ବିହାର: ଶେଷରେ ଆତ୍ମ ସମର୍ପଣ କଲେ ବାହୁବଳୀ ବିଧାୟକ ଅନନ୍ତ ସିଂହ, ଘରୁ ଜବତ ହୋଇଥିଲା ବେଆଇନ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ

ଦିଲ୍ଲୀର ସାକେତ କୋର୍ଟରେ ଆତ୍ମସର୍ମପଣ କରିଛନ୍ତି ବିହାରର ବାହୁବଳି ସ୍ୱାଧୀନ ବିଧାୟକ ଅନନ୍ତ ସିଂହ । କୋର୍ଟ ଅନନ୍ତ ସିଂଙ୍କୁ ଗିରଫ କରି ସୁରକ୍ଷିତ ଭାବେ ବିହାରର ସମ୍ପୃକ୍ତ କୋର୍ଟରେ ହାଜର କରିବାକୁ ଦିଲ୍ଲୀ ପୋଲସକକୁ ଆଦେଶ ଦେଇଛନ୍ତି। କିଛି ଦିନ ପୂର୍ବରୁ ଅନନ୍ତ ସିଂହ ତିନି ଚାରି ଦିନ ମଧ୍ୟରେ ପୋଲିସ ନିକଟରେ ଆତ୍ମସମର୍ପଣ କରିବେ ବୋଲି କହିଥିଲେ। ତାଙ୍କ ଘରୁ ଏକ-୪୭ ରାଇଫଲ ଓ ଗ୍ରେନେଡ଼ ଜବତ ହେବା ପରେ ସେ ନିଖୋଜ ହୋଇଯାଇଥିଲେ। ସେ ପାଟଣାରେ ଥିବା ବେଳେ ତାଙ୍କ ନିଜ ଗାଁରେ ପୋଲିସ ଓ ବମ୍ବ ସ୍କାର୍ଡ ଦୁଇ ତିନି ଧରି ଚଢାଉ କରି ବହୁ ପରିମାଣର ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ, ଏକ-୪୭ ରାଇଫଲ ଓ ଗ୍ରେନେଡ ଭଳି ଅସ୍ତ୍ରଶସ୍ତ୍ର ଜବତ କରିଥିଲା। ଏହି ଚଢାଉକୁ ପ୍ରଥମେ ସ୍ଥାନୀୟ ପୋଲିସର ପ୍ଲଟ୍‌ ବୋଲି କହିଥିଲେ ବିଧାୟକ ଅନନ୍ତ ସିଂ । ରାଜ୍ୟ ସରକାରଙ୍କ ଚାପରେ ପୋଲିସ ତାଙ୍କ ଘରେ ଅସ୍ତ୍ରଶସ୍ତ୍ର ରଖି ଏଭଳି କାଣ୍ଡ କରିଥିବା ଅଭିଯୋଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.