Below header

ବିଚ୍ ରାସ୍ତାରେ ନାବାଳିକାଙ୍କୁ ମାଡ଼ ଭିଡ଼ିଓ ଭାଇରଲ, ଫିଲ୍ମ ଷ୍ଟାଇଲରେ ବୁଲେଟରେ ଆସି କାର ଆଗରେ ଗାଡି ରଖି ଯୁବକଙ୍କ ଅମାନବୀୟ କାଣ୍ଡ

ଗୋପାଳପୁର: ବିଚ ରାସ୍ତାରେ ନାବାଳିକାଙ୍କୁ ମାଡ଼। ଦେଖଣାହାରୀ ସାଜିଲେ ସାଧାରଣ ଜନତା। ଭିଡ଼ିଓ ଭାଇରଲ। ଘଟଣା ଘଟିଛି ଗୋପାଳପୁର ଥାନା ଗୋପାଳପୁର ଛକରୁ ଆମ୍ବପୁଆ ଯିବା ରାସ୍ତାରେ। ଏକ କାର ଯୋଗେ ନାବାଳିକା ଓ ତାଙ୍କ ବାପା ଯାଉଥିବା ବେଳେ ଫିଲ୍ମ ଷ୍ଟାଇଲରେ ବୁଲେଟରେ ଆସି କାର ଆଗରେ ରଖିଥିଲେ। କିଚ୍ଛି ବୁଝିବା ପୂର୍ବରୁ ଯୁବକ ଜଣଙ୍କ ନାବାଳିକାକୁ ବାହାରକୁ କାଢ଼ି ଆକ୍ରମଣ କରିଥିଲେ। ଆକ୍ରମଣ ଏମିତି ଥିଲା ଯେ ଯୁବତୀ ଜଣଙ୍କ ତଣ୍ଟି ଉପରେ ମାଡି ବସିଥିଲେ ଯୁବକ ଜଣଙ୍କ। ଶେଷରେ ଲୋକ ଗହଳି ହୋଇଯିବାରୁ ଯୁବକ ଜଣକ ନାବାଳିକାଙ୍କୁ ଛାଡ଼ିଦେଇଥିଲେ। ଏଭଳିକି ଯୁବତୀ ଯେଉଁ ଗାଡ଼ିରେ ଆସିଥିଲେ ତାହାର ଚାବି ମଧ୍ୟ ଧରି ପଳେଇଥିଲେ। ଶେଷରେ ସେ ଯୁବକଙ୍କ ସହ ଆସିଥିବା ଅନ୍ୟ କିଛି ଯୁବକ ସେ ଚାବି ମାଗି ତାଙ୍କୁ ଦେଇଥିବା ଦେଖାଯାଉଛି। ଯୁବତୀ ଜଣକ ଯୁବକ ର ଆକ୍ରମଣରେ ଛଟପଟ ହେଉଥିବା ବେଳେ ଲୋକେ ଦେଖଣାହାରୀ ସାଜିଥିଲେ। ଏହି ସମୟରେ କିଛି ଯୁବକ ସେଠାରେ ଭିଡ଼ିଓ କରି ଭାଇରଲ କରିଥିଲେ। ଏଭଳିକି ଯୁବତୀ ଜଣକ ମଧ୍ୟ ସେ ଆଡକୁ ଯୁବକଙ୍କୁ ଆକ୍ରମଣ କରୁଥିବା ଦେଖାଯାଉଛି। ଯୁବତୀ ଓ କାରରେ ଥିବା ତାଙ୍କ ସମ୍ପର୍କୀୟ ହିନ୍ଦୀରେ କହୁଥିବାର ଶୁଣାଯାଉଛି। ତେବେ ଏ ଘଟଣା ନେଇ କୌଣସି ଥାନାରେ ଏ ଯାଏଁ ଅଭିଯୋଗ ହୋଇନଥିବା ଜଣାପଡିଛି।ଗତକାଲି ରାତି ୯ ଟା ବେଳର ଘଟଣା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.