Below header

ମଙ୍ଗଳ ଗ୍ରହର ସେହି ରହସ୍ୟମୟ ଚିତ୍ର, ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା

୧୯୭୬ ମସିହାରେ ନାସାର ଏକ ଭାଇକିଂ ନାମକ ସ୍ପେସ୍‌ କ୍ରାଫ୍ଟ ବା ମହାକାଶ ଯାନ ମଙ୍ଗଳ ଗ୍ରହରୁ ଏକ ଫଟୋ ଉଠାଇଥିଲା । ଏହି ଫଟୋ ଯେତେବେଳେ ସର୍ବସାଧାରଣରେ ପ୍ରକାଶ କରାଗଲା ସେତେବେଳେ ଏହା ଖୁବ୍‌ ଚର୍ଚ୍ଚା ସୃଷ୍ଟି କରିଥିଲା । କାରଣ ସମସ୍ତେ ଭାବି ନେଲେ ମଙ୍ଗଳ ଗ୍ରହରେ ଜୀବନ ଥିଲା । ଏଠାରେ ଜୀବଜଗତ ମଧ୍ୟ ରହିଥିଲା । କାରଣ ନାସା ଯେଉଁ ଫଟୋଟି ଛାଡ଼ିଥିଲା ସେଥିରେ ଏକ ମଣିଷର ମୁହଁ ଆକୃତି ଦେଖା ଯାଉଥିଲା ।
ହେଲେ ପ୍ରକୃତରେ ଏହା କୌଣସି ମଣିଷ କିମ୍ବା ଅନ୍ୟ ଗ୍ରହର ଜୀବ ନଥିଲା । ଏଥିରେ ଥିଲା ଏକ ମଣିଷ ମୁହଁର ଆକୃତି । ଯାହା କୌଣସି ଏକ ପଥର ଉପରେ ଆଲୋକ ପଡ଼ିବା ପରେ ମଣିଷ ମୁହଁର ଭ୍ରମ ସୃଷ୍ଟି କରିଥିଲା । ତଥାପି ସାଧାରଣ ଲୋକେ ଏହାକୁ ମାନିବାକୁ ପ୍ରସ୍ତୁତ ନଥିଲେ । ତେବେ ପରବର୍ତ୍ତୀ ସମୟରେ ଯେତେବେଳେ ମହାକାଶରୁ ଅଧିକ ସ୍ପଷ୍ଟ ଫଟୋ ଚିତ୍ର ଆସିଲା ଲୋକଙ୍କ ଭୁଲ ଧାରଣା ଦୂର ହେଲା । ଠିକ୍‌ ଯେମିତି ଚନ୍ଦ୍ରରେ ବେଳେ ବେଳେ କୌଣସି ବ୍ୟକ୍ତିର ମୁହଁର ଆକୃତି ଦେଖାଯାଏ । ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ଚାଲେ । ଏମିତିକି ବେଳେ ବେଳେ ଭସା ବାଦଲର ଆକୃତି ମଧ୍ୟ କୌଣସି ଜୀବଜନ୍ତୁ ଅଥବା ମଣିଷ ସହ ମିଶିଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.