ଦୁନିଆର ସବୁଠାରୁ ଧନୀ ଭିକାରୀ, କୋଟି କୋଟି ଟଙ୍କାର ମାଳିକ ଏହି ବ୍ୟକ୍ତି

ଆପଣ ହୁଏତ ଜାଣିନଥିବେ ଯେ ଏହି ଭିକାରୀମାନଙ୍କ ମଧ୍ୟରୁ ଅନେକ ଭିକାରି ଏପରି ଅଛନ୍ତି, ଯେଉଁମାନଙ୍କର ବ୍ୟାଙ୍କ ବାଲାନ୍ସ ଆପଣଙ୍କ ଠାରୁ ବି ଅଧିକ ଥିବ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆର ସବୁଠାରୁ ଧନୀ ଭିକାରୀ ଭାରତରେ ହିଁ ରହୁଛି ।

ଆପଣମାନେ ବସ୍, ଟ୍ରେନ୍ କିମ୍ବା ସଡକ ଛକରେ ଲୋକମାନଙ୍କୁ ଭିକ ମାଗୁଥିବାର ନିଶ୍ଚୟ ଦେଖିଥିବେ । ସେମାନଙ୍କର ଦାରିଦ୍ର୍ୟ ଦେଖିବା ପରେ ଅନେକ ଲୋକ ଦୟା ଦେଖାଇ ସେମାନଙ୍କୁ ଟଙ୍କା ଦିଅନ୍ତି । କିନ୍ତୁ ଆପଣ ହୁଏତ ଜାଣିନଥିବେ ଯେ ଏହି ଭିକାରୀମାନଙ୍କ ମଧ୍ୟରୁ ଅନେକ ଭିକାରି ଏପରି ଅଛନ୍ତି, ଯେଉଁମାନଙ୍କର ବ୍ୟାଙ୍କ ବାଲାନ୍ସ ଆପଣଙ୍କ ଠାରୁ ବି ଅଧିକ ଥିବ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆର ସବୁଠାରୁ ଧନୀ ଭିକାରୀ ଭାରତରେ ହିଁ ରହୁଛି । ଆଜି ଆମେ ଆପଣଙ୍କୁ ମୁମ୍ବାଇରେ ରହୁଥିବା କୋଟିପତି ଭିକାରୀ ଭରତ ଜୈନ ବିଷୟରେ କହିବାକୁ ଯାଉଛୁ ।

ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଭିକ ମାଗି ମାଗି କୋଟିପତି ହୋଇଛନ୍ତି । ଏଥିରେ ଆସୁଥିବା ପ୍ରଥମ ଭିକାରୀର ନାମ ହେଉଛି ଭରତ ଜୈନ । ଦୁନିଆର ସବୁଠାରୁ ଧନୀ ଭିକାରୀ ଭରତ ଜୈନ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନାସ ଏବଂ ଆଜାଦ ମଇଦାନରେ ଲୋକଙ୍କ ଠାରୁ ଭିକ ମାଗେ । ସୁବଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଭାରତ ଜୈନଙ୍କ ପାଖରେ ମୁମ୍ବାଇ ଏବଂ ପୁନେରେ କୋଟି କୋଟି ଟଙ୍କାର ଘର ସହିତ ଅନେକ ଦୋକାନ ଅଛି । କେବଳ ଏତିକି ନୁହେଁ ଭରତ ଜୈନଙ୍କ ପିଲାମାନେ କନଭେଣ୍ଟ ସ୍କୁଲରେ ପାଠ ପଢ଼ନ୍ତି।

ଭାରତ ଜୈନ ମୁମ୍ବାଇରେ ୧.୨୦ କୋଟି ଟଙ୍କାର ଫ୍ଲାଟରେ ରୁହନ୍ତି । କେବଳ ଏତିକି ନୁହେଁ ସେ ନିଜର ଅଲଗା ବ୍ୟବସାୟ ମଧ୍ୟ ଆରମ୍ଭ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଭିକ ମାଗି କୋଟି କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି । ପରିବାର ଲୋକ ବାରମ୍ବାର ମନା କରିବା ସତ୍ତ୍ୱେ ସେ ଭିକ ମାଗିବା ବନ୍ଦ କରି ନାହାଁନ୍ତି ।

ଭରତ ଜୈନଙ୍କ ଘରେ ତାଙ୍କ ସ୍ତ୍ରୀ ଓ ଦୁଇ ପୁଅ, ଭାଇ ଏବଂ ବାପା ଅଛନ୍ତି । ପ୍ରତି ମାସରେ ଭରତ ଜୈନ ଭିକ ମାଗି ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି । ପ୍ରତିଦିନ ପାଖାପାଖି ୨୫୦୦ ଟଙ୍କା ରୋଜଗାର କରୁଥିବାବେଳେ ବର୍ଷକୁ ପ୍ରାୟ ୯ ଲକ୍ଷ ଟଙ୍କା ରୋଜଗାର କରନ୍ତି । ତେବେ ଜଣେ ସାଧାରଣ ଲୋକ ମଧ୍ୟ ଭରତ ଜୈନ ଭଳି ଏତେ ଟଙ୍କା ରୋଜଗାର କରିବାରେ ସକ୍ଷମ ନୁହଁନ୍ତି ।

ଅନୁମାନ କରାଯାଉଛି ଯେ ଭାରତ ଜୈନଙ୍କ ନେଟଓ୍ଵର୍ଥ ୮.୫୦ କୋଟିରୁ ଅଧିକ । ଭିକ ଟଙ୍କା ବ୍ୟତୀତ ତାଙ୍କ ବ୍ୟବସାୟରୁ ମିଳୁଥିବା ଟଙ୍କାକୁ ମଧ୍ୟ ସାମିଲ କରାଯାଇଛି । ଭରତ ଜେନଙ୍କ ନିକଟରେ ପାରେଲ ଠାରେ ନିଜର ଫ୍ଲାଟ ଅଛି । ଥାନେ ସହରରେ ତାଙ୍କର ଦୁଇଟି ଦୋକାନ ଅଛି, ଯେଉଁଥିରୁ ସେ ପ୍ରତି ମାସରେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଭଡା ଭାବେ ରୋଜଗାର କରନ୍ତି । ଭାରତ ଜୈନଙ୍କ ଏହି ରୋଜଗାର ଯୋଗୁଁ ତାଙ୍କ ପିଲାମାନଙ୍କର ଲାଇଫ ଷ୍ଟାଇଲ ବହୁତ ଭଲ ରହିଛି ।

ଥାନେରେ ଥିବା ଭରତ ଜୈନଙ୍କ ଦୋକାନଗୁଡ଼ିକର ମୂଲ୍ୟ କୋଟି କୋଟି ଟଙ୍କା ବୋଲି କୁହାଯାଉଛି । ଏହା ବ୍ୟତୀତ ଭରତଙ୍କ ପରିବାର ଏକ ଷ୍ଟେସନାରୀ ଷ୍ଟୋର ଖୋଲିଛନ୍ତି, ଯେଉଁଥିରୁ ସେ ପ୍ରତି ମାସରେ ବହୁତ ରୋଜଗାର କରନ୍ତି । ସେ ତାଙ୍କର ଅନ୍ୟ ଘରଗୁଡ଼ିକୁ ମଧ୍ୟ ଭଡ଼ାରେ ଲଗାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.