ଚନ୍ଦା ହୋଇଥିଲେ କରନ୍ତୁ ନାହିଁ ଚିନ୍ତା, ଆସିଗଲା ନୂଆ କେଶ ଉଠାଇବା ମେସିନ୍‌

ଅନେକ ଲୋକ କେଶ ଝଡିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ପ୍ରାୟ ଲୋକ କେବଳ କେଶ ଝଡିବା ସମସ୍ୟା ନୁହେଁ ବରଂ ଚନ୍ଦାପଣର ମଧ୍ୟ ଶିକାର ହେଉଛନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ କଥା କହିବାକୁ ଯାଉଛୁ ଯାହାକୁ ଜାଣିଲା ପରେ ଆପଣ ସାମାନ୍ୟ ଆସ୍ୱସ୍ଥି ଅନୁଭବ କରିବେ। ଏବେ ଆପଣ ଭାବୁଥିବେ ଏହି ସମସ୍ୟାର କଣ ସମାଧାନ ସତରେ ଅଛି, ତେବେ ଆପଣଙ୍କର ଏହି ପ୍ରଶ୍ନର ଉତ୍ତରରେ ଆମେ କହିବୁ ହଁ ଆଜ୍ଞା ଅଛି।

topiକାରଣ ରିସର୍ଚ୍ଚରମାନେ ଏମିତି ଏକ ଉପକରଣ ଆବିଷ୍କାର କରିଛନ୍ତି ଯାହାକୁ ଆପଣ ବ୍ୟବହାର କଲେ ଆପଣଙ୍କ କେଶ ପୁଣି ଉଠିବାକୁ ଲାଗିବ। ଆମେରିକାର ଏକ ବିଶ୍ୱବିଦ୍ୟାଳୟ ଏମିତି ଏକ ଟୋପି ବାହାର କରିଛନ୍ତି ଯାହାକୁ ପିନ୍ଧିଲେ ବ୍ୟକ୍ତିଙ୍କର ଶକ୍ତି ଉତ୍ପନ୍ନ ହୋଇଥାଏ ଏବଂ କେଶ ଲୋମକୁ ଉତ୍ତେଜିତ କରିବା ଇଲେକଟ୍ରିକ ପଲସ୍‌ ପଠାଇଥାଏ। ଏହି ପଲସ୍‌ ମୁଣ୍ଡରେ ପୁଣି କେଶ ଉଠିବାରେ ସହାୟତା ପ୍ରଦାନ କରିଥାଏ।

chandapanaଏହି ଉପକରଣର ପରୀକ୍ଷଣ ପ୍ରଥମେ ବିନା କେଶ ଥିବା ମୂଷା ଉପରେ କରାଗଲା, ଯାହା ସଫଳ ହେଲା। ଏହାକୁ ଆବିଷ୍କାର କରିଥିବା ପ୍ରଫେସର କହିଛନ୍ତି କେଶ ଉଠିବା ପାଇଁ ଆପଣ ଏହି ଟୋପିକୁ ସବୁବେଳେ ପିନ୍ଧିବାର ଆବଶ୍ୟକତା ନାହିଁ। ପ୍ରତିଦିନ କିଛି ଘଣ୍ଟା ପାଇଁ ଏହି ପିନ୍ଧିବା ଉଚିତ। ଶୋଇବା ସମୟରେ ଏହି ଟୋପି କାମ କରିନଥାଏ କାରଣ ନିଦରେ ଏହି ଉପକରଣକୁ ଶକ୍ତି ପହଁଚିନଥାଏ।

ଏହାସହ ପଢନ୍ତୁ : କିଙ୍ଗ୍‌ କୋବ୍ରା ଠାରୁ ବି ଅଧିକ ଦାମୀ ବିଛା ବିଷ, ଏହା ଆପଣଙ୍କୁ କରାଇପାରିବ କୋଟିପତି

ଏହି ଉପକରଣ ଦ୍ୱାରା ସେହି ଲୋକମାନଙ୍କୁ ସାହାଯ୍ୟ ହେବ ଯେଉଁମାନେ ନିକଟରେ ନିଜର କେଶକୁ ହରାଇଛନ୍ତି ଏବଂ ବହୁତ କମ ଦିନ ହେବ ଚନ୍ଦା ହୋଇଥିବେ। କାରଣ ତ୍ୱଚା ଅନେକ ଦିନ ଧରି ଚନ୍ଦାପଣ ହେବା ପରେ ନୂଆ କେଶ ଉଠାଇବା କ୍ଷମତା ହରାଇ ଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.