ଲଞ୍ଚ ହେଲା ଦେଶର ପ୍ରଥମ AI ରୋବର୍ଟ ଶିକ୍ଷୟତ୍ରୀ, ଦେଇପାରିବ ସମସ୍ତ ଜଟିଳ ପ୍ରଶ୍ନର ଉତ୍ତର

ଲଞ୍ଚ ହେଲା ଦେଶର ପ୍ରଥମ AI ଶିକ୍ଷକ । ଉତ୍କୃଷ୍ଟ ତଥା ଆଧୁନିକ ଶିକ୍ଷା ପାଇଁ ଜଣାଶୁଣା କେରଳ ପୁଣିଥରେ ଦେଶର ପ୍ରଥମ ଏଆଇ ଶିକ୍ଷକ Iris କୁ ଲଞ୍ଚ କରି ଏକ ନିଆରା ପଦକ୍ଷେପ ନେଇଛି । MakerLabs Edutech Pvt Ltd ର ସହଯୋଗରେ ବିକଶିତ, Iris ଶିକ୍ଷା କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ଚିହ୍ନିତ କରେ ।

ଲଞ୍ଚ ହେଲା ଦେଶର ପ୍ରଥମ ମହିଳା AI ଶିକ୍ଷୟତ୍ରୀ । ଉତ୍କୃଷ୍ଟ ତଥା ଆଧୁନିକ ଶିକ୍ଷା ପାଇଁ ଜଣାଶୁଣା କେରଳ ପୁଣିଥରେ ଦେଶର ପ୍ରଥମ AI ଶିକ୍ଷୟତ୍ରୀ Iris କୁ ଲଞ୍ଚ କରି ଏକ ନିଆରା ପଦକ୍ଷେପ ନେଇଛି । MakerLabs Edutech Pvt Ltd ର ସହଯୋଗରେ ବିକଶିତ, Iris ଶିକ୍ଷା କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ଚିହ୍ନିତ କରେ ।

ନିକଟରେ ଥିରୁବନନ୍ତପୁରମର କେଟିସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ Irisକୁ ଉପସ୍ଥାପିତ କରାଯାଇଥିଲା । ଆପଣଙ୍କୁ କହି ରଖୁଛୁ, Iris ହେଉଛି ଏକ ହ୍ୟୁମାନଏଡ ଯାହା ଛାତ୍ରଛାତ୍ରୀମାନଙ୍କ ଶିକ୍ଷଣ ଅଭିଜ୍ଞତାକୁ ବଢାଇବା ପାଇଁ ଡିଜାଇନ୍ କରାଯାଇଛି । ମେକର୍ ଲ୍ୟାବସ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ Irisର ଏକ ଭିଡିଓ ସେୟାର କରାଯାଇଛି, ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହି ମହିଳା AI ଶିକ୍ଷୟତ୍ରୀ Iris ଅନେକ ଭାଷା ଜାଣିବା ସହିତ ସମସ୍ତ ପ୍ରକାର ଜଟିଳ ପ୍ରଶ୍ନର ଉତ୍ତର ମଧ୍ୟ ଦେଇପାରିବ । ଏହାସହ ସେ ରୋବର୍ଟ ଭଳି ଚଲାବୁଲା ମଧ୍ୟ କରିପାରୁଛି । ଏହି AI ଶିକ୍ଷୟତ୍ରୀ Iris ୩ଟି ଭାଷାରେ କଥା ମଧ୍ୟ ହୋଇପାରିବ । ରିପୋର୍ଟ ଅନୁଯାୟୀ Iris ‘ରୋବୋଟିକ୍ସ ଏବଂ ଜେନେରେଟିଭ AI’ ର ଏକ କମ୍ବିନେସନ ।

 

View this post on Instagram

 

A post shared by Maker Labs (@makerlabs_official)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.