ଶନି ପୂଜା: ଶନିଦେବଙ୍କ ଆଖିକୁ କଦାପି ଚାହିଁ ପୂଜା କରନ୍ତୁ ନାହିଁ! ସଙ୍ଗେ ସଙ୍ଗେ ପଡ଼ିବ କୋପଦୃଷ୍ଟି; ପୂଜାର ସଠିକ୍ ନିୟମ ଜାଣି ରଖନ୍ତୁ
ନ୍ୟାୟ ଓ କର୍ମର ଦେବତା ହେଉଛନ୍ତି ଶନି। ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଶନିଦେବ ଶୁଭ ଦୃଷ୍ଟି ପକାନ୍ତି, ତ ତାଙ୍କୁ ଜୀବନର ସବୁ ସୁଖ, ସୁବିଧା ପ୍ରଦାନ କରି ଥାଆନ୍ତି। ଆଉ କୋପ ଦୃଷ୍ଟି ପକାଇଲେ, ବ୍ୟକ୍ତିକୁ ରାସ୍ତା ଉପରକୁ ନେଇ ଆସନ୍ତି। ବ୍ୟକ୍ତିର ସମସ୍ୟା ସହଜରେ ଦୂର ହୋଇ ନ ଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବ୍ୟକ୍ତି ଜୀବନରେ ଥରେ ନିଶ୍ଚୟ ଶନି ମହାଦଶା, ଶନି ଅଢ଼େଇ ବର୍ଷ ଏବଂ ଶନି ସାଢ଼େ ସାତ ବର୍ଷକୁ ସାମ୍ନା କରିଥାଏ।
ଶନିଦେବଙ୍କ କୁଦୃଷ୍ଟି ଏବଂ ଦଣ୍ଡରୁ ବଞ୍ଚିବା ପାଇଁ ଲୋକମାନେ ଶନିଙ୍କୁ ବିଧି ବିଧାନର ସହ ପୂଜା କରି ଥାଆନ୍ତି। ଶନିଙ୍କୁ ଯେଉଁ ଜିନିଷ ପସନ୍ଦ ଥାଏ, ତାହା ଅର୍ପଣ କରି ଥାଆନ୍ତି। ଯେପରି ଶନିଦେବଙ୍କ କୃପା ସଦା ବଜାୟ ରହି ପାରିବ। କିନ୍ତୁ ଅନେକ ବାର ପୂଜା ସମୟରେ ଆମେ ଅଜାଣତରେ କିଛି ଭୁଲ୍ କରି ଦେଇଥାଉ, ଯଦ୍ଦ୍ଵାରା ଶନିଦେବ ପ୍ରସନ୍ନ ହେବା ପରିବର୍ତ୍ତେ କ୍ରୋଧିତ ହୋଇ ଯାଆନ୍ତି। ଫଳରେ ଆମକୁ ଶନିଙ୍କ କୋପଦୃଷ୍ଟିର ଶିକାର ହେବାକୁ ପଡ଼ିଥାଏ।
ଶନିଦେବଙ୍କୁ ପୂଜା କରିବା ସମୟରେ ଏହି ସତର୍କତା ଅବଲମ୍ବନ କରନ୍ତୁ
-ଶନିଦେବଙ୍କୁ ପୂଜା କରିବା ସମୟରେ ଏହି କଥା ଉପରେ ବିଶେଷ ଧ୍ୟାନ ରଖନ୍ତୁ କି, ଯେପରି ତାଙ୍କ ଆଖିକୁ ଦେଖି କଦାପି ପୂଜା କରିବେ ନାହିଁ। ଏହି ସମୟରେ ଆପଣ ନିଜ ଆଖିକୁ ବନ୍ଦ ରଖନ୍ତୁ ନଚେତ୍ ଶନିଙ୍କ ପାଦକୁ ଚାହିଁ ପୂଜା କରନ୍ତୁ। କୁହାଯାଏ, ଶନିଦେବଙ୍କ ଆଖିରେ ଆଖି ମିଶାଇ ପୂଜା କରିବା ଦ୍ୱାରା ତାଙ୍କ ଦୃଷ୍ଟି ଆପଣଙ୍କ ଉପରେ ହିଁ ପଡ଼ିବାକୁ ଲାଗିଥାଏ।
-ଶନିଦେବଙ୍କ ପୂଜା ସମୟରେ ସିଧାସଳଖ ହୋଇ ଛିଡ଼ା ହୁଅନ୍ତୁ ନାହିଁ। ଏଥି ସହିତ ପୂଜା ପରେ ଯେତେବେଳେ ସ୍ଥାନ ପରିତ୍ୟାଗ କରିବେ, ତ ସେହିଭଳି ଅବସ୍ଥାରେ ହିଁ ସେଠାରୁ ଚାଲି ଯିବେ, ଯେମିତି ଆପଣ ଛିଡ଼ା ହୋଇଛନ୍ତି। ଶନିଦେବଙ୍କୁ ପିଠି ଦେଖାଇବା ଉଚିତ୍ ନୁହେଁ। କାହିଁକି ନା, ଏଥିରେ ସେ କ୍ରୋଧିତ ହୋଇ ଯାଆନ୍ତି।
-ଶନିବାର ଦିନ ଶନିଦେବଙ୍କ ମୂର୍ତ୍ତିରେ ସୋରିଷ ତେଲ ଅର୍ପଣ କରାଯାଇଥାଏ। ଏମିତିରେ ଅନେକ ଲୋକ ତମ୍ବା ପାତ୍ର ବ୍ୟବହାର କରି ଥାଆନ୍ତି। କିନ୍ତୁ ଏହି ସମୟରେ ଲୁହା ବାସନ ବ୍ୟବହାର କରିବା ଉଚିତ। ତମ୍ବା ସୂର୍ଯ୍ୟଙ୍କ କାରକ ହୋଇଥାଏ।
-ଶନିଦେବଙ୍କ ପୂଜାରେ ଦିଗ ଉପରେ ମଧ୍ୟ ଧ୍ୟାନ ରଖିବା ଜରୁରୀ। କୁହାଯାଏ, ଶନିଦେବ ଦେଉଛନ୍ତି ପଶ୍ଚିମ ଦିଗର ସ୍ୱାମୀ। ତେଣୁ ଶନିଦେବଙ୍କୁ ପୂଜା କରିବା ସମୟରେ ପଶ୍ଚିମ ଦିଗ ଆଡ଼କୁ ମୁହଁ କରନ୍ତୁ।