର୍ବନ୍ ଡାଇଅକ୍ସାଇଡ୍ ମାତ୍ରା ଅଧିକ ମିଳିଥାଏ । ଆଉ ଏହି ଗ୍ୟାସ୍ ରିଲିଜ୍ ହେବା ପରିବର୍ତ୍ତେ ହ୍ରଦରେ ଜମା ହୋଇଥାଏ । ଯାହା ଫଳରେ ଧୀରେ ଧୀରେ ହ୍ରଦର ପାଣି ବମର ଗୋଳା ପାଲଟିଯାଇଥିଲା ।

ରିପୋର୍ଟ ଅନୁସାରେ, ହ୍ରଦର ଏକ ଗ୍ୟାଲେନ୍ ପାଣିରେ ପାଂଚ ଗ୍ୟାଲନ୍ Co2 ଥିଲା । ଆଉ ୨୧ ଅଗଷ୍ଟ ୧୯୮୬ରେ ଏହି ହ୍ରଦରେ ଏକ ଛୋଟ ବିସ୍ଫୋରଣ ହୋଇଥିଲା । ଯାହା ଫଳରେ ୩୦୦ ଫୁଟ ଉପରକୁ ଯାଇଥିଲା ପାଣି । ଦେଖୁଦେଖୁ ହ୍ରଦରେ ଜମା ହୋଇଥିବା ବିଷାକ୍ତ ଗ୍ୟାସ୍ ପବନରେ ମିଶିଯାଇଥିଲା । ଆଉ ମାତ୍ର ୨୦ ସେକେଣ୍ଡ୍ ମଧ୍ୟରେ ମଧ୍ୟରେ ମୃତ୍ୟୁର ତାଣ୍ଡବ ରଚିଥିଲା ଏହି ବିଷାକ୍ତ ଗ୍ୟାସ୍ । ନେଇଯାଇଥିଲା ୧୭୪୬ ଲୋକଙ୍କ ସହ ୩୫୦୦ ପଶୁଙ୍କ ଜୀବନ । ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଯୋଗୁଁ ନୀଳରୁ ଲାଲ୍ ହୋଇଯାଇଥିଲା ହ୍ରଦର ପାଣିର ରଙ୍ଗ । ପ୍ରାୟ ୪୦୦ ବର୍ଷ ପୁରୁଣା ଏହି ପୁରୁଣା ହ୍ରଦକୁ ସେବେଠାରୁ ମୃତ୍ୟୁର ହ୍ରଦ କୁହାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.