ଓଡିଶାର ସରକାରୀ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀମାନଙ୍କୁ ଦିଆଯିବ  ମଧ୍ୟାହ୍ନ ଭୋଜନ ରୋଷେଇର ଖର୍ଚ୍ଚ, ମାର୍ଚ୍ଚ ୧୬ରୁ ଜୁନ୍ ୧୩ର ମିଳିବ ଟଙ୍କା

କେନ୍ୟୁଜ୍ (ବ୍ୟୁରୋ): ଓଡିଶାର ସରକାରୀ ବିଦ୍ୟାଳୟଗୁଡ଼ିକର ଛାତ୍ରମାନଙ୍କୁ ଦିଆଯିବ  ମଧ୍ୟାହ୍ନ ଭୋଜନ ରୋଷେଇର ଖର୍ଚ୍ଚ। ମାର୍ଚ୍ଚ ୧୬ରୁ ଜୁନ୍ ୧୩ ତାରିଖ ପର୍ଯ୍ୟନ୍ତ ରୋଷେଇ ଖର୍ଚ୍ଚ ଦେବାକୁ ସବୁ ଜିଲ୍ଲା କଲେକ୍ଟରମାନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁ।

ଚିଠି ଅନୁଯାୟୀ, ଛାତ୍ରଛାତ୍ରୀମାନେ ମାର୍ଚ୍ଚ ୧୬ ରୁ ଜୁନ୍ ୧୩ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ଅର୍ଥ ପାଇବେ।ପ୍ରତ୍ୟେକ ପ୍ରାଥମିକ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଜଣକ ପିଛା ୪୭୯ ଟଙ୍କା ଓ ଉଚ୍ଚ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଜଣକ ପିଛା ୭୧୭ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।ରୋଷେଇ ଖର୍ଚ୍ଚ ପିଲା ବା ଅଭିଭାବକଙ୍କ ବ୍ୟାଙ୍କ ଖାତାକୁ ଦେବାକୁ ଚିଠିରେ କୁହାଯାଇଛି। ଯେଉଁ ଅଭିଭାବକମାନଙ୍କର ବ୍ୟାଙ୍କ ଆକାଉଣ୍ଟ ନ ଥିବା ସେମାନଙ୍କୁ ସ୍କୁଲ୍‌ରେ ଧାର୍ଯ୍ୟ ଅର୍ଥ ପଇଠ କରିବାକୁ କୁହାଯାଇଛି।ସବୁ  ଜିଲ୍ଲା ଶିକ୍ଷାଅଧିକାରୀମାନେ ରୋଷେଇ ବାବଦ ଖର୍ଚ୍ଚକୁ ତୁରନ୍ତ ସ୍କୁଲ ଆକାଉଣ୍ଟକୁ ପଠାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.