ଆପଣଙ୍କ ଲାଇଫ ପାର୍ଟନର କେତେ ଭାଗ୍ୟଶାଳୀ, ଜାଣନ୍ତୁ ଏହି ଲକ୍ଷଣରୁ ତାଙ୍କ ପରିଚୟ

ସାମୁଦ୍ରିକ ଶାସ୍ତ୍ରରେ ଶରୀରର ଅଙ୍ଗ ଓ ତା’ର ଗଠନ ଓ ସେଥିରେ ଥିବା ଚିହ୍ନ ନେଇ ବ୍ୟକ୍ତିର ସ୍ୱଭାବ ଓ ଗୁଣ ସମ୍ପର୍କରେ ଜଣାପଡ଼େ । ସେହିପରି ସାମୁଦ୍ରିକ ଶାସ୍ତ୍ରରେ ଭାଗ୍ୟଶାଳୀ ଝିଅଙ୍କ ଲକ୍ଷଣ ସମ୍ପର୍କରେ କୁହାଯାଇଛି । ଆସନ୍ତୁ ଜାଣିବା ଆପଣଙ୍କ ପତ୍ନୀ ବା ପ୍ରେମିକା କେତେ ଭାଗ୍ୟଶାଳୀ, ଜାଣନ୍ତୁ ଏହି ଲକ୍ଷଣରୁ ।

୧. ଯେଉଁ ଝିଅଙ୍କ ନାକର ଅଗ୍ରଭାଗରେ ତିଳ ଚିହ୍ନ ଥାଏ, ସେହି ଝିଅଙ୍କ ଜୀବନରେ କେବେ ବି ଧନର ଅଭାବ ହୁଏ ନାହିଁ ।

୨. ସାମୁଦ୍ରିକ ଶାସ୍ତ୍ର ଅନୁସାରେ ନାଭିର ତଳେ ତିଳ ଚିହ୍ନ ରହିଲେ,ଏହା ଭାଗ୍ୟଶାଳୀ ଝିଅଙ୍କ ପରିଚୟ ହୋଇଥାଏ । ଏମିତି ଝିଅଙ୍କ ଜୀବନରେ ସବୁ ସୁଖ ପ୍ରାପ୍ତ ହୋଇଥାଏ ।

୩. ଯେଉଁ ସ୍ତ୍ରୀଙ୍କ ଜିଭ ଲାଲ ଓ କୋମଳ ହୋଇଥାଏ, ସେମାନେ ନିଜର ଘର-ପରିବାର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

୪. ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ଝିଅଙ୍କ ପାଦରେ ତ୍ରିକୋଣ ଚିହ୍ନ ଥାଏ, ସେମାନଙ୍କୁ ବହୁତ ଚତୁର ମନାଯାଇଥାଏ । ଏହି ଝିଅମାନେ ନିଜର ବୁଦ୍ଧି ବଳରେ ସବୁ ସମ୍ପର୍କକୁ ଭଲ ଭାବରେ         ନିଭାଇଥାନ୍ତି । ଏହି ମହିଳାମାନେ ପରିବାରର ସବୁ ସଦସ୍ୟଙ୍କୁ ଖୁସୀ ରଖିଥାନ୍ତି ।

୫. ଯେଉଁ ଝିଅମାନଙ୍କ ମଥା ଚଉଡା ହୋଇଥାଏ, ସେମାନଙ୍କୁ ସାମୁଦ୍ରିକ ଶାସ୍ତ୍ରରେ ସୌଭାଗ୍ୟବତୀ ମନାଯାଇଥାଏ । ଏହି ଝିଅ ବିବାହ କରି ଯାହା ଘରକୁ ଯାଆନ୍ତି, ସେଠାରେ କେବେ ବି ଧନର     ଅଭାବ ହୋଇନଥାଏ ।

୬. ଲମ୍ବା ବେକ ବାଲି ଝିଅମାନଙ୍କ ଜୀବନ ସୁଖମୟ ହୋଇଥାଏ । ଏମାନେ ନିଜ ପତିଙ୍କ ପାଇଁ ମଧ୍ୟ ବହୁତ ଭାଗ୍ୟବତୀ ହୋଇଥାନ୍ତି ।

୭. ଯେଉଁ ଝିଅଙ୍କ ଆଙ୍ଗୁଳି ଲମ୍ବା ହୋଇଥାଏ, ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଏହି ଝିଅମାନେ ବୁଦ୍ଧିମାନୀ ହୋଇଥାନ୍ତି ଓ ସବୁ କାର୍ଯ୍ୟକୁ ନିପୁଣତାର ସହ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.