ରାକ୍ଷସଙ୍କ ନାଁ ଅନୁସାରେ ନାମିତ ହୋଇଛି ଭାରତର ଏହି ୫ଟି ସହର, କଣ କଣ ଜାଣନ୍ତୁ

ଆମ ଦେଶ ଭାରତ ଏକ ସୁନ୍ଦର ଓ ଐତିହାସିକ ସହର ମାନଙ୍କରେ ପରିପୂର୍ଣ୍ଣ ଦେଶ । ଏଠାରେ ଅନେକ ସ୍ଥାନ ଅଛି ଯାହା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖିଲେ ମନେ ହୁଏ ଯେମିତି ସ୍ୱୟଂ ଈଶ୍ବର ଏହିଠାରେ ବାସ କରୁଛନ୍ତି । ଭାରତର ଏହି ସହର ଗୁଡିକର ନାମ କେତେକ ମହାନ ବ୍ୟକ୍ତି, ବିପ୍ଳବୀ, ରାଜନେତା ଏବଂ ଶହୀଦଙ୍କ ନାମ ଅନୁସାରେ ବି ହୋଇଛି । କିନ୍ତୁ ଏକଥା ହୁଏତ ଅନେକଙ୍କୁ ଅଜଣା ଥିବ ଭାରତରେ ଏପରି ଅନେକ ସହର ଅଛି ଯାହା ପ୍ରାଚୀନ କାଳର ରାକ୍ଷସଙ୍କ ନାମରେ ନାମିତ ହୋଇଛି ? ତେବେ ଆସନ୍ତୁ ଜାଣିବା ଭାରତର ଏହିପରି ୫ଟି ସହର ବିଷୟରେ ।

ମୈସୁର, କର୍ଣ୍ଣାଟକ :

କର୍ଣ୍ଣାଟକର ମୈସୁର ଭାରତର ଏକ ପ୍ରସିଦ୍ଧ ଐତିହାସିକ ସହର । ଏହି ସହର ରାକ୍ଷସ ‘ମହିଷାସୁର’ଙ୍କ ନାମରେ ନାମିତ ହୋଇଥିବା ଜଣାପଡିଛି । ମହିଷାସୁରଙ୍କ ସମୟରେ ଏହି ସହର ମହିଷା-ଉରୁ ନାମରେ ପ୍ରସିଦ୍ଧ ଥିଲା । ତା’ପରେ ଏହାକୁ ମହିସଷୁରୁ କୁହାଯାଉଥିବା ବେଳେ କନ୍ନଡରେ ଏହାକୁ ମୈସୁର କୁହାଯାଉଛି । ପରେ ଲୋକମାନେ ଏହାକୁ କନ୍ନଡ ଭାଷାରେ ମୈସୁର ବୋଲି କହିଥିଲେ ।

five city
image credit: informalnewz.com

ଜଳନ୍ଧର, ପଞ୍ଜାବ :

ପଞ୍ଜାବର ପ୍ରସିଦ୍ଧ ସହର “ଜଳନ୍ଧର”ର ଇତିହାସ ମଧ୍ୟ ଜଣେ ରାକ୍ଷସଙ୍କ ସହିତ ଜଡିତ । ଏହି ସହର ପ୍ରାଚୀନ କାଳରେ ‘ଜଳନ୍ଦର ରାକ୍ଷସ’ର ରାଜଧାନୀ ବୋଲି ବିଶ୍ୱାସ କରାଯାଏ ।

ଗୟା, ବିହାର :

ଗୟା ବିହାରର ମୁଖ୍ୟ ତୀର୍ଥସ୍ଥାନ ଭାବରେ ପରିଗଣିତ ହୁଏ । ଏହି ସହର ରାକ୍ଷସ ‘ଗାୟାସୁର’ ନାମରେ ନାମିତ ହୋଇଥିବା କୁହାଯାଏ । ବିଶ୍ୱାସ କରାଯାଏ ଯେ, ଯେତେବେଳେ ଅସୁର ସ୍ୱର୍ଗରେ ପହଞ୍ଚିବା ଆରମ୍ଭ କଲେ, ସେତେବେଳେ ଶ୍ରୀହରି ବ୍ରହ୍ମାଙ୍କର ଏକ ଯଜ୍ଞ ପାଇଁ ଗାୟାସୁରକୁ ତାର ଶରୀର ମାଗିଥିଲେ । ତା’ପରେ ଗୟାସୁର ଶୋଇଗଲା ଏବଂ ତାର ଶରୀର ପାଞ୍ଚ କୋସକୁ ବ୍ୟାପିଗଲା । ଏଥିରେ ସନ୍ତୁଷ୍ଟ ହୋଇ ଦେବତାମାନେ ଗୟାସୁରକୁ ବରଦାନ ଦେଇଥିଲେ ଯେ ଏହି ସ୍ଥାନରେ ପିତୃପୁରୁଷଙ୍କ ଶ୍ରାଦ୍ଧ କର୍ମ କଲେ ମୁକ୍ତି ମିଳିବ ।

five city
pic credit: anmolk.com

ପଲୱଲ, ହରିୟାଣା :

ହରିୟାଣାର ପଲୱଲ ସହରର ‘ପଲମ୍ବାସୁର’ ରାକ୍ଷସ ନାମରେ ରଖାଯାଇଛି ବୋଲି ବିଶ୍ୱାସ କରାଯାଏ । ଏହି ସ୍ଥାନକୁ ପ୍ରାଚୀନ କାଳରେ ପଲମ୍ବରପୁର କୁହାଯାଉ ଥିଲା ବୋଲି ଐତିହାସିକ ମାନେ ମତ ଦିଅନ୍ତି । କିନ୍ତୁ ବର୍ତ୍ତମାନ ଏହି ସହର ପଲୱଲ ନାମରେ ଜଣାଶୁଣା ।

ତିରୁଚିରାପଲ୍ଲୀ, ତାମିଲନାଡୁ :

ତିରୁଚିରାପଲ୍ଲୀ ତାମିଲନାଡୁରେ ଅବସ୍ଥିତ ଏକ ସହର । ଏହି ସହରର ନାମ ‘ଥିରିସିରନ୍’ ନାମକ ଏକ ରାକ୍ଷସର ନାମରେ ନାମିତ ହୋଇଛି । ବିଶ୍ୱାସ କରାଯାଏ ଯେ ଏହି ରାକ୍ଷସ ଏକଦା ଶିବଙ୍କୁ ତପସ୍ୟା କରିଥିଲା । ତା’ପରେ ତାହାର ନାମରେ ସହରର ନାମ ଥିରି-ସିକରପୁରମ୍ ରଖାଗଲା । ପରେ ଏହା ଥିରିସିରପୁରମ୍ରେ ପରିବର୍ତ୍ତିତ ହେଲା । କିନ୍ତୁ ବର୍ତ୍ତମାନ ଏହି ସହର ତିରୁଚିରାପଲ୍ଲୀ ଭାବରେ ବିଶ୍ୱବ୍ୟାପୀ ପ୍ରସିଦ୍ଧ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.