ଅଲୌକିକ ମହିମା ! ଏହି ମନ୍ଦିରରେ ଯୋଡ଼ି ହୋଇଯାଏ ଲୋକଙ୍କ ଭଙ୍ଗା ହାଡ଼, ଦୁଇ ଦିନ ହୋଇଥାଏ ବିଶେଷ ପୂଜା

ଭାରତ ଏକ ଧାର୍ମିକ ଦେଶ। ଏଠାରେ କେଉଁ ପ୍ରାଚୀନ କାଳରୁ ମନ୍ଦିରର ବିଶେଷ ମହତ୍ତ୍ୱ ରହି ଆସିଛି। କିଛି ମନ୍ଦିର ଏପରି ବି ଅଛି, ଯାହାକୁ ଚମତ୍କାରୀ ବୋଲି କୁହାଯାଏ। ଏଠାରେ ଥିବା ପ୍ରତ୍ୟେକଟି ମନ୍ଦିର ନିଜ ନିଜର ଗୁରୁତ୍ୱ ରଖି ଆସିଛନ୍ତି। ତେବେ କେତେକ ମନ୍ଦିରରେ ଅନେକ ରହସ୍ୟ ଲୁଚି ରହିଛି, ଯାହା ଉପରୁ ଆଜି ପର୍ଯ୍ୟନ୍ତ ବି ପରଦା ଉଠିପାରିନାହିଁ। ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

22

344

ଏହି ମନ୍ଦିର ମଧ୍ୟ ପ୍ରଦେଶର କଟନିଠାରୁ ପାଖାପାଖି 35 କିମି ଦୂର ମୋହାସ ଗାଁରେ ଅବସ୍ଥିତ। ମନ୍ଦିରରେ ହନୁମାନ ପୂଜା ପାଉଛନ୍ତି। ମନ୍ଦିର ବିଷୟରେ ଏତିକି କୁହାଯାଏ କି, ଏଠାରେ ଲୋକଙ୍କ ଭଙ୍ଗା ହାଡ଼ ଯୋଡି ହୋଇଯାଏ। ମନ୍ଦିରରେ ପ୍ରତି ଶନିବାର ଏବଂ ମଙ୍ଗଳବାର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ଏହି ଅବସରରେ ଅନେକ ଶ୍ରଦ୍ଧାଳୁ ଏଠାକୁ ଧାଇଁ ଆସନ୍ତି। ଏହି ଦୁଇ ଦିନ ଭକ୍ତମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ। ଏହି ମନ୍ଦିରକୁ କାହାକୁ ଷ୍ଟ୍ରେଚରରେ ତ କାହାକୁ ପିଠିରେ, ପୁଣି କାହାକୁ ଆମ୍ବୁଲାନ୍ସରେ ଅଣାଯାଇଥାଏ।

55

6

ଜଣେ ଶ୍ରଦ୍ଧାଳୁଙ୍କ କହିବା ଅନୁଯାୟୀ, ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିବା ପରେ ଭକ୍ତମାନଙ୍କୁ ଆଖି ବନ୍ଦ କରିବାକୁ କୁହାଯାଇଥାଏ। ଏହାସହିତ ସେମାନଙ୍କୁ ‘ରାମ ନାମ’ ଜପ କରିବାକୁ କୁହାଯାଏ। ଯେତେବେଳେ ଭକ୍ତମାନେ ଆଖି ବନ୍ଦ କରନ୍ତି, ସେତେବେଳେ ପଣ୍ଡିତ କିମ୍ବା ତାଙ୍କ ସହାୟକ ପୀଡ଼ିତମାନଙ୍କୁ ପତ୍ର ତଥା ଜଡ ରୂପୀ ଔଷଧି ଦେଇଥାନ୍ତି। ଏହାକୁ ଭଲ ଭାବେ ଚୋବାଇ ଚୋବାଇ ଖାଇବାକୁ କୁହନ୍ତି। କୁହାଯାଏ କି, ଏହି ଔଷଧକୁ ଖାଇବା ପରେ ରୋଗୀ ଲୋକର ଭଙ୍ଗା ହାଡ଼ ଆପେ ଯୋଡ଼ି ହୋଇଯାଇଥାଏ। କିଛିଦିନ ପରେ ବ୍ୟକ୍ତି ଜଣକ ସୁସ୍ଥ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.