Below header

ଏକ ଟେନିସ କୋର୍ଟ ବରାବର ଏହି ଆଇଲାଣ୍ଡର ସାଇଜ, ଏଠାରେ ଅଛି କେବଳ ଗୋଟିଏ ଘର, ଗୋଟିଏ ଗଛ !

ବିଶ୍ୱରେ ଏମିତି ଅନେକ ଜାଗା ଅଛି, ଯାହାକି ନିଜର ସୌନ୍ଦର୍ଯ୍ୟ ଯୋଗୁ ଲୋକଙ୍କ ମନ ମୋହି ନେଇଥାଏ। ଦୁନିଆରେ ବହୁତ ଆକର୍ଷଣୀୟ ଆଇଲାଣ୍ଡ ରହିଛି। କିନ୍ତୁ ଆଇଲାଣ୍ଡ ଏମିତି ବି ଅଛି, ଯାହା ବିଷୟରେ ହୁଏତ ଲୋକଙ୍କୁ ଜଣା ନ ଥିବ। ଆଜି ଆମେ ଆପଣଙ୍କୁ ଏହିଭଳି ଏକ ଆଇଲାଣ୍ଡ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

2

5

ବାସ୍ତବ କଥା ହେଲା, ଏହି ଆଇଲାଣ୍ଡଟି ଏତେ ଛୋଟ ଯେ ଏହାର ସୀମା ଜାଣିଲେ ଆପଣ ଚକିତ ହୋଇଯିବେ। ଏହି ଆଇଲାଣ୍ଡ ନ୍ୟୁୟର୍କର ଆଲେକଜାନ୍ଦ୍ରିଆ ବାୟ ନିକଟରେ ଅବସ୍ଥିତ। ଏହାକୁ ଦୁନିଆର ସବୁଠାରୁ ଛୋଟ ଆଇଲାଣ୍ଡ କୁହାଯାଇଥାଏ, ଯାହାର ନାଁ ‘ଜଷ୍ଟ ରୁମ ଏନଫ’। ଏହି ଆଇଲାଣ୍ଡରେ କେବଳ ଗୋଟିଏ ଘର ଏବଂ ଗୋଟିଏ ଗଛ ହିଁ ରହିଛି।

3

କହିବାକୁ ଗଲେ, ଏହି ଆଇଲାଣ୍ଡର ଆକାର ଗୋଟିଏ ଟେନିସ କୋର୍ଟ ବରାବର ଅଟେ। ଏହା 3300 ବର୍ଗ ଫୁଟ ଏରିଆକୁ ନେଇ ଗଢି ଉଠିଛି। ସାରା ବିଶ୍ୱରେ ପାଖାପାଖି 2000ରୁ ଅଧିକ ଆଇଲାଣ୍ଡ ରହିଛି ଏବଂ ଏହି ଆଇଲାଣ୍ଡଟି ସେଥିମଧ୍ୟରୁ ଅନ୍ୟତମ। କେବଳ ଏତିକି ନୁହେଁ, ଏହା ନିଜର ସାଇଜକୁ ନେଇ ‘ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡ଼’ରେ ମଧ୍ୟ ସ୍ଥାନ ପାଇସାରିଛି।

4

ତେବେ ‘ଜଷ୍ଟ ରୁମ ଏନଫ’ ପୂର୍ବରୁ ଦୁନିଆର ସବୁଠାରୁ ଛୋଟ ଆଇଲାଣ୍ଡ ‘ବିଶପ ରକ’ ନାଁରେ ଥିଲା। ‘ଜଷ୍ଟ ରୁମ ଏନଫ’ ଆଇଲାଣ୍ଡରେ ପୂର୍ବରୁ କିଛି ବି ନ ଥିଲା ଏବଂ ଏହା ‘ହବ ଆଇଲାଣ୍ଡ’ ନାଁରେ ଜଣାଯାଉଥିଲା। କିନ୍ତୁ 1950ରେ ଏହାକୁ ଏକ ପରିବାର କିଣି ନେଇଥିଲେ। ଏଠାରେ ଏକ ଘର ତିଆରି କରିବା ସହ ଏକ ଗଛ ମଧ୍ୟ ଲଗାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.