ଏଥର ବି ଲୋକସଭା ନିର୍ବାଚନରେ ଏକତୃତୀୟାଂଶ ମହିଳାଙ୍କୁ ଟିକେଟ ଦିଆଯିବ : 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ଏଥର ବି ଲୋକସଭା ନିର୍ବାଚନରେ ଏକତୃତୀୟାଂଶ ମହିଳାଙ୍କୁ ଟିକେଟ ଦେଇ ସଂସଦରେ ପ୍ରତିନିଧିତ୍ବ କରିବାକୁ ସୁଯୋଗ ଦିଆଯିବ । ଭୁବନେଶ୍ବର ଶଙ୍ଖଭବନରେ ବିଜେଡିର ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଉଦବୋଧନରେ ଏହା କହିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଭୁବନେଶ୍ୱର : ଏଥର ବି ଲୋକସଭା ନିର୍ବାଚନରେ ଏକତୃତୀୟାଂଶ ମହିଳାଙ୍କୁ ଟିକେଟ ଦେଇ ସଂସଦରେ ପ୍ରତିନିଧିତ୍ବ କରିବାକୁ ସୁଯୋଗ ଦିଆଯିବ । ଭୁବନେଶ୍ବର ଶଙ୍ଖଭବନରେ ବିଜେଡିର ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଉଦବୋଧନରେ ଏହା କହିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ୨୦୦୦ ମସିହା ଓ ଆଜିର ଓଡ଼ିଶା ମଧ୍ୟରେ ଅନେକ ଫରକ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାକୁ ଆସିବା ପରେ ନୂଆ ଓଡ଼ିଶା ଗଠନ ହୋଇଛି।

ନୂଆ ଓଡ଼ିଶା ଗଠନରେ ମହିଳାମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଲୋକସଭାକୁ ଏକ ତୃତୀୟାଂଶ ମହିଳାଙ୍କୁ ମହିଳାଙ୍କୁ ପଠାଇ ମହିଳା ସଶକ୍ତି କରଣର ବାର୍ତ୍ତା ଦେଇଛନ୍ତି ବିଜେଡି ସୁପ୍ରିମୋ। ଏଥର ବି ଲୋକସଭା ନିର୍ବାଚନରେ ଏକତୃତୀୟାଂଶ ମହିଳାଙ୍କୁ ଟିକେଟ ଦେଇ ସଂସଦରେ ପ୍ରତିନିଧିତ୍ବ କରିବାକୁ ସୁଯୋଗ ଦିଆଯିବ ବୋଲି କହିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

କେବଳ ରାଜନୀତିରେ ନୁହେଁ, ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ମହିଳାଙ୍କ ଭାଗିଦାରୀ ବୃଦ୍ଧି ପାଇଛି। ମିଶନ ଶକ୍ତିର ମହିଳାଙ୍କ ରୋଜଗାର ଅନେକ ବୃଦ୍ଧି ପାଇଛି। ବର୍ଷକୁ ୧୦ହଜାରରୁ ଅଧିକ ଟଙ୍କାର ଋଣ ନେଇ ସେମାନେ ଏହାକୁ ପରିଶୋଧ କରି ନିଜର ଦକ୍ଷତା ଦେଖାଇଛନ୍ତି। ଚଳିତ ବର୍ଷ ପ୍ରାୟ ୧୫ହଜାର କୋଟିର ବ୍ୟାଙ୍କ ଋଣ ମିଶନ ଶକ୍ତି ମହିଳାମାନେ ନେବେ ବୋଲି ପାଣ୍ଡିଆନ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.