ଶବକୁ ଧରି ଅବିକଳ ମଣିଷ ଭଳି କାନ୍ଦିଲା ବୁଲା ମାଙ୍କଡ଼, ୫ ଘଣ୍ଟା ଧରି ଜଗି ବସିଲା
ଚିହ୍ନା ନାହିଁ କି ଜଣା ନାହିଁ ଶବ ପାଖରେ ବସି ଶବକୁ ଧରି ଦୀର୍ଘ ପାଞ୍ଚ ଘଣ୍ଟା ଯାଏ କାନ୍ଦିଲା ମାଙ୍କଡ଼।

ପାରାଦୀପ (କେନ୍ୟୁଜ): ଶବ ଜଗିଲା ମାଙ୍କଡ଼। ଶବ ପାଖରେ ବସିଲା, ଶବକୁ ଧରି କାନ୍ଦିଲା। ମିନିଟିଏ କି ଦଶ ମିନିଟ୍ ନୁହେଁ ପାଞ୍ଚ ଘଣ୍ଟା ଶବକୁ ଜଗି ରହିଲା ଆଉ ଶବକୁ ଛାଡ଼ିଲା ନାହିଁ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ନୁଆଗାଁ ପଞ୍ଚାୟତର ନୂଆଗାଁରେ।
ସୂଚନା ଅନୁସାରେ ଏହି ଗ୍ରାମର ମଞ୍ଜୁ ଦାସଙ୍କ ଛାତିରେ ଗତକାଲି ଜନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ କୁଜଙ୍ଗ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏହାପରେ ମଞ୍ଜୁଙ୍କ ଶବକୁ ତାଙ୍କ ନୂଆଗାଁ ସ୍ଥିତ ବାସଭବନକୁ ଅଣାଯାଇ ସେଠାରେ ଅନ୍ତେଷ୍ଟିକ୍ରିୟା ପାଇଁ ଯୋଜନା ଚାଲିଥିଲା। ଠିକ ଏତିକି ବେଳେ ହଠାତ୍ ଏକ ବୁଲା ମାଙ୍କଡ଼ ଲୋକଙ୍କ ଗହଳି ଭିତରେ ପଶି ଶବକୁ ଧରି ବସିଲା । ଆଉ ଶବ କୁ ଧରି କାନ୍ଦିବାକୁ ଲାଗିଲା । ଦିର୍ଘ ପାଞ୍ଚ ଘଣ୍ଟା ଏଭଳି ବସି ରହି ଶବକୁ ସଂସ୍କାର କରିବାକୁ ଛାଡ଼ିଲା ନାହିଁ। ଯାହା ସମସ୍ତଙ୍କୁ ବେଶ୍ ଆଶ୍ଚର୍ଯ୍ୟ ଚକିତ କରିଥିଲା । ବୁଲା ମାଙ୍କଡ଼ଟି ସହିତ ମୃତ ମଞ୍ଜୁଙ୍କର କୌଣସି ସମ୍ପର୍କ ନଥିବା ବେଳେ ମାଙ୍କଡ଼ଟି ତାଙ୍କ ଶବ ନିକଟରେ ଜଗି ରଥିଲା। ଦୀର୍ଘ ପାଞ୍ଚ ଘଣ୍ଟା ପରେ ମାଙ୍କଡ଼ଟି ଯିବା ପରେ ଶବ ସତ୍କାର କରାଯାଇଥିଲା । ଏହା ଅଲୌକିକ କିମ୍ବା କଣ ତାହା କେହି ବୁଝି ପାରିନଥିଲେ।