Below header

ମେଣ୍ଟ ନିଷ୍କର୍ଷ ବାହାରି ନାହିଁ, ଆସନ ଭାଗବଣ୍ଟା ଆଲୋଚନା ଚାଲିଛି

ବିଜେପି-ବିଜେଡି ମଧ୍ୟରେ ଆସନ ଭାଗବଣ୍ଟା ଆଲୋଚନା ଚାଲିଛି। କିନ୍ତୁ ନିଷ୍କର୍ଷ ବାହାରି ପାରୁ ନାହିଁ। ବିଧାନସଭା ଅପେକ୍ଷା ୨୧ ଲୋକସଭା ଆସନ ପାଇଁ ଶୀଘ୍ର ନିଷ୍ପତ୍ତି ହୋଇପାରେ।

ଭୁବନେଶ୍ୱର : ବିଜେପି-ବିଜେଡି ମଧ୍ୟରେ ଆସନ ଭାଗବଣ୍ଟା ଆଲୋଚନା ଚାଲିଛି। କିନ୍ତୁ ନିଷ୍କର୍ଷ ବାହାରି ପାରୁ ନାହିଁ। ବିଧାନସଭା ଅପେକ୍ଷା ୨୧ ଲୋକସଭା ଆସନ ପାଇଁ ଶୀଘ୍ର ନିଷ୍ପତ୍ତି ହୋଇପାରେ। ଦୁଇ ଦଳ ନିଜ ସ୍ବାର୍ଥ ରକ୍ଷା କରିବାକୁ ଯଥା ସମ୍ଭବ ପ୍ରୟାସ କରୁଛନ୍ତି। ଦିଲ୍ଲୀରେ ଆଲୋଚନା ଆରମ୍ଭ ହୋଇ ସାରିଛି। କିନ୍ତୁ ଗୋଟିଏ ଗୋଟିଏ ଆସନକୁ ନେବା ପାଇଁ କଣ ମାନଦଣ୍ଡ ରହିବ, ତାହା ଧାର୍ଯ୍ୟ ହେଲେ ଅଚଳାବସ୍ଥା ଦୂର ହୋଇଯିବ।

ଲୋକସଭା ହେଉ କି ବିଧାନସଭା ଆସନ, ଯଥାର୍ଥ ଯୁକ୍ତି ଆଧାରରେ ସେହି ଆସନ ପାଇଁ ଦାବି ରଖିବାକୁ ପଡିବ। ବିଭିନ୍ନ ମାନଦଣ୍ଡ ଯାହା ଉପରେ ଆଲୋଚନା ହେଉଛି, ତାହା ହେଲା ବର୍ତ୍ତମାନ କେଉଁ ଦଳ ପାଖରେ କେତେ ଆସନ ଅଛି। ଗତ ୩ଟି ନିର୍ବାଚନରେ ଲୋକସଭା କିମ୍ବା ବିଧାନସଭା ଆସନକୁ କିଏ କେତେ ଥର ଜିତିଛି।

ନିର୍ଦ୍ଦିଷ୍ଟ ସିଟ୍ ପାଇଁ ଓପିନିଅନ ପୋଲ୍ କଣ କହୁଛି। ୨୦୨୨ ପଞ୍ଚାୟନତ ନିର୍ବାଚନରେ ନିର୍ବାଚନମଣ୍ଡଳୀ ଅଧୀନରେ ଜିଲ୍ଲା ପରିଷଦ ଆସନ ଫଳାଫଳ କଣ ରହିଥିଲା। ଏହା ଆଧାରରେ ନିଷ୍ପତ୍ତି ହୋଇପାରେ। ବର୍ତ୍ତମାନ ଯେଉଁ ସଂଖ୍ୟା ଗଣମାଧ୍ୟମରେ ପ୍ରକାଶିତ ହେଉଛି ତାହା କେବଳ ଗୁଜବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.