ନୂଆଦିଲ୍ଲୀ: ୱାର୍ଲଡ ୟୁଥ କନ୍‌ଫରେନ୍‌ସ ଅନ୍‌ କାଇଣ୍ଡନେସ ଯୋଗ ଦେଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ, କହିଲେ କାଇଣ୍ଡ ଇଣ୍ଡିଆ ହେଲେ ସାଇନିଂ ଇଣ୍ଡିଆ ସମ୍ଭବ

ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ୟୁନେସ୍କୋ ତରଫରୁ ଚାଲିଥିବା ୱାର୍ଲଡ ୟୁଥ କନ୍‌ଫରେନ୍‌ସ ଅନ୍‌ କାଇଣ୍ଡନେସ ଉଦଯାପିତ ହୋଇଛି। ବସୁଧୈବ କୁଟୁମ୍ବକମ୍‌: ଗାନ୍ଧି ଫର୍‌ ଦି କଣ୍ଟେମ୍‌ପରାରୀ ୱାର୍ଲଡ ବିଷୟବସ୍ତୁ ଉପରେ ୪ଦିନ ଧରି ଚାଲିଥିବା ଏହି କନ୍‌ଫରେନ୍‌ସକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍‌ଘାଟନ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଭାରତୀୟ ନୋବେଲ ବିଜେତା କୈଳାସ ସତ୍ୟାର୍ଥୀ ଏବଂ କିଟ ଓ କିସ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଅତିଥି ଭାବେ ଯୋଗ ଦେଇଥିଲେ। ନିଜ ବକ୍ତବ୍ୟରେ ସାଂସଦ କହିଲେ ସଂପ୍ରତି ବିଶ୍ୱରେ ଯୁବଗୋଷ୍ଠୀର ଭୂମିକା ଗୁରୁତ୍ୱପୂର୍ଣ୍ଣ।

achyut samant

ଜନସଂଖ୍ୟା ଦୃଷ୍ଟିରୁ ଭାରତରେ ଯୁବ ସଂଖ୍ୟା ଅଧିକ ଥିବାରୁ ଭାରତ ନିଶ୍ଚିତ ଭାବେ ସୁଫଳ ପାଇବ। ୨୦୨୦ ସୁଦ୍ଧା ଭାରତରେ ୨୫ବର୍ଷ ବୟସ୍କ ଯୁବକଯୁବତୀଙ୍କ ସଂଖ୍ୟା ଅର୍ଦ୍ଧାଧିକରେ ପହଞ୍ଚି ସାରିଥିବ । ସେହି ଦୃଷ୍ଟିରୁ ଭାରତକୁ ଏହାର ସୁଫଳ ମିଳିବ। ମାତ୍ର ଯୁବଶକ୍ତି ଦୟା ମନୋଭାବ ପୋଷଣ ନକଲେ ଏହାର କୁପ୍ରଭାବ ପଡ଼ିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ଡ. ଅଚ୍ୟୁତ ସାମନ୍ତ କହିଛନ୍ତି। ଶ୍ରୀ ସାମନ୍ତ କହିଲେ, କାଇଣ୍ଡ ଇଣ୍ଡିଆ ହେଲେ ସାଇନିଂ ଇଣ୍ଡିଆ ସମ୍ଭବ ହୋଇପାରିବ। ଏହି ଅବସରରେ ଡ. ସାମନ୍ତ ଯୁବଗୋଷ୍ଠୀଙ୍କୁ ଦୟାବାନ ହେବାକୁ ଆହ୍ଵାନ କରିଥିଲେ।