ରାତିରେ ଶୋଇବା ସମୟରେ ସ୍ୱାମୀ-ସ୍ତ୍ରୀ କରନ୍ତୁ ଏହି ଉପାୟ; ଦୂର ହୋଇଯିବ ସବୁଦିନର ଝଗଡ଼ା!

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳିଝଗଡ଼ା, ଯୁକ୍ତିତର୍କ ସାଧାରଣ କଥା, କିନ୍ତୁ ଯେତେବେଳେ ସବୁଦିନ ଝଗଡ଼ା ପର୍ଯ୍ୟନ୍ତ କଥା ପହଞ୍ଚିଯାଏ, ତ ସେତେବେଳେ ଏହି ସ୍ଥିତିକୁ ରୋକିବା ବହୁତ ଜରୁରୀ ହୋଇପଡ଼େ। କାହିଁକି ନା, ଏହି ଝଗଡ଼ା ସ୍ୱାମୀ-ସ୍ତ୍ରୀଙ୍କ ମଧୁର ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ। ଲାଲ କିତାବ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଏହିପରି କିଛି ପ୍ରତିକାର ବିଷୟରେ କୁହାଯାଇଛି, ଯାହାକି, ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାକୁ ଦୂର କରି ସେମାନଙ୍କ ମଧ୍ୟରେ ପ୍ରେମ ବଢ଼ାଇଥାଏ।

ଜୀବନସାଥୀଙ୍କ ସହ ଝଗଡା ରୋକିବାର ପ୍ରତିକାର

ପ୍ରତିଦିନ ହେଉଥିବା ଝଗଡ଼ାରୁ ମୁକ୍ତି ପାଇବା ପାଇଁ ଏହି ଉପାୟଗୁଡ଼ିକ ବହୁତ ସହଜ ଏବଂ ଏହା ଜଲ୍‌ଦି ପ୍ରଭାବ ପକାଇଥାଏ। ଏଥିପାଇଁ ସହଜ ପୂଜା, ମନ୍ତ୍ର ଜପ କରିବାର ଆବଶ୍ୟକତା ରହିଛି।

-ଶୁକ୍ରବାର ଦିନ ଜଣେ କନ୍ୟାକୁ ଧଳା ମିଠା ଖୁଆଇବା ଦ୍ୱାରା ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଜଭୁତ ହୋଇଥାଏ। ଏହି ଉପାୟକୁ ଶୁକ୍ଳ ପକ୍ଷର ଶୁକ୍ରବାରଠାରୁ ଆରମ୍ଭ କରନ୍ତୁ ଏବଂ ଅତି କମରେ ୧୧ ଶୁକ୍ରବାର ପର୍ଯ୍ୟନ୍ତ ଏମିତି କରନ୍ତୁ।

-ଯଦି ସ୍ୱାମୀ କିମ୍ବା ସ୍ତ୍ରୀ ପ୍ରତ୍ୟେକ କଥାରେ ଝଗଡା କରିବାକୁ ବାହାର ପଡ଼ୁଛନ୍ତି, ତା’ ହେଲେ ସେମାନେ ପରସ୍ପର ପାଇଁ ଏକ ପ୍ରତିକାର କରି ଘରେ ସୁଖ, ଶାନ୍ତି ଆଣି ପାରିବେ। ଏଥିପାଇଁ ସ୍ତ୍ରୀ ରାତିରେ ଶୋଇବା ସମୟରେ ସ୍ୱାମୀଙ୍କ ମୁଣ୍ଡରେ ସିନ୍ଦୁର ଲଗାଇ ଦିଅନ୍ତୁ ଏବଂ ପରଦିନ ସ୍ୱାମୀ ସେହି ସିନ୍ଦୁରକୁ ନେଇ ଯେ କୌଣସି ସ୍ଥାନରେ ପକାଇ ଦିଅନ୍ତୁ। ସେହିପରି ସ୍ତ୍ରୀ ମଧ୍ୟ ନିଜ ମୁଣ୍ଡରେ କର୍ପୂର ରଖି ଶୋଇ ପଡ଼ନ୍ତୁ ଏବଂ ପରଦିନ ଏହାକୁ ଜଳାଇ ଦିଅନ୍ତୁ। ଏମିତି କରିବା ଦ୍ୱାରା କିଛି ଦିନ ଭିତରେ ପ୍ରଭାବ ନଜର ଆସିବ।

-ଘରେ ଶିବ-ପାର୍ବତୀ ପ୍ରସନ୍ନ ମୁଦ୍ରାରେ ବସିଥିବାର ମୂର୍ତ୍ତି କିମ୍ବା ଫଟୋ ସାମ୍ନାରେ ପ୍ରତିଦିନ ଘିଅ ଦୀପ ଜଳାନ୍ତୁ। ଏହାଦ୍ୱାରା ଘରେ ସୁଖ, ଶାନ୍ତି ରହିଥାଏ। ଏଥି ସହିତ ଆପଣ ଶିବ ଚାଳିଶା ମଧ୍ୟ ପାଠ କରି ପାରିବେ।

ଅଟାର ପ୍ରତିକାର ମଧ୍ୟ ଆପଣାଇ ପାରିବେ

ଆପଣ ଗହମ ଅଟାକୁ ପେସାଇବା ପୂର୍ବରୁ ସେଥିରେ କିଛି ଚଣା ମିଶାଇ ଦିଅନ୍ତୁ। ଏହାକୁ ସୋମବାର କିମ୍ବା ଶନିବାର ଦିନ ପେସାନ୍ତୁ। ସବୁ ଥର ଅଟା ପେସାଇବା ସମୟରେ ଏମିତି ହିଁ କରନ୍ତୁ। ଏହାଦ୍ୱାରା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ମତାନ୍ତର ଦୂର ହୋଇଯିବ।