ଖାଦ୍ୟ ଖାଉଥିଲେ ବ୍ୟକ୍ତି, ହଠାତ ଥାଳିରେ ଆସି ଖାଇବାକୁ ଲାଗିଲା ବଣି ଚଢ଼େଇ, ଦେଖନ୍ତୁ ଭିଡିଓ

ସାଧାରଣତଃ ଆମେ ଚଢେଇକୁ ଦାନା ଖାଉଥିବାର ଦେଖିଛୁ। ଅନେକ ଲୋକ ଚଢ଼େଇମାନଙ୍କ ପାଇଁ ଘର ଛାତ ଉପରେ ଦାନା ପକାଇ ଥାନ୍ତି। ଯେତେବେଳେ କେହି ନ ଥାନ୍ତି, ଚଢ଼େଇମାନେ ଆସି ସେହି ଦାନା ଖାଇଥାନ୍ତି। କିନ୍ତୁ କ’ଣ ଆପଣ କୌଣସି ଚଢ଼େଇକୁ ମଣିଷ ସହିତ ଗୋଟିଏ ହିଁ ଥାଳିରେ ଖାଉଥିବାର ଦେଖିଛନ୍ତି? ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି, ଯେଉଁଥିରେ ଦେଖିବାକୁ ମିଳୁଛି କି, ଏକ ବଣି ଚଢ଼େଇ ଜଣେ ବ୍ୟକ୍ତି ସହିତ ଏକାଠି ଗୋଟିଏ ଥାଳିରେ ଖାଉଛି।

ବ୍ୟକ୍ତି ଜଣକ ଟେବୁଲରେ ଖାଦ୍ୟ ଖାଉଥିବା ବେଳେ କେଉଁଆଡ଼ୁ ଏକ ବଣି ଉଡ଼ି ଆସି ସେଠାରେ ବସି ଖାଦ୍ୟ ଖାଇବାକୁ ଲାଗିଥିଲା। ଭିଡ଼ିଓଟି ସମସ୍ତଙ୍କୁ ଇମୋଶନାଲ କରିଦେଲା ଭଳି ହୋଇଛି, ଯାହାକୁ ଦେଖି ୟୁଜରମାନେ ନିଜର ଭାବ ପ୍ରକାଶ କରିବାରେ ଲାଗିଛନ୍ତି।

ଇଣ୍ଟରନେଟରେ ଚଢ଼େଇର ଏହି ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି। ଚଢ଼େଇଟି ଆତ୍ମତୃପ୍ତି କରି ଖାଦ୍ୟ ଖାଉଛି। ଭିଡ଼ିଓକୁ ଏ ପର୍ଯ୍ୟନ୍ତ ଦେଢ଼ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଏହାକୁ ମେଘରାଜ ଦେସାଲେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଜଣେ ୟୁଜର କହିଛନ୍ତି କି, ଏମିତି କରି ଆପଣ ବହୁତ ଭଲ କାମ କରୁଛନ୍ତି।

 

View this post on Instagram

 

A post shared by megharaj Desale. (@desalemegharaj)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.